ଏବେ ଏବେ ପୁଣି ଆସିଲା ଆଉ ଏକ ବଡ଼ ଦୁଃଖ ଖବର, ଆଉ ନାହାଁନ୍ତି Ollywoodର ଏହି ବଡ ହସ୍ତୀ, ଦୁଃଖର ସାରା ଓଡିଶା

ନମସ୍କାର ବନ୍ଧୁଗଣ ଏବେ ଏବେ ଏକ ବଡ଼ ଖବର ଶୁଣିବାକୁ ମିଳୁଛି ଓଡ଼ିଆ ସଙ୍ଗୀତ ଜଗତର ବରିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଘୋଷାଲଙ୍କର ପରଲୋକ ହୋଇଛି। ଶାନ୍ତିରାଜ ଘୋଷାଲଙ୍କର ଡନ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ମତେ ଆଣି ଦେଲ ଲକ୍ଷେ ଫଗୁଣ ଏସିପି ରଣବୀର, ମୁଁ ସପନର ସୌଦାଗର, ତୋର ମୋର ଯୋଡ଼ି ସୁନ୍ଦର, ବାଇଶି ପାହାଚେ ଖେଳିବ ମୀନ ଭଳି ସୁପରହିଟ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।


ଏବଂ ସଙ୍ଗୀତ ନିର୍ଦ୍ଦେଶକ ସହିତ ସେ ଜଣେ ସିଙ୍ଗର ମଧ୍ୟ ଥିଲେ। ଶାନ୍ତିରାଜ ଘୋଷାଲ ଗତକାଲି ମୃତ୍ୟୁବରଣ କରିଛନ୍ତି। ସେ ୨୨ ମେ ମାସରେ କୋଭିଡ୍ ପଜେଟିଭ ଚିହ୍ନଟ ହୋଇଥିଲେ। ତାଙ୍କୁ କଟକର କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସା କରାଯାଉଥିଲା। କିନ୍ତୁ ଆଜି ସକାଳୁ ତାଙ୍କ ଦେହ ବୋହୁତ ଖରାପ ହୋଇଗଲା ତାଙ୍କୁ ପୁଣିଥରେ ହସ୍ପିଟାଲକୁ ନେଇ ଯାଉଥିବା ସମୟରେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ସୂଚନା ମିଳିଛି ପରିବାର ପକ୍ଷରୁ।


ଶାନ୍ତିରାଜ ଘୋଷାଲ ଜଣେ ସଙ୍ଗୀତ ନିର୍ଦ୍ଦେଶନା ସହିତ ସେ ଜଣେ ଭଲ ସିଙ୍ଗର ମଧ୍ୟ ସେ ଖୁବ୍ ସୁନ୍ଦର ଗୀତ ମଧ୍ୟ ଗାଆନ୍ତି। କଟକରେ ହିଁ ଶାନ୍ତିରାଜ ଘୋଷାଲଙ୍କର ଘର। ସେ ସଙ୍ଗୀତ ନିର୍ଦ୍ଦେଶନାରେ ବୋହୁତ ପାରଙ୍ଗମ ଥିଲେ।

ଶାନ୍ତିରାଜ ଘୋଷାଲ ହେଉଛନ୍ତି ପ୍ରେମାନନ୍ଦଙ୍କର ଜଣେ ଭଲ ସହଯୋଗୀ। ପ୍ରେମାନନ୍ଦ ବୋହୁତ ଦୁଃଖ ପ୍ରକାଶ କରିଛନ୍ତି ଏହି ଖବର ଶୁଣି ଏବଂ ଓଲିଉଡର ମଧ୍ୟ ବୋହୁତ କଳାକାରମାନେ ଏହି ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି। ଶାନ୍ତିରାଜ ଘୋଷାଲ ଖୁବ୍ ସୁନ୍ଦର ସୁନ୍ଦର ସଙ୍ଗୀତ ନିର୍ଦ୍ଦେଶନା କରି ଲୋକମାନଙ୍କୁ ଖୁସୀ ଅନୁଭବ କରୁଥିଲେ। ଆଲବମ୍ ହେଉ କି ଭାଜନ ସବୁଥିରେ ନିଜର ପାରଙ୍ଗମତା ଦେଖାଇଛନ୍ତି ଶାନ୍ତିରାଜ ଘୋଷାଲ।