ପୁଣି ମାଡ଼ି ଆସୁଛି ଭୟଙ୍କର ଲଘୁଚାପ… ପାଣିପାଗ ବିଭାଗ ଦେଲେ ଭୟଙ୍କର Suchana, ଏହି ତାରିଖରୁ ପୁଣି ପ୍ରବଳ ବର୍ଷା…

ନମସ୍କାର ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି ତେବେ ବର୍ତ୍ତମାନ ଯାହା ସୂଚନା ମିଳୁଛି ଗୋଟିଏ ଲଘୁଚାପ ନ ଯାଉଣୁରୁ ପୁଣିଥରେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି ତେବେ ସୂଚନା ମିଳିଛି କି ଏହି ଲଘୁଚାପଟି ଗତ ଲଘୁଚାପ ଠାରୁ ଭୟଙ୍କର ଅଟେ ତେବେ ଏହି ଲଘୁଚାପର ପ୍ରଭାବ ନେଇପାରେ କି ଭୟଙ୍କର ବାତ୍ୟାର ରୂପ ତେବେ କଣ କହୁଛି ପାଣିପାଗ ବିଭାଗ ତାହା ସାଙ୍ଗକୁ ଯଦି ଏହା ବାତ୍ୟାର ରୂପ ନିଏ ତେବେ କେଉଁସବୁ ଜିଲ୍ଲାକୁ ସତର୍କ ସୂଚନା ରହିବ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିବା।

ତେବେ ବର୍ତ୍ତମାନ ଯାହା ସୂଚନା ମିଳୁଛି ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୁଳ ଅଞ୍ଚଳରେ ଶନିବାର ଦିନ ରହିଥିବା ସଦୃଶ ଲଘୁଚାପ ବଳୟ ରବିବାର ଦିନ ସାମାନ୍ୟ ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରିବା ସହିତ ଅବପାତର ରୂପ ନେଇଥିଲା ରହିବାର ଦିନ ସକାଳ ୮ ଟାରେ ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୁଳରେ ଏବଂ ଉତ୍ତର ଓଡ଼ିଶା ଉପରେ ମଧ୍ୟ ରହିଥିଲା ଫଳରେ ରବିବାର ଦିନ ଦିନତମାମ ଉପକୂଳରୁ ପଶ୍ଚିମ ଓଡ଼ିଶା ଯାଏଁ ପ୍ରବଳ ବର୍ଷା ହୋଇଯାଇଛି |

ବିଶେଷକରି ଗତକାଲି ରାତିରେ ମଧ୍ୟ ନୂଆପଡ଼ା ବଲାଙ୍ଗୀର କଳାହାଣ୍ଡି ସୋନପୁର ବରଗଡ଼ ସମ୍ବଲପୁର ଦେବଗଡ କେନ୍ଦୁଝର ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଆଦି ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ଜଣାପଡିଛି ସୁନ୍ଦରଗଡ ଜିଲ୍ଲାର ହେମଗିରିରେ ସର୍ବାଧିକ ୨୦୦.୪ ମିଲିମିଟର ବର୍ଷା ହୋଇଥିବା ବେଳେ ରାଜକାନପୁରରେ ମଧ୍ୟ ୧୪୭.୪ ମିଲିମିଟର ସୁନ୍ଦରଗଡରେ ୧୬୩.୪ ମିଲିମିଟର ଏପ୍ରିପଡ଼ାରେ ମଧ୍ୟ ୫୬.୪ ମିଲିମିଟର ବର୍ଷା ହୋଇ ଯାଇଛି |

ଏହା ସହିତ ଅପରାହ୍ନ ୫ ଟା ସୁଧା ପୁରୀ ଅସ୍ତରଙ୍ଗରେ ମଧ୍ୟ ୧୬୮ ମିଲିମିଟର କନ୍ଧମାଳ ଫିରିଙ୍ଗିରେ ମଧ୍ୟ ୧୬୧.୬ ମିଲିମିଟର ସମ୍ବଲପୁର ଧନ କେଡାରେ ମଧ୍ୟ ୧୫୯ ମିଲିମିଟର ଜଗତସିଂହପୁର ବାଲିକୁଦାରେ ୧୫୪ ମିଲିମିଟର ବର୍ଷା ହୋଇଛି। ତେବେ ଆଶ୍ୱସ୍ତିକର କଥା ହେଉଛି ଆଜି ରାଜ୍ୟରେ ବର୍ଷାର ବିତ୍ପତ ବୋହୁତ ମାତ୍ରାରେ କମିବ ବୋଲି କୁହାଯାଉଛି ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରହିବାର ଦିନ ଠାରୁ ପଶ୍ଚିମ ଓଡ଼ିଶା ଜିଲ୍ଲା ଗୁଡିକରେ ବର୍ଷାର ବିତ୍ପାତ୍ ଦେଖିବାକୁ ମିଳିଥିବା ବେଳେ ଉପକୂଳ ଓଡ଼ିଶା ମଧ୍ୟ ବର୍ଷା କୋପରୁ ବର୍ତ୍ତି ନଥିଲା|

ତେବେ ଶନିବାର ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ରବିବାର ଦିନ ମଧ୍ୟ ସକାଳୁ ସକାଳୁ ବର୍ଷାର ପରିମାଣ ବଢିଥିଲା ତେବେ ବାଲେଶ୍ଵର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଢେଙ୍କାନାଳ ମୟୂରଭଞ୍ଜ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି କନ୍ଧମାଳ ବୌଦ୍ଧ ନବରଙ୍ଗପୁର ରାୟଗଡ଼ା କୋରାପୁଟ ଏବଂ ମାଲକାନଗିରି ଆଦି ଜିଲ୍ଲାରେ ମଧ୍ୟ ଦିନ ତମାମ୍ ପ୍ରବଳ ବର୍ଷା ଜାରି ରହିଥିଲା ଆହୁରି ଆଶ୍ୱସ୍ତିକର କଥା ହେଉଛି ୧୬ ତାରିଖ ଦିନ ରାଜ୍ୟରେ ପାଗ ସଂପୂର୍ଣ୍ଣ ଭାବରେ ଶୁଷ୍କ ରହିବ ଅନ୍ୟପଟେ ରାଜ୍ୟରେ ଏବେ ମୌସୁମୀ ଶକ୍ତିଶାଳୀ ପ୍ରଭାବ ଜାରୀ ରଖିଥିବା ବେଳେ ରାଜ୍ୟରେ ମୌସୁମୀ ଜନିତ ବର୍ଷା ମଧ୍ୟ ଜାରି ରହିବ।

ତେବେ ଆଉ ଏକ ଆସୁଛି ବଡ଼ ଖବର ଆସନ୍ତା ୧୭ ତାରିଖରେ ପୁଣିଥରେ ବର୍ଷା ବଢିପାରେ କାହିଁକିନା ବିଭିନ୍ନ ପାଣିପାଗ ବିଜ୍ଞାନିମାନେ ଆକଳନ କରିଛନ୍ତି ଆସନ୍ତା ୧୭ ତାରିଖରେ ପୁଣିଥରେ ବଙ୍ଗୋପ ସାଗରରେ ଆସୁଛି ଆଉ ଏକ ଲଘୁଚାପ ଏହାର ପ୍ରଭାବରେ ପୁଣିଥରେ ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହୁଛି ପାଣିପାଗ ବିଭାଗ ସୂଚନା ମୁତାବକ ୧୭ ତାରିଖ ଦିନ ରାଜ୍ୟର କେନ୍ଦୁଝର ମୟୂରଭଞ୍ଜ ଏବଂ ବାଲେଶ୍ଵର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ୧୮ ତାରିଖ ଦିନ ସାରା ଓଡ଼ିଶାରେ ମଧ୍ୟ ବିସ୍ତାରିତ ବର୍ଷା ହେବ ବୋଲି କୁହାଯାଉଛି।