ନମସ୍କାର ଦର୍ଶକବନ୍ଧୁ ଓଡ଼ିଆ ଅଭିନେତ୍ରୀ ଲିପିଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଆଜି ଆସନ୍ତୁ ଲିପିଙ୍କ ବିଷୟରେ କିଛି ଅଜଣା କଥା ଜାଣିବା। ଯାହାକି ଆପଣମାନେ ଆଗରୁ ଜାଣି ନଥିବେ।ଲିପିଙ୍କର ପ୍ରକୃତ ନାମ ହେଉଛି ସୁଶ୍ରୀ ସଙ୍ଗୀତା ମହାପାତ୍ର ସେ ଜନିଆରୀ ୨୦ ରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କର ଜନ୍ମସ୍ଥାନ ହେଉଛି ବ୍ରହ୍ମପୁର ତାଙ୍କ ବାପାଙ୍କ ଘର ହେଉଛି ସମ୍ବଲପୁର। ଲିପି ଛୋଟବେଳରୁ ବ୍ରହ୍ମପୁରରେ ରହି ପାଠ ପଢିଥିଲେ।
ସେ ବ୍ରହ୍ମପୁରରେ ହିଁ ଛୋଟରୁ ବଡ ହୋଇଛନ୍ତି। ସେ ଅଭିନୟ ଜଗତରେ ପାଦ ଦେଲାପରେ ସେ ଭୁବନେଶ୍ୱରରେ ରହୁଛନ୍ତି। ଲିପିଙ୍କ ମାଙ୍କ ନାମ ହେଉଛି ବନ୍ଦନା ମହାପାତ୍ର। ବନ୍ଦନା ମହାପାତ୍ର ଜଣେ ବୋହୁତ ପୁରୁଣା ଅଭିନେତ୍ରୀ ଅଟନ୍ତି। ସେ ବୋହୁତସାରା ଭଜନ ଓ ବୋହୁତସାରା ଫିଲ୍ମରେ ବି ଅଭିନୟ କରିଛନ୍ତି। ଲିପିଙ୍କ ବାପା ହେଉଛନ୍ତି ଜଣେ ପୋଲିସ୍ ଅଫିସର। ଲିପିଙ୍କ ପରିବାରରେ ତାଙ୍କ ବାପା ମାଙ୍କ ଛଡ଼ା ତାଙ୍କ ଭାଈ,ଭାଉଜ ଏବଂ ପୁତୁରା ଅଛନ୍ତି।
ତାଙ୍କ ବାପା ଜଣେ ପୋଲିସ୍ ଅଫିସର ହୋଇଥିବାରୁ ଲିପିଙ୍କ ଇଚ୍ଛାଥିଲା ଜଣେ ଆଇପିଏସ୍ ଅଫିସର ହେବାକୁ କିନ୍ତୁ ତାଙ୍କ ମାଆଙ୍କ ଇଚ୍ଛାଥିଲା ଲିପିଙ୍କୁ ଏକ ବଡପରଦାରେ ଦେଖିବାକୁ। ଶେଷରେ ଲିପି ତାଙ୍କ ମାଆଙ୍କ ଇଚ୍ଛା ହିଁ ପୁରାଣ କରିଥିଲେ। ଅଭିନୟ ପାଇଁ ତାଙ୍କ ମାଆଙ୍କ ଠାରୁ ସେ ବୋହୁତ ମାଡ଼ ମଧ୍ୟ ଖାଇଛନ୍ତି। ଟିଭି ଆଙ୍କାରିଂ ଦ୍ବାରା ସେ ଓଲିଉଡ ଜଗତରେ ଏଣ୍ଟ୍ରି ମାରିଥିଲେ। ଏହାପରେ ସେ ବୋହୁତସାରା ଆଲବମ୍ ରେ ଅଭିନୟ କରିଥିଲେ। ତାଙ୍କର ପ୍ରଥମ ଆଲବମ୍ ଥିଲା ମୁଁ ବିନା ଘୁଙ୍ଗୁରରେ ନାଚିବି।
ଏହାପରେ ସେ ରାତାରାତି ବନିଯାଇଥିଲେ ସୁପରଷ୍ଟାର। ସେ ୩ ହଜାରରୁ ଅଧିକ ଆଲବମ୍ ରେ ଅଭିନୟ କରିସାରିଛନ୍ତି। ଜାଇଫୁଲ ତାଙ୍କ ଜୀବନର ସବୁଠାରୁ ବେଷ୍ଟ ଆଲବମ୍ ଅଟେ ଯାହାକି ବୋହୁତସାରା ଲୋକ ପ୍ରିୟତା ପାଇଥିଲା। ଏହାପରେ ସେ ଘରେ ଘରେ ପରିଚିତ ହୋଇଯାଇଥିଲେ। ସମସ୍ତେ ତାଙ୍କ ଅଭିନୟ ଦିୱାନା ହୋଇଯାଇଥିଲେ। ଏହାପରେ ଲିପି ବୋହୁତସାରା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
ତାଙ୍କ ପ୍ରଥମ ଫିଲ୍ମ ହେଉଛି ଓଁ ଶାନ୍ତି ଓମ୍। ସେ ହିନ୍ଦୀ ଫିଲ୍ମରେ ବି ଅଭିନୟ କରିଛନ୍ତି। ସେ ବର୍ତ୍ତମାନ ସମୟରେ ଓଡ଼ିଆ ସିରିୟଲରେ ଅଭିନୟ କରୁଛନ୍ତି। ଏହା ପୂର୍ବରୁ ସେ ତାରାତାରିଣୀ ଧାରାବାହିକରେ ଅଭିନୟ କରିଥିଲେ। ଏହି ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ଯୋଗୁଁ ଏହି ଧାରାବାହିକରେ ବୋହୁତ ପୁରସ୍କାର ମଧ୍ୟ ମିଳିଛି। ୨୦୧୭ ରେ ଲିପି ବେଷ୍ଟ ଅଭିନେତ୍ରୀର ପୁରସ୍କାର ପାଇଥିଲେ।