ଏସିଆ କପ ଠିକ ପୁର୍ବରୁ ରୋହିତ ଶର୍ମାଙ୍କୁ ତାଗିଦ କରିଲେ Sourav ଗାଙ୍ଗୁଲି… କହିଲେ ଏମିତି କଥା- ତମେ ପାକିସ୍ତାନକୁ ଅଧିକ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଏସିଆ କପ୍ ପୂର୍ବରୁ ରୋହିତଙ୍କୁ ଗାଙ୍ଗୁଲିଙ୍କ ବଡ଼ ପରାମର୍ଶ ଭାରତ ପାକିସ୍ତାନ ମ୍ୟାଚ୍ କୁ ଦିଅନି ଧ୍ୟାନ ଗାଙ୍ଗୁଲି ରୋହିତଙ୍କୁ କଲେ ତାଗିଦ୍ ଏସିଆ କପ୍ ବିଜୟରେ ଦିଅ ଧ୍ୟାନ ଏସିଆ କପ୍ ଅଗଷ୍ଟ ୨୭ ରୁ ଆରମ୍ଭ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ UAE ରେ ଖେଳାଯିବ ତେବେ ପୁରା ଦୁନିଆର ନଜର ଅଗଷ୍ଟ ୨୮ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ ଭୋଲ୍ଟେଜ୍ ମୁକାବିଲା ଉପରେ ରହିଛି |

ମହା ମୁକାବିଲାକୁ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ମାତ୍ର ୨ ଘଣ୍ଟାରେ ହିଁ ମ୍ୟାଚ୍ ର ସମସ୍ତ ଟିକେଟ ବିକ୍ରି ହୋଇ ଯାଇଥିଲା ହେଲେ ଏହି ମୁକାବିଲା ପୂର୍ବରୁ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି ଗାଙ୍ଗୁଲି କହିଛନ୍ତି ଭାରତକୁ ପାକିସ୍ତାନ ବିପକ୍ଷ ମୁକାବିଲା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଏସିଆ କପ୍ ଜିତିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଉଚିତ୍।

ସୌରଭ ଗାଙ୍ଗୁଲି ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ କହିଛନ୍ତି ମୁଁ ଏହାକୁ ଏକ ଏସିଆ କପ୍ ଭାବେ ଦେଖୁଛି ମୁଁ ଭାରତ ବନାମ ପାକିସ୍ତାନ ନଜରରେ କୌଣସି ଟୁର୍ଣ୍ଣାମେଣ୍ଟକୁ ଦେଖେ ନାହିଁ ମୁଁ ଚାହୁଁଛି ଆମ ଦଳ ଏହି ଚିନ୍ତାଧାରା ସହ କ୍ରିକେଟ୍ ମଇଦାନକୁ ଓହ୍ଲାଉ ମୁଁ ଯେବେ କ୍ରିକେଟ୍ ଖେଳୁଥିଲି ସେହି ସମୟରେ ଭାରତ ପାକିସ୍ତାନ ମ୍ୟାଚ୍ କୁ ଅନ୍ୟ କ୍ରିକେଟ୍ ମୁକାବିଲା ପରି ଦେଖୁଥିଲି |

ମୁଁ ସର୍ବଦା ଟୁର୍ଣ୍ଣାମେଣ୍ଟ ଜିତିବା ଉପରେ ଧ୍ୟାନ ଲଗାଉଥିଲି ଭାରତ ଏକ ଚମତ୍କାର ଦଳ ଏବଂ ନିକଟ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି ଆଶା କରୁଛି ଭାରତୀୟ ଦଳ ଏସିଆ କପ୍ ରେ ମଧ୍ୟ ସେହି ଧରଣର ପ୍ରଦର୍ଶନ କରିବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ଏସିଆ କପ୍ ରେ ୧୪ ଟି ମୁକାବିଲା ଖେଳା ଯାଇଛି |

ଏଥିରୁ ଭାରତ ୮ଟି ଜିତିଥିବା ବେଳେ ପାକିସ୍ତାନ ୫ ଟି ମୁକାବିଲା ଜିତିଛି ଅଗଷ୍ଟ ୨୮ ରେ ୧୫ ତମ ଥର ଦୁଇ ଦଳ ମୁହାମୁହିଁ ହେବେ ଭାରତ ଏବଂ ପାକିସ୍ତାନ ଦଳ ଏସିଆ କପ୍ ରେ ଲିଗ୍ ପର୍ଯ୍ୟାୟ ପରେ ଆଉ ଦୁଇ ଥର ମୁହାମୁହିଁ ହୋଇପାରନ୍ତି ଗୋଟିଏ ସୁପର ୪ ରେ ଆଉ ଦ୍ୱିତୀୟ ଫାଇନାଲରେ ଦୁଇ ଦଳ ମୁହାମୁହିଁ ହୋଇ ପାରନ୍ତି ଭାରତ ଏବଂ ପାକିସ୍ତାନ କେବେ ମଧ୍ୟ ଏସିଆ କପ୍ ଫାଇନାଲରେ ମୁହାମୁହିଁ ହୋଇ ନାହାଁନ୍ତି।