ନମସ୍କାର ବନ୍ଧୁଗଣ ଓଲିଉଡ଼ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଆପଣମାନେ ବୋହୁତ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନର କୋଭିଡ ପରିସ୍ଥିତିରେ ଗରୀବ ଲୋକମାନଙ୍କ ଘରେ ବୁଲି ସେମାନଙ୍କୁ ଖାଦ୍ୟଦେବା ଆଉ ସେମାନଙ୍କ ସୁଖ ଦୁଃଖ ବୁଝିବାର କାମ କରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଏହାକୁ ଦେଖି ଅନୁଭବ ମହାନ୍ତି କଣ କହିଛନ୍ତି ଆସନ୍ତୁ ଜାଣିବା।
ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗତ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇ ବର୍ତ୍ତମାନ ସମୟରେ କିଛି ପାରିବାରିକ ସମସ୍ୟା ନଜର ଆସିଛି। ଏହାପରେ ଦୁହେଁ କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ଏହିଭଳି ପରିସ୍ଥିତିରେ ଦୁହେଁ ଅଲଗା ରହିଥିବାର ନଜର ଆସୁଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘରେ ରହୁଥିବା ବେଳେ ଅନୁଭବ ମହାନ୍ତି ତାଙ୍କ ନୂଆ ଘରେ ରହୁଛନ୍ତି।
ଏହିଭଳି ପରିସ୍ଥିତିରେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଦୁହେଁ ଗରୀବ ଲୋକମାନଙ୍କର ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଗରୀବ ଲୋକମାନଙ୍କ ଘର ଘର ବୁଲି କୋଭିଡ୍ ପରିସ୍ଥିତିରେ ସେମାନଙ୍କୁ ଖାଦ୍ୟପେୟ ବାଣ୍ଟିବା ସହିତ ସେମାନଙ୍କର ସୁଖଦୁଃଖ, ସୁବିଧା ଅସୁବିଧା କଥା ବୁଝିଛନ୍ତି। ଆପଣମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀଙ୍କର ଗୋଟିଏ ସମାଜ ସେବା ସଂଘ ରହିଛି। ଯାହାର ନାମ ହେଉଛି ସମ୍ମାନିତା। ଏହି ସମ୍ମାନିତା ଦଳ ମାଧ୍ୟମରେ ସବୁ ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି।
ଏହା ସହ ଅନୁଭବ ମହାନ୍ତି ହେଉଛନ୍ତି କେନ୍ଦ୍ରାପଡ଼ାର ସାଂସଦ ତ ସେ କେନ୍ଦ୍ରାପଡ଼ାର ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି ଓ ସେମାନଙ୍କୁ କୋଭିଡ୍ ୧୯ ର ସବୁ ପ୍ରକାର ସୁରକ୍ଷା ଦେବାପାଇଁ ଚେଷ୍ଟା କରୁଛନ୍ତି ଅନୁଭବ ମହାନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କର ଏହି ସମାଜ ସେବା କାମକୁ ଦେଖି ଅନୁଭବ ମହାନ୍ତି ବୋହୁତ ପ୍ରଶଂସା କରୁଛନ୍ତି। ଆଉ ଏହା ସହିତ ସେ କହିଛନ୍ତି ବର୍ଷାଙ୍କ ଭଳି ମହିଳାମାନେ ଯଦି ଆଗକୁ ଆସିବେ ରାଜ୍ୟରେ ଲୋକମାନଙ୍କର ଆଉ କୌଣସି ଦୁଃଖ କଷ୍ଟ ରହିବ ନାହିଁ।
ଏକାଠି ମିଶିକି ଗରିବ ଲୋକଙ୍କୁ ଏମିତି ସାହାଯ୍ୟ କଲେ Barsha ଓ Anubhav… ଦେଖନ୍ତୁ
