ନମସ୍କାର ଦର୍ଶକବନ୍ଧୁ ରାଜ୍ୟକୁ ମୁହାଁଉଛି ବାତ୍ୟା ଏହାକୁ ନେଇ ପାଣିପାଗ ବିଭାଗ ଏବେ ଏବେ ଜାରୀ ରହିଛି ବଡ଼ ସୂଚନା। ଏହାର ପ୍ରଭାବ କେଉଁସବୁ ଜିଲ୍ଲାମାନଙ୍କରେ ଦେଖିବାକୁ ମିଳିବ, ବାଲେଶ୍ଵର ସହିତ କେଉଁ ସବୁ ଜିଲ୍ଲାକୁ ହାଏ ଆଲର୍ଟ ଜାରି ରହିଛି ପାଣିପାଗ ବିଭାଗ ନିଶ୍ଚୟ ଜାଣନ୍ତୁ। SRC ପକ୍ଷରୁ ବାତ୍ୟା ମୁକାବିଲା ପାଇଁ କଣ ସବୁ ପଦକ୍ଷ ନିଆଯାଇଛି ଓ ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ଓ ଏହା କେତେ ଭୟଙ୍କର ହେବ ସେ ନେଇ ପାଣିପାଗ ବିଭାଗ ଏବେ ଏବେ କିଛି ସତର୍କ ସୂଚନା ଜାରି ରହିଛି ଆସନ୍ତୁ ଜାଣିବା।ପାଣିପାଗ ବିଭାଗ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମହାପାତ୍ର ଆସୁଥିବା ବାତ୍ୟାକୁ ନେଇ ଏକ ସତର୍କ ସୂଚନା ଜାରିକରିଛନ୍ତି। ସୃଷ୍ଟ ଲଘୁଚାପ ବଳୟଟି ଆସନ୍ତା ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବା ସହ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆସୁଥିବା ବାତ୍ୟାଟି ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। କାହିଁକି ନା ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ସହ ବଙ୍ଗୋପସାଗରରେ ପ୍ରବେଶ କରିଛି। ତେଣୁ ଏହାର ପ୍ରଭାବ ଯୋଗୁଁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଆସୁଥିବା ବାତ୍ୟା ୟସ ସାଇକ୍ଲୋନ୍ ସୁପର ସାଇକ୍ଲୋନ୍ ହେବ ବୋଲି ପାଣିପାଗ ବିଭାଗ ତରଫରୁ କିଛିଟା ଆକଳନ କରାଯାଇଛି। ବାତ୍ୟା ୟସ ପ୍ରଭାବରେ ଉପକୂଳ ଜିଲ୍ଲା ସହିତ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ଯାହାକି ଆସନ୍ତା ୨୫ ତାରିଖ ଓଡ଼ିଶାର ଉପକୁଳ ଅଞ୍ଚଳରେ ବର୍ଷା ହେବ। ଏହାସହ ପବନର ବେଗ ଘଣ୍ଟାପ୍ରତି ୪୫-୫୫ କିଲୋମିଟର ବେଗରେ ବହିବା ସହ ମଝିରେ ମଝିରେ ଝଟକା ପବନ ମଧ୍ୟ ଦେଖିବା ପାଇଁ ମିଳିବ ଯାହାକି ୬୫ କିଲୋମିଟର ବେଗରେ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟ ସଚିବଙ୍କ ସହିତ ଅଧ୍ୟକ୍ଷତାରେ ବୈଠକ ଚାଲିଛି। ବାତ୍ୟା ଆସିଲେ ବାତ୍ୟା ମୁକାବିଲା ପାଇଁ ୧୭ ଏଣ୍ଡିଆର୍ ଟିମ୍ ସହିତ ୨୦ ଅଡରାଫ ଟିମ୍ ଉଦୟନ କରାଯିବାକୁ ନେଇ ମଧ୍ୟ SRC ପକ୍ଷରୁ ସୂଚନା ମିଳିଛି। ଏହାସହ ଉପକୁଳ ଜିଲ୍ଲା ଗୁଡ଼ିକରେ ଫାୟାର ସର୍ଭିସ ଟିମ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅତିରିକ୍ତ ୧୦୦ ରୁ ଅଧିକ ଫାୟାର ସର୍ଭିସ୍ ଟିମ୍ ଆସିବେ ବୋଲି SRC ସୂଚନା ଦେଇଛନ୍ତି। ଏହାସହ ଜଙ୍ଗଲ ବିଭାଗର କଟର ଟିମ୍ ମଧ୍ୟ ପ୍ରସ୍ତୁତ ରହିଛନ୍ତି।
ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଚିହ୍ନଟ କରାଯାଇଛି। ଏହାସହ ପ୍ରଶାସନର ରଣନୀତି ଅନୁଯାୟୀ ପ୍ରଶାସନର ବିଭିନ୍ନ ବିଭାଗ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହ ଆବଶ୍ୟକ ପଡିଲେ ସ୍କୁଲ୍ ଗୁଡ଼ିକରେ ହେବ ଥଇଥାନ। ତେବେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ପବନ ଦେଖିବା ପାଇଁ ମିଳିବ। ଘଣ୍ଟା ପ୍ରତି ୬୮-୭୫ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ରକୁ ନ ଯିବାପାଇଁ ପାଣିପାଗ ବିଭାଗ ତରଫରୁ ମତ୍ସଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨୩ ରୁ ୨୭ ତାରିଖ ମଧ୍ୟରେ କେହିବି ଯେମିତି ସମୁଦ୍ର ଭିତରକୁ ନଯିବା ପାଇଁ ଅନୁରୋଧ କରାଯାଇଛି ଏବଂ ପ୍ରଶାସନକୁ ଏଥିପ୍ରତି ଦୃଷ୍ଟି ରଖିବା ପାଇଁ କୁହାଯାଇଛି।
ଏବେ ଏବେ ବାତ୍ୟା ‘Yaas’ କୁ ନେଇ ଆସିଲା ବଡ ଖବର… ପାଣିପାଗ ବିଭାଗ ଦେଲା ବିଶେଷ ସୂଚନା..
