ଏହି ମନ୍ଦିରର ପୁଜା ବିଦ୍ଧିକୁ ଦେଖିଲେ ଆପଣ ବି ଆଶ୍ଚଯ୍ୟ ହେଇଯିବେ, Prabhu ଏମିତି ସବୁ ହୋଇଥାଏ…

ନମସ୍କାର ଦର୍ଶକବନ୍ଧୁ ଧର୍ମ, ବିଶ୍ଵାସ, ଅନ୍ଧବିଶ୍ୱାସ, ଚମତ୍କାର ଏବଂ ରହସ୍ୟର ପରିପୂର୍ଣ୍ଣ ଅଛି ଆମର ଏହି ଭାରତ। ଆମର ଏହି ଭାରତ ଦେଶରେ ଏମିତି ବୋହୁତ ପୁରାତନ ମନ୍ଦିର ଅଛି ଯାହାର ରହସ୍ୟ ଏବଂ ଚମତ୍କାର ଆଗରେ ଏକ ସାଧାରଣ ଲୋକତ ଦୂରର କଥା ବୈଜ୍ଞାନିକମାନେ ମଧ୍ୟ ଫେଲ ମାରିଯିବେ। ଆଜି ଆସନ୍ତୁ ଆମ ଭାରତର କିଛି ଏମିତି ମନ୍ଦିର ବିଷୟରେ ଜାଣିବା ଯାହାର ନିୟମ ଓ ପୂଜାପାଠର ବିଦ୍ଧିରେ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

କର୍ଣ୍ଣିମାତାଙ୍କ ମନ୍ଦିର – ରାଜସ୍ଥାନର ବିକାନିର୍ ରେ ସ୍ତିତ ଏହି ମନ୍ଦିର ତାର ପୂଜାପାଠର ବିଧିବିଧାନ ପାଇଁ ସାରା ଭାରତର ଲୋକମାନଙ୍କୁ ଆଜିବି ଆଶ୍ଚର୍ଯ୍ୟର ଘେରରେ ଘେରେଇ ରଖିଛି କାହିଁକି ନା ଏହି ମନ୍ଦିରରେ ୨୦ ହଜାର କଳା ମୂଷା ରୁହନ୍ତି। ଲକ୍ଷ ଲକ୍ଷ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ପୂରଣ କରିବା ପାଇଁ ପ୍ରତିବର୍ଷ ଏହି ମନ୍ଦିରକୁ ଆସନ୍ତି। କର୍ଣ୍ଣିମାତା ଯାହାଙ୍କୁ ଦୁର୍ଗା ମାତାଙ୍କ ରୂପ ବୋଲି କୁହନ୍ତି ଏହା ବ୍ୟତୀତ ଏହି ମନ୍ଦିର କୁ ମୂଷା ମନ୍ଦିର ବୋଲି କୁହାଯାଏ। ଏଠି ମୂଷାମାନଙ୍କୁ ଠିକ୍ ସମୟରେ ଖାଇବାକୁ ଖାଦ୍ୟ ମଧ୍ୟ ଦିଅନ୍ତି। ଏହା ବ୍ୟତୀତ ଏଠି ମୂଷା ମାନଙ୍କର ସଠିକ୍ ଯତ୍ନ ମଧ୍ୟ ନିଆଯାଏ। ଏଠି ଏତେ ମୂଷା ରୁହନ୍ତି ଯେ ଆପଣଙ୍କୁ ଏଠି ପାଦ ଘୋଷାରି ଘୋଷାରି ଚାଲିବାକୁ ପଡେ। ଯଦି ଭୁଲରେ ଗୋଟେ ବି ମୂଷା ଆପଣଙ୍କ ପାଦ ତଳକୁ ଆସି ମରିଯାଏ ତାହେଲେ ଏହାକୁ ଅଶୁଭ ସଂକେତ ବୋଲି ମାନନ୍ତି। ଏହା ବ୍ୟତୀତ ଯଦି ଗୋଟିଏ ବି ମୂଷା ଆପଣଙ୍କ ପାଦ ଦେଇ ଚାଲିଯାଏ ତେବେ ଆପଣଙ୍କୁ ଦେବୀ ମା ର ଅଶ୍ରିବାଦ୍ ମିଳିଗଲା ବୋଲି ମାନନ୍ତି।

ସିଗ୍ନା ପୁରର ଶନି ମନ୍ଦିର- ଆମ ଦେଶରେ ସୂର୍ଯ୍ୟଙ୍କ ପୁତ୍ର ଶନିଙ୍କର ବୋହୁତ ମନ୍ଦିର ଅଛି। ଏଗୁଡିକ ମଧ୍ୟରୁ ଗୋଟେ ମନ୍ଦିର ମହାରାଷ୍ଟ୍ରର ଏହେମ୍ମଦ୍ ନଗରରେ ସ୍ତିତ ସିଗ୍ନା ପୁରର ଶନି ମନ୍ଦିର। ବିଶ୍ଵ ପ୍ରସିଦ୍ଧ ଏହି ଶନି ମନ୍ଦିରର ବିଶେଷତ୍ଵ ଏହା ଯେ ଶନିଦେବଙ୍କ ଏକ ବିଶାଳ ପ୍ରତିମା ବିନା କୌଣସି ମନ୍ଦିର ଖୋଲା ଆକାଶ ତଳେ ଚାରି ପାର୍ଶ୍ଵରେ ଥିବା ଗୋଟେ ଚାନ୍ଦିନୀ ଉପରେ ବିରାଜିତ ଅଛନ୍ତି। ଏଠି ସିଗ୍ନା ପୁରର ଶନି ମନ୍ଦିରର ଏତେ ଭୟ ଅଛି ଯେ ଏହି ସହରରେ ଥିବା ବୋହୁତ ଘର ଗୁଡ଼ିକରେ କବାଟ ଏବଂ ଝରକା ନାହିଁ। ଏଠି କବାଟ ବଦଳରେ ଝରକା ଲଗାଯାଇଛି।ଏହା ଏଥିପାଇଁ ଅଛି ଯେ ଏଠି ଗୋଟେ ବି ଚୋର ନାହିଁ କୁହନ୍ତି ଯିଏ ଚୋରି କରୁଛି ତାକୁ ସ୍ଵୟଂ ଶନିଦେବ ଦଣ୍ଡ ଦିଅନ୍ତି। ଏହାର ବୋହୁତ ପ୍ରତ୍ୟକ୍ଷ ଉଦାହରଣ ଏଠାକାର ଲୋକମାନେ ଦେଖିଛନ୍ତି। ଶନିଦେବଙ୍କ ପ୍ରକୋପରୁ ମୁକ୍ତି ପାଇବା ପାଇଁ ଏଠାକୁ ପ୍ରତି ଶନିବାର ଦିନ ସାରା ଦେଶରୁ ବୋହୁତ ଶ୍ରଦ୍ଧାଳୁ ଆସନ୍ତି।

ଉଜେନ୍ଦ୍ର କାଳଭୈରବ ମନ୍ଦିର- କଣ ମୂର୍ତ୍ତି କେବେ ଜଳ ପିଇ ପାରିବ କେବେବି ନୁହେଁ। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ ଉଜେନ୍ଦ୍ର କାଳଭୈରବ ମନ୍ଦିରରେ ଥିବା ଜଳ ନୁହେଁ ମଦ୍ୟପାନ କରେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ସତ୍ୟ। ଏହି ମନ୍ଦିରରେ ଥିବା ମୂର୍ତ୍ତି ପ୍ରତିଦିନ ଲିଟର ଲିଟର ମାତ୍ରାରେ ମଦ୍ୟପାନ କରେ। ଏଠାକୁ ଆସୁଥିବା ଭକ୍ତମାନେ ନଡ଼ିଆ,କଦଳୀ ଭୋଗ ଚଢ଼େଇବା ବଦଳରେ ମଦକୁ ଭଗଵାନଙ୍କ ପାଖରେ ଭୋଗ ଚଢ଼ାନ୍ତି। ଏବଂ ସେହି ମଦ ପୂଜା ହୋଇସାରିବା ପରେ ପ୍ରସାଦ ଭାବରେ ବଣ୍ଟାଯାଏ।

ମେହେନ୍ଦି ପୁରର ବାଲାଜୀ ମନ୍ଦିର – ରାଜସ୍ଥାନର ଦଶା ଜିଲ୍ଲାରେ ସ୍ଥିତ ମେହେନ୍ଦି ପୁରର ବାଲାଜୀ ମନ୍ଦିର ଭଗଵାନ ହନୁମାନଙ୍କର ୧୦ ଟି ମନ୍ଦିର ମଧ୍ୟରୁ ଅନ୍ୟତମ। ଏଠାକାର ସ୍ଥାନୀୟ ଲୋକମାନେ ମାନନ୍ତି ଏଠାରେ ସାକ୍ଷାତ ହନୁମାନ ବିରାଜମାନ ଅଟନ୍ତି। ଯେଉଁ ବ୍ୟକ୍ତିମାନଙ୍କର ଉପରେ ଖରାପ ଶକ୍ତି ଥାଏ ସେହିମାନେ ଏହି ମନ୍ଦିରକୁ ପ୍ରବେଶ କରିବା ମାତ୍ରେ ବୋହୁତ ଜୋର୍ ରେ ଚିତ୍କାର କରିବାକୁ ଲଗାନ୍ତି ଏବଂ ଏହା ପରେ ସେହି ଖରାପ ଶକ୍ତି ସେମାନଙ୍କର ଶରୀର ଭିତରୁ ଚାଲିଯାଇ ଥାଏ। ଏହା କେମିତି ହେଉଛି ଏହି ବିଷୟରେ କେହି ଜାଣି ନାହାଁନ୍ତି। ତଥାପି ବୋହୁତ ବର୍ଷରୁ ଖରାପ ଶକ୍ତିରୁ ରକ୍ଷା ପାଇବା ପାଇଁ ଏଠିକି ବୋହୁତ ଦେଶରୁ ଲୋକମାନେ ଆସନ୍ତି। ଆଉ ଗୋଟିଏ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ମନ୍ଦିରରେ ରାତିରେ ରହିବାପାଇଁ ମନା କରାଯାଇଥାଏ।

ପଦ୍ମନାଭ ସ୍ଵାମୀଙ୍କର ମନ୍ଦିର – କେରଳର ତିରୁଭନତ ପୁରରେ ସ୍ଥିତ ପଦ୍ମନାଭ ସ୍ଵାମୀଙ୍କର ମନ୍ଦିର ନିଜର ରହସ୍ୟ ଓ ଅମୂଲ୍ୟ ଖଜଣା ପାଇଁ ସାରା ଦୁନିଆରେ ପ୍ରସିଦ୍ଧ। ଏହାକୁ ଭାରତର ସବୁଠୁ ଧନୀ ମନ୍ଦିର ମଧ୍ୟ କୁହାଯାଏ। ଏହି ମନ୍ଦିରରେ କିଛି ଗୁପ୍ତ ଭଣ୍ଡାର ଗୃହ ମଧ୍ୟ ଅଛି। ସେଥିରୁ କିଛି ଗୃହକୁ ଯେତେବେଳେ ଖୋଲାଗଲା ସେହି ଭଣ୍ଡାର ଗୃହରୁ କୋଟି କୋଟି ଟଙ୍କାର ସୁନଗହଣା ଏବଂ ମୂର୍ତ୍ତି ଆଦି ମିଳିଲା। ଏହି ମନ୍ଦିରରେ ଥିବା ସପ୍ତମ ଭଣ୍ଡାର ଗୃହକୁ ଆଜି ପର୍ଯ୍ୟନ୍ତ ଖୋଲା ହୋଇନାହିଁ। ସେହି ସପ୍ତମ ଭଣ୍ଡାର ଗୃହକୁ ଖୋଲିବା ପାଇଁ ସମସ୍ତେ ଡରୁଛନ୍ତି। ସରକାରଙ୍କ ଅନୁମତିରେ ଯେତେବେଳେ କିଛି ଲୋକ ଭଣ୍ଡାର ଗୃହର ଷଷ୍ଠ ଦ୍ଵାର ଖୋଲି ସରିବାପରେ ଯେତେବେଳେ ସପ୍ତମ ଦ୍ଵାର ଖୋଲିବାକୁ ଗଲେ ସେଠାରେ ଥିବା ବଡ଼ ବଡ଼ ସାପର କଳାକୁର୍ତ୍ତିକୁ ଦେଖି ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଗଲା। କୁହାଯାଏ ଏହି ଗୃହକୁ ଯଦି ଖୋଲିବ ତେବେ ଅନର୍ଥ ହୋଇଯିବ।

କାମାକ୍ଷା ମନ୍ଦିର- ଆସାମର ଗୁହାଟିରେ ସ୍ଥିତ କାମାକ୍ଷା ମନ୍ଦିର ମାତା ସତୀଙ୍କର ବାବନ ଶକ୍ତିପୀଠ ମନ୍ଦିରରୁ ଅନ୍ୟତମ। ଏହି ପ୍ରସିଦ୍ଧ ମନ୍ଦିରରେ ମାତା ସତୀ ଅବା ମା ଦୁର୍ଗାଙ୍କ ଗୋଟେ କି ମୂର୍ତ୍ତି ନାହିଁ। ପୌରାଣିକ କଥା ଅନୁସାରେ ଯେବେ ମାତା ସତୀଙ୍କର ମୃତ୍ୟୁ ହୋଇଗଲା ସେବେ ପ୍ରଭୁ ଭୋଳାନାଥଙ୍କୁ ମାତା ସତୀଙ୍କର ମୃତ୍ୟୁ ଶରୀର ଉପରେ ମୋହ ହୋଇଗଲା। ସେହି ସମୟରେ ଭଗଵାନ ବିଷ୍ଣୁ ଆସି ତାଙ୍କ ସୁଦର୍ଶନ ଚକ୍ରରେ ମାତା ସତୀଙ୍କର ମୃତ୍ୟୁ ଶରୀରକୁ ୫୨ ଖଣ୍ଡ କରିଦେଲେ। ସେହି ୫୨ ଖଣ୍ଡ ଯେଉଁ ଯେଉଁ ଜାଗାରେ ପଡ଼ିଲା ତାହା ମାତାଙ୍କର ପ୍ରସିଦ୍ଧ ପୀଠ ପାଲଟି ଗଲା। ସେହି ୫୨ ଖଣ୍ଡରୁ ଏଠି ମାତା ସତୀଙ୍କର ଗର୍ଭ ଆସିପଡ଼ିଲା ଯାହାକୁ କମାକ୍ଷ ମନ୍ଦିର ବୋଲି କୁହାଯାଏ। ଏହି ମନ୍ଦିର ୩ ଭାଗରେ ବିଭକ୍ତ ଅଛି। ଏହାର ପ୍ରଥମ ଭାଗ ସବୁଠୁ ବଡ ଅଟେ ଏଠାକୁ କିଛି ଲୋକଙ୍କୁ ଯିବାକୁ ଅନୁମତି ମିଳିଥାଏ। ଦ୍ଵିତୀୟ ଭାଗରେ ମାତାଙ୍କର ଦର୍ଶନ ହୋଇଥାଏ। ଏଠି ପଥରରୁ ସବୁବେଳେ ପାଣି ବାହାରିଥାଏ। କୁହାଯାଏ ମାସକୁ ତିନିଦିନ ଏଠି ଥିବା ନଦୀର ପାଣି ଲାଲ୍ ହେଇଯାଏ ଏହା କେମିତି ହୁଏ କେହି ଜାଣନ୍ତି ନାହିଁ।