ଏହି ଅଭିନେତା ମାନେ ନିଜ ଝିଅ ବୟସର ଯୁବତୀଙ୍କ ସହ କରିଥିଲେ ବିବାହ- ପ୍ରକାଶ ରାଜ ଙ୍କ ପାଖରୁ ଆରମ୍ଭ କରି ସନି ଦେବାଳ ଅଛନ୍ତି ଏହି ଲିଷ୍ଟରେ ଜାଣନ୍ତୁ

ବଲିଉଡ ରେ ଅନେକ କଳାକାର ବୈବାହିକ ଜୀବନ ଅତିବାହିତ କରୁଛନ୍ତି I ଏପରି ବି କିଛି କଳାକାର ଅଛନ୍ତି ଯେଉଁମାନେ ନିଜ ସହ କାମ କରୁଥିବା ଅଭିନେତ୍ରୀ ଙ୍କ ସହ ବି ବିବାହ କରିଥାନ୍ତି I କିନ୍ତୁ ଆଜି ଆମେ ବଲିଉଡ ର କିଛି ଏପରି ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛେ ଯେଉଁମାନେ ନିଜ ର ଝିଅ ବୟସ ର ଯୁବତୀ ଙ୍କ ସହ ବିବାହ କରିଛନ୍ତି I

ପ୍ରକାଶ ରାଜ – ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ର ଖତରନାକ ଭିଲିଆନ ଭୂମିକା ରେ ଅଭିନୟ କରୁଥିବା ପ୍ରକାଶ ଙ୍କୁ ଆଜି 53 ବର୍ଷ ବୟସ I ସେ ଆଜି ପର୍ଯ୍ୟନ୍ତ ଦୁଇଟି ବିବାହ କରିଛନ୍ତି , ପ୍ରଥମ ବିବାହ ସେ 1994 ରେ ଅଭିନେତ୍ରୀ କୁମାରୀ ଲଳିତା ଙ୍କ ସହ କରିଥିଲେ ଓ ଦ୍ୱିତୀୟ ବିବାହ ସେ 2010 ରେ ତାଙ୍କ ଠାରୁ ସାତ ବର୍ଷ ସାନ ପୋନି ବର୍ମା ଙ୍କ ସହ କରିଥିଲେ I

କବିର ବେଦି – କବିର ଆଜି ପର୍ଯ୍ୟନ୍ତ ଅନେକ ଫିଲ୍ମ ରେ କାମ କରିସାରିଛନ୍ତି , ସେ ଅନେକ ସିରିଏଲ ରେ ବି କାମ କରିଛନ୍ତି I ସେ ଆଜି ପର୍ଯ୍ୟନ୍ତ 3 ଗୋଟି ବିବାହ କରିଛନ୍ତି I ସେ 2016 ରେ ପ୍ରବୀଣ ଦେଶାଇ ଙ୍କ ସହ ବିବାହ କରିଥିଲେI

କମଲ ହାସନ – କମଲ ହସନ ବି ନିଜ ଠାରୁ ଅନେକ ବର୍ଷ ସାନ ଅଭିନେତ୍ରୀ ସାରିକା ଙ୍କୁ 1988 ରେ ବିବାହ କରିଥିଲେ ଏହା ପୂର୍ବ ରୁ ସେ ବାଣୀ ଗଣପତି ଙ୍କୁ ବିବାହ କରିଥିଲେ I

ଶନି ଦେୱଲ – ବଲିଉଡ ରେ ଶନି ଦେୱଲ ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି ଆଜିକୁ ସେ ପ୍ରାୟ 61 ବର୍ଷ ବୟସ ର ବି ହେଇଯାଇଛନ୍ତି I ଏବଂ ସେ ବିବାହ କରିବା ସମୟ ରେ ପୂଜା ଦେୱଲ ତାଙ୍କ ଠାରୁ ବୟସ ରେ ଖୁବ ଅଧିକ ସାନ ଥିଲେ I

ସଞ୍ଜୟ ଦତ୍ତ – ସଞ୍ଜୟ ଦତ୍ତ ଆଜିକୁ ପ୍ରାୟ 58 ବର୍ଷ ର ହେଇସାରିଛନ୍ତି ଏବଂ ସେ ନିଜ ଠାରୁ ଅଧା ବୟସ ର ଯୁବତୀ ମାନ୍ୟତା ଦତ୍ତ ଙ୍କୁ ବିବାହ କରିଛନ୍ତି I ସେ ଏହା ପୂର୍ବ ରୁ ବି ବିବାହ କରିଥିଲେ I