ଏବେ ଏବେ ଓଡ଼ିଆ ସିଙ୍ଗର Tapu Mishraଙ୍କୁ ନେଇକି ଆସିଲା ବଡ ଦୁଃଖଦ ଖବର, ସମସ୍ତେ କରୁଛନ୍ତି ପ୍ରାଥନା

ଓଲିଉଡର ଜବରଦସ୍ତ ଗାୟିକା ତପୁ ମିଶ୍ରଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗତ ୧୯ ତାରିଖରେ କୋରୋନା ରୋଗରେ ଆକ୍ରାନ୍ତ ହୋଇ ଗୁରୁତ୍ୱର ଅବସ୍ଥାରେ ଭୁବନେଶ୍ଵରର ଗୋଟେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତପୁ ମିଶ୍ର। ଏହାପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଉନ୍ନତି ହୋଇଥିଲା। କିନ୍ତୁ ଗତକାଲି ତପୁ ମିଶ୍ରଙ୍କ ଦେହ ବୋହୁ ମାତ୍ରାରେ ଖରାପ ହେବାକୁ ଲାଗିଥିଲା।


ସେଥିପାଇଁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରାଯାଇଛି। ଗତ କିଛି ଦିନ ତଳେ ତପୁ ମିଶ୍ରଙ୍କ ବାପା କୋରୋନା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତପୁ ମିଶ୍ରଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କ ପରିବାରରେ ଚିନ୍ତାର ବାଦଲ ଖେଳି ଯାଇଛି।

ଓଲିଉଡର ଜବରଦସ୍ତ ଗାୟିକା ତପୁ ମିଶ୍ର ବୋହୁତସାରା ସିନେମାରେ ଓ ଭଜନରେ ଗୀତ ଗାଇଛନ୍ତି। ମାତ୍ର ୧୬ ବର୍ଷ ବୟସରୁ ତପୁ ମିଶ୍ର ଫିଲ୍ମ କୁଳ ନନ୍ଦନରେ ସେ ପ୍ରଥମେ ଗୀତ ଗାଇଥିଲେ। ଏହାପରେ ସେ ପ୍ରାୟ ୧୬୦ ଟି ଓଡ଼ିଆ ସିନେମା ଓ ବଙ୍ଗଳା ଫିଲ୍ମରେ ଗୀତ ଗାଇଛନ୍ତି। ଏହାସହିତ ସେ ବୋହୁତସାରା ଭଜନରେ ମଧ୍ୟ କଣ୍ଠ ଦେଇଛନ୍ତି।

ରାଜ୍ୟରେ ତାଙ୍କର ଅନେକ ପ୍ରଶଂସା କରନ୍ତି। ଓଲିଉଡ କଳାକାର ଜଗତ ବା ସଙ୍ଗୀତ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଟେକ୍ନିସିୟାନ୍ ପର୍ଯ୍ୟନ୍ତ ଓ ତାଙ୍କ ଫ୍ୟାନମାନେ ତପୁ ମିଶ୍ରଙ୍କ ସୁସ୍ଥତା କାମନା କରୁଛନ୍ତି।