ନମସ୍କାର ଦର୍ଶକବନ୍ଧୁ କଣ ଆପଣ ଜାଣିଛନ୍ତି ଏହି ଲୋକ ପିନ୍ଧିଥିବା ସୁନାର ସାର୍ଟ ହିଁ ଏହି ଲୋକ ପାଇଁ କାଳ ପାଲଟିଗଲା। କଣ ଆପଣ ଜାଣିଛନ୍ତି ଏହି ଦେଶର ଲୋକମାନେ ଏତେ ଗରୀବ ଯେ ସେମାନେ ଖାଇବାରେ ମାଟିର ରୁଟି ଖାଆନ୍ତି, ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ସେମାନେ ଏହି ମାଟିର ରୁଟି ସବୁଦିନ ଖାଆନ୍ତି। କଣ ଆପଣ ଏହା ବି ଜାଣିଛନ୍ତି ଗୋଟେ ଏମିତି ଦେଶ ଅଛି ଯେଉଁଟି ଚୋରି କରିବା ଅପରାଧ ନୁହେଁ, ସେଠାକାର ସୁପ୍ରିମକୋର୍ଟ ସେଠାକାର ଲୋକମାନଙ୍କୁ ଚୋରି କରିବାର ଅନୁମତି ଦେଇଛନ୍ତି। ଆସନ୍ତୁ ଆଜି ଏମିତି କିଛି ଟପିକ୍ ବିଷୟରେ ଜାଣିବା ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
7. ଦୁନିଆର ଅଧାଟଙ୍କା କେବଳ ୧୦୦ ଜଣଙ୍କ ପାଖରେ ଅଛି। ଆମ ପୁରା ପୃଥିବୀରେ ଥିବା ୧୯୫ ଦେଶରେ ଯେତିକି ଟଙ୍କା ଅଛି ତାର ଅଧା ଟଙ୍କା କେବଳ ଦୁନିଆର ୧୦୦ ଜଣ ଧନି ଲୋକଙ୍କ ପାଖରେ ଅଛି।
6. ଧନୀ ଲୋକଙ୍କ ପାଖରେ ଟଙ୍କା ରହି କଣ ଫାଇଦା ଆଜିବି କିଛି ଏମିତି ଦେଶ ଅଛି ଯେଉଁ ଲୋକମାନଙ୍କୁ ଖାଇବା ମିଳୁନାହିଁ। ଯେମିତି କି ହେତି ନାମର ଏହି ଦେଶରେ, ଏହି ଦେଶର ଲୋକ ସଂଖ୍ୟା ପାଖାପାଖି ୧ କୋଟି ୧୪ ଲକ୍ଷ। ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ସେମାନଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରେ ୨୪% ଲୋକମାନଙ୍କୁ ଗୋଟେ ଥର ଖାଇବାକୁ ମିଳୁନାହିଁ। ଏଠି ରହିଥିବା ଗରୀବ ଲୋକମାନେ ମାଟିରେ ଲୁଣ ପାଣି ମିଶାଇ ତାକୁ ଖରାରେ ଶୁଖାଇ ଖାଆନ୍ତି। ସେମାନଙ୍କର ଏମିତି ଖାଇବା ଦେଖି ସାରା ଦୁନିଆରୁ ଏମାନଙ୍କ ପାଖକୁ ଟଙ୍କା ଏବଂ ସାହାଯ୍ୟ ଆସିଲା। କିନ୍ତୁ କଣ ହେବ ଏଠି ବି ରାଜନେତାମାନେ ସେହି ଟଙ୍କାକୁ ଲୋକମାନଙ୍କୁ ନ ଦେଇ ନିଜର ଟକିଆ ତଳେ ଲୁଚେଇଦେଲେ।
5. ଇଟାଲୀ ଦେଶରେ ଆପଣ ଖାଦ୍ୟ ଜିନିଷର ଚୋରିକରି ପାରିବେ ଏଠାକାର ସୁପ୍ରିମକୋର୍ଟ ଖାଇବା ଜିନିଷର ଚୋରି କରିବାକୁ ଅନୁମତି ଦେଇଛନ୍ତି କିନ୍ତୁ ଗୋଟେ ସର୍ତ୍ତରେ ଆପଣଙ୍କୁ ବୋହୁତ ଜୋର୍ ଭୋକ ଲାଗୁଥିବ ଏବଂ ଆପଣଙ୍କ ଅବସ୍ଥା ଭୋକରେ ବୋହୁତ ଖରାପ ଓ ଅସମ୍ଭାଳ ହୋଇଥିବ ତେବେ ଯାଇ ଆପଣ ଖାଇବା ଜିନିଷର ଚୋରି କରିପାରିବେ।
4. ଆପଣ ଚାହିଁଲେ ମଧ୍ୟ ଆଖି ଖୋଲିକି ଛିଙ୍କି ପାରିବେ ନାହିଁ। ୯୯% ଲୋକମାନେ ଆଖି ଖୋଲିକି ଛିଙ୍କି ପାରନ୍ତି ନାହିଁ କେବଳ ୧% ଲୋକ ହିଁ ଏମିତି କରିପାରନ୍ତି। ଆପଣ ମଧ୍ୟ ଚେଷ୍ଟା କରି ଦେଖିପାରନ୍ତି।
3. ଏହି ଫଟୋଟି ଆମେରିକାର କୋଲରାଡ ସହରର। ଗୋଟେ ଦିନ ଗୋଟେ ଦୋକାନକୁ ହରିଣ ଆସିଲା ସେହି ହରିଣକୁ ଦୋକାନୀ ମାଲିକ ବିସ୍କୁଟ,କେକ ଖାଇବାକୁ ଦେଲା। ହରିଣ ସେ ସବୁକୁ ଖାଇ ସେଠାରୁ ଚାଲିଗଲା କିନ୍ତୁ କିଛି ସମୟପରେ ହରିଣ ତାର ପୁରା ବଂଶକୁ ନେଇ ସେଠାକୁ ଆସିଗଲା। ଏହାକୁ କୁହନ୍ତି ବିଶ୍ୱାସ ଓ ସମ୍ପର୍କ।
2. ସୁନାର ସାର୍ଟ ପିନ୍ଧି ଗିନିସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜର ଜାଗାକରି ସାରା ଦୁନିଆର ହୋସ ଉଡାଇଥିବା ଏହି ଲୋକର ଜୀବନୀ ହିଁ ଏହି ଲୋକ ପାଇଁ କାଳ ପାଲଟି ଗଲା। ପୁନେର ଦତ୍ତା ନାମକ ଏହି ଗୋଲ୍ଡମ୍ୟାନ ପିନ୍ଧିଥିବା ଏହି ସୁନାର ସାର୍ଟର ଦାମ୍ ପାଖାପାଖି ଦେଢ଼ କୋଟି ଟଙ୍କା। କିନ୍ତୁ କଣ ହେବ ସେ ଯେଉଁ ଜିନିଷକୁ ଅଧିକ ଭଲ ପାଇଲା ସେହି ଜିନିଷ ହିଁ ଜୀବନ ନେଇଗଲା। ଗୋଟେ ରାତିରେ ଦତ୍ତା ଏକୁଟିଆ ଫେରିବା ସମୟରେ କିଛି ଲୋକ ତାଙ୍କର ହତ୍ୟା କରିଦେଲେ। ତାପରଦିନ ଯେବେ ପୋଲିସ୍ ଛାନବିନ୍ କରିଲା ତେବେ ସେହି ସୁନାର ସାର୍ଟ ମଧ୍ୟ ଗାୟବ ଥିଲା।
1. କଣ ଆପଣ ମଧ୍ୟ ଡେରିରେ ସୋଇଛନ୍ତି। ଯଦି ହଁ ତେବେ ଏହା କୌଣସି ଖରାପ ଅଭ୍ୟାସ ନୁହେଁ। କାହିଁକି ନା ବିଜ୍ଞାନ ମଧ୍ୟ କହିଛି ଯେଉଁମାନେ ଅଧିକ ଜ୍ଞାନି ଥାଆନ୍ତି ଓ ଯେଉଁମାନଙ୍କର ଆଇକ୍ୟୁ ଲେବୁଲ୍ ଅଧିକ ଥାଏ ପ୍ରକୃତରେ ସେମାନଙ୍କୁ ଡେରିରେ ଶୋଇବାର ଅଭ୍ୟାସ ଥାଏ। କିନ୍ତୁ ଏହି କଥାଟି ସେମାନଙ୍କ ପାଇଁ ନୁହେଁ ଯେଉଁମାନେ ନିଜ ବୟେଫ୍ରେଣ୍ଡ୍ ଓ ଗାର୍ଲଫ୍ରେଣ୍ଡଙ୍କ ସହିତ ରାତି ୩ ଟା ପର୍ଯ୍ୟନ୍ତ ଚାର୍ଟିଂ କରନ୍ତି।
ଏମିତି ଜୀବନ ଭଗବାନ କାହାକୁ ନ ଦିଅନ୍ତୁ, He Bhagban ଆଗରୁ କେବେବି ଦେଖି ନଥିବେ ଏମିତି ଜିନିଷ
