ଏକାଠି ଅଭିନୟ କରିବେ ସ୍ୱାମୀ ଓ ସ୍ତ୍ରୀ, ଓଡ଼ିଆ ସୁପରଷ୍ଟାର Amlan ଓ ସ୍ତ୍ରୀ Bhumika… ଦେଖନ୍ତୁ ପୁରା ଖବର

ପତ୍ନୀକୁ ନେଇ ଏକ ନୂଆ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି ସୁପରଷ୍ଟାର ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ। ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ନିଜେ ସମ୍ଭାଳି ଥିବାବେଳେ ଏହାର ଡିରେକ୍ସନ୍ ଦେଇଛନ୍ତି ସୁଶାନ୍ତ ମଣି ବୋଲି ଶୁଣିବାକୁ ମିଳିଛି। ଅମ୍ଳାନ ଓ ତାଙ୍କ ପତ୍ନୀ ଏକ ନୂଆ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି।


ଏହାକୁ ନେଇ ଅମ୍ଳାନ କିଛି ସ୍ପଷ୍ଟ କରିନଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଦୁହିଁଙ୍କର ସୁଟିଂ ସେଟ୍ ର ଫଟୋ। ଲୋକମାନେ ମଧ୍ୟ ଖୁବ୍ ପ୍ରଶଂସା କରୁଛନ୍ତି ଏହି ଯୋଡିକୁ। ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅମ୍ଳାନ ଓ ଭୂମିକା। ଏହି ଚଳଚ୍ଚିତ୍ରଟି ଏପ୍ରିଲ ମାସରେ ପ୍ରକାଶିତ ହେବ ବୋଲି କୁହାଯାଉଛି।


ଚଳଚ୍ଚିତ୍ରର ନାମ କଣ ରଖାଯିବ ଏବଂ ଏହି ଚଳଚ୍ଚିତ୍ରଟି ସୋମ୍ ପ୍ରଡକ୍ସନ କି ଆଉ କେଉଁ ପ୍ରଡକ୍ସନରେ ରିଲିଜ୍ ହେବ ଏପର୍ଯ୍ୟନ୍ତ କିଛି ଖବର ମିଳିନାହିଁ। ଏବେ ଚର୍ଚ୍ଚା ଜୋର ଧରିଛି କି ଭୂମିକାଙ୍କ ସହିତ ସ୍ଵାମୀ ଅମ୍ଳାନ ଏକ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି ବୋଲି ଶୁଣିବାକୁ ମିଳିଛି।

ଭୂମିକାଙ୍କ ସହ ତାଙ୍କ ଯୋଡି ରହିବ ନା ଭୂମିକା ସେହି ଫିଲ୍ମରେ ଅନ୍ୟ ଏକ ଚରିତ୍ର ନିଭାଇବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସ୍ଵାମୀ ଏବଂ ସ୍ତ୍ରୀ ଗୋଟିଏ ଫିଲ୍ମରେ ନଜର ଆସିବେ ବୋଲି ସ୍ପଷ୍ଟ କରାଯାଇଛି। ଭୂମିକା ଏହି ଫିଲ୍ମରେ ହିରୋଇନ୍ ଭାବରେ ଅଭିନୟ କରିବେ ନା ଆଉ କେହି ହିରୋଇନ୍ ରହିବେ ଏହାର କିଛି ସୂଚନା ମିଳିନାହିଁ।

ଏହି ଫିଲ୍ମରେ ଭୂମିକା ପ୍ରଯୋଜନା ଭାର ସମ୍ଭାଳିବେ ବୋଲି ମଧ୍ୟ କୁହାଯାଇଛି। ଭୂମିକାଙ୍କ ନାମରେ ଏହି ପ୍ରଡକ୍ସନ ହାଉସ୍ ରହିବ ଆଗକୁ ମଧ୍ୟ ଏହି ପ୍ରଡକ୍ସନ ହାଉସ୍ ରେ ହିଟ୍ ହିଟ୍ ଚଳଚ୍ଚିତ୍ର ସୁଟିଂ କରାଯିବ।