ଅତି ଭୀଷଣ ରୂପ ଧାରଣ କଲା ଲଘୁଚାପ, Weather Update ଏହି ସବୁ ଜିଲ୍ଲାରେ ଆଗାମୀ 4ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ନମସ୍କାର ବନ୍ଧୁଗଣ ଏବେ ଏବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସୁଥିବା ଲଘଚାପକୁ ନେଇ ଏକ ସତର୍କ ସୂଚନା ଜାରି ହୋଇଛି। ଲଘୁଚାପ ମଧ୍ୟରେ ଆସନ୍ତା ୧୦-୧୪ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ୟେଲ୍ଲୋ ୱର୍ନିଂ ସହ ଆଉ କିଛି ଜିଲ୍ଲାକୁ ଅରେଞ୍ଜ୍ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ବେଶ୍ କରି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସଂହପୁର, ପୁରୀ ପାଇଁ ହାଏ ଏଲାର୍ଟ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟରେ କେବେଠାରୁ ବର୍ଷା ଆରମ୍ଭ ହେବା ସହ କେଉଁସବୁ ଜିଲ୍ଲାକୁ କେତେ ସତର୍କ ସୂଚନା ଜାରି କରିଛି ଏବଂ ଆସିଥିବା ଲଘୁଚାପକୁ ନେଇ କଣ ରିପୋର୍ଟ ଜାରି କରିଲା ଆମେରିକା ପାଣିପାଗ ବିଭାଗ ନିଶ୍ଚିତ ଜାଣି ରଖନ୍ତୁ।

ଭାରତୀୟ ପାଣିପାଗ ବିଭାଗରୁ ଏକ ବଡ ଜାରୀ ହୋଇଛି। ସୃଷ୍ଟ ଲଘୁଚାପ ଟି ଆସନ୍ତା ୯-୧୦ ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ମୌସୁମୀ ବିଳମ୍ବ ନ ହୋଇ ପୂର୍ବରୁ ପହଞ୍ଚିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ରାଜ୍ୟରେ ୯ ତାରିଖ ଠାରୁ ଆରମ୍ଭ ହୋଇଯିବ ପ୍ରବଳ ବର୍ଷା। ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୭ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ବଜ୍ରପାତ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲା ମଧ୍ୟରୁ ହେଉଛି ମାଲକାନଗିରି, କୋରାପୁଟ, ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବଜ୍ରପାତ ନେଇ ହାଏ ଏଲାର୍ଟ ଜାରି କରିଛି ପାଣିପାଗ ବିଭାଗ।

ଆସନ୍ତା ୯ ତାରିଖ ଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ। IMD କହିଛନ୍ତି କି ଆସନ୍ତା ୯ ରୁ ୧୦ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବ। ଏହି ଲଘୁଚାପ କ୍ଷେତ୍ରଟି ଡିପ୍ରେଶନର ରୂପ ନେବା ପରେ ଏହା ଡିପ୍ ଡିପ୍ରେଶନର ରୂପରେ ପରିଣତ ହେବା ନେଇ ସୂଚନା ଜାରୀ ହୋଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏହାକୁ ନେଇ ପାଣିପାଗ ବିଭାଗ ମଧ୍ୟରୁ ୧୧ ତାରିଖ ମଧ୍ୟରେ ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ୧୨,୧୩ ଏବଂ ୧୪ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।ବିଶେଷ କରି ଉପକୁଳ ଜିଲ୍ଲା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ କରିଛି ପାଣିପାଗ ବିଭାଗ।

କେନ୍ଦ୍ରୀୟ ଭୂବିଜ୍ଞାନୀ ସଚିବ ମାଧମନ୍ ରାଜେମୋହନ କହିଛନ୍ତି କି ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ବନ୍ୟା ଆସିବାର ଆଶଂକା ମଧ୍ୟ ରହିଛି। ଆମେରିକାର ପାଣିପାଗ ସଂସ୍ଥା ପାଖରୁ ଆର୍କିବ ୱେଦର ପକ୍ଷରୁ କିଛିଟା ବଡ଼ ସୂଚନା ଜାରି ହୋଇଛି। ଆର୍କିବ ୱେଦର ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାର୍ସନ ନିକୋଲ୍ ଙ୍କ କହିବା ଅନୁସାରେ ସୃଷ୍ଟ ଘୂର୍ନିବଳୟ ଲଘୁଚାପରେ ପରିଣତ ହେବା ସହ ଏହା ୧୨ ତାରିଖ ମଧ୍ୟରେ ଡିପ୍ରେସନ୍ ରୁ ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଓଡ଼ିଶାର ଅଧିକାଂଶ ଜାଗାରେ ଏହାର ପ୍ରଭାବ ଯୋଗୁଁ ଭୀଷଣ ବର୍ଷା ସହିତ ବନ୍ୟା ସ୍ଥିତି ଆସିବା ନେଇ ସୂଚନା ଜାରି କରିଛି। ଆସନ୍ତା କାଲି ପାଇଁ କେଉଁ ଜିଲ୍ଲାକୁ ଘଡଘଡି ଏବଂ ବଜ୍ରପାତ ହେବାକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ ନିଶ୍ଚୟ ଜାଣି ରଖନ୍ତୁ। ସେହିସବୁ ଜିଲ୍ଲା ମଧ୍ୟରେ ରହିଛି କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ଦେଖିବା ପାଇଁ ମିଳିବ।

ଏହି ୪ ଜିଲ୍ଲା ପାଇଁ ହାଏ ଏଲାର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାସହ ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ଵର ଢେଙ୍କାନାଳ ଜିଲ୍ଲା ସହ ଅନୁଗୁଳ, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବା ସହ ପ୍ରବଳ ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ ଏହି ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।