ଏହି ତାରିଖରୁ ଖୋଲିବ ସବୁ ପ୍ରାଥମିକ School, ସରକାର କଲେ ଘୋଷଣା, ଏବେ ସବୁ ଜିଲ୍ଲାରେ ଖୋଲିବ

ନମସ୍କାର ବନ୍ଧୁଗଣ ସ୍କୁଲ୍ ଖୋଲିବାକୁ ନେଇ ଆସିଲା ବଡ଼ ଖବର ପ୍ରାଥମିକ ସ୍କୁଲ୍ ଖୋଲିବ ଅକ୍ଟୋବରରେ। ଅକ୍ଟୋବରରେ ଖୋଲିପାରେ ସମସ୍ତ ସ୍କୁଲ୍। ଅକ୍ଟୋବର ମାସରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ। ଗତମାସ ମଧ୍ୟରେ କରୋନା ସଂକ୍ରମଣ ବୋହୁ ପରିମାଣରେ ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ ଅପରେସନ୍ ବା SOP ତିଆରି ଚାଲିଛି।

ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନହୁଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର କ୍ଲାସ୍ ରୁମ୍ ପାଠପଢ଼ା ଆରମ୍ଭ ହେବ। ଦଶହରା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଧ୍ୟାନ ଦେବାକୁ ଜିଲ୍ଲାଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି।

ଦୁଇଦିନ ତଳେ ଗଣଶିକ୍ଷା ବିଭାଗର ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହାକୁ ନେଇ ବିଶେଷ ଆଲୋଚନା ମଧ୍ୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ୍ ଖୋଲିବା ପାଇଁ ଯେକୌଣସି ସମୟରେ ନିଷ୍ପତି ନିଆଯାଇପାରେ। ରାଜ୍ୟ ସରକାର ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତି ନେବେ କିନ୍ତୁ ତା ପୂର୍ବରୁ ପ୍ରସ୍ତୁତ ରହିବାକୁ ପଡିବ। କ୍ୟାମ୍ପସ୍ ସହ କ୍ଲାସ୍ ରୁମ୍ ସଫେଇ ଉପରେ ପ୍ରାଥମିକତା ଦେବାକୁ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି।

ଯେପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ପାଇଁ ନିଷ୍ପତି ନ ନିଆ ହୋଇଛି ସେପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀ ଗାଁ, ବସ୍ତି, ଗୋଷ୍ଟିକୁ ଯାଇ ପିଲାଙ୍କୁ ପଢାନ୍ତୁ। ୧୦ ରୁ ୧୫ ପିଲାଙ୍କୁ ଏକାଠି ପଢାଇଲେ କୌଣସି ଅସୁବିଧା ନାହିଁ। ମାଲକାନଗିରି, ଖୋର୍ଦ୍ଧା, ସୋନପୁର ପ୍ରବୃତ୍ତି ଜିଲ୍ଲାରେ ଏଭଳି ଶିକ୍ଷାଦାନ କରାଯାଉଛି। ଏପର୍ଯ୍ୟନ୍ତ ଆରମ୍ଭ କରିନଥିବା ଜିଲ୍ଲା ଗୁଡ଼ିକ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଥମିକ ବିଦ୍ୟାଳୟ ଖୋଲିବା ସପକ୍ଷରେ ବିଶେଷଜ୍ଞମାନେ ମଧ୍ୟ କେନ୍ଦ୍ର, ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଛୋଟ ପିଲାଙ୍କ ଟୀକାକରଣ ପର୍ଯ୍ୟନ୍ତ ଅପେକ୍ଷା କରିବା ଅନୁଚିତ୍। ଛୋଟ ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ରହିଛି କରୋନା ମୁକାବିଲାରେ ସେ ସକ୍ଷମ ତେଣୁ ତାଙ୍କୁ କରୋନା ପାଇଁ ପାଠପଢ଼ାରୁ ବଞ୍ଚିତ କରାଯିବା ଅନୁଚିତ୍ ଯାହାକୁ ଆଧାର କରି ରାଜ୍ୟ ସରକାର ବିଚାର ବିମର୍ଷ ଚଲାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ୍ ଖୋଲିବାକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାପତି ପ୍ରଧାନ ମାସକ ତଳେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଏଥିଲାଗି ପ୍ରସ୍ତାବ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ପ୍ରାଥମିକ ସ୍କୁଲ୍ ଖୋଲିବାକୁ ଯାଉଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୁବ୍ ଶୀଘ୍ର ଖୋଲିବ ବୋଲି ଆଶଙ୍କା କରାଯାଉଛି।