ଗାଡି ଚାଳକଙ୍କ ପାଇଁ ଆସିଲା ବଡ ଖୁସି ଖବର, ଏବେ ଆଉ ଦରକାର ନାହିଁ ଆଉ RC, DL ଓ ଗାଡି କାଗଜ

ଗାଡି ଚାଳକଙ୍କ ପାଇଁ ଖୁସି ଖବର ଚେକିଂ ବେଳେ ଆପଣ ଆଉ ଅସୁବିଧାରେ ପଡିବେନି ଏବେ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ରେଜିଷ୍ଟ୍ରସନ ସାଟିଫିକେଟ ବା RC ଧରି ଘରୁ ବାହାରିବାର ଆବଶ୍ୟକତା ନାହିଁ ଡିଜି ଲକର ପ୍ଲାଟଫର୍ମ ବା ଏମପରିବହନ ମୋବାଇଲ ଆପ ରେ ନିଜର ଡକୁମେଣ୍ଟ କୁ ରଖି ଡିଜିଟାଲ ରୂପେ ତାହାକୁ ଆପଣ ଦେଖାଇ ପାରିବେ | ଆସନ୍ତୁ ଜାଣିବା ଏଇ ନୂଆ ନିୟମ ସମ୍ପର୍କରେ ଡିଜି ଲକର ଏମିତି ଏକ ଉପାୟ ଯେଉଁଥିରେ ଆପଣ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ଓ ସାଟିଫିକେଟ ଭଳି ଡକ୍ୟୁମେଣ୍ଟ କୁ ସେଭ କରି ସୁରକ୍ଷିତ ରଖିପାରିବେ ଏଥିରେ ଆପଣ ଡକ୍ୟୁମେଣ୍ଟ କୁ ସ୍କାନ କରି PDF JPEG ବା PNG ଫର୍ମାଟ ରେ ଅପଲୋଡ କରିପାରିବେ |

ସବୁଠାରୁ ଖାସ କଥା ହେଉଛି କି ଏଇ ଡକ୍ୟୁମେଣ୍ଟ କୁ ଆପଣ ଇସାଇନ ମଧ୍ୟ କରିପାରିବେ ଏହା ବିଲକୁଲ ସେଲ୍ଫ ଆଟାଚ ଫିଜିକାଲ ଡକ୍ୟୁମେଣ୍ଟ ଭଳି କାମ କରିଥାଏ ସବୁଠାରୁ ବଡ଼ କଥା ଡିଜି ଲକର ପାଇଁ ଆପଣଙ୍କୁ ନିଜ ସହ କୌଣସି ଭି ଡକ୍ୟୁମେଣ୍ଟ 2 ହାର୍ଡ କପି ନେବାର ଆବଶ୍ୟକତା ନାହିଁ | ଡ଼ିଜିଟାଲ ରୂପେ ଗାଡି ଡକ୍ୟୁମେଣ୍ଟ ରଖିବାପାଇଁ ଆପଣଙ୍କୁ ପ୍ରଥମେ ସ୍ମାର୍ଟଫୋନ ରେ ଡିଜି ଲକର ଆପ ଡାଉନଲୋଡ କରିବାକୁ ହେବ ଏହାପରେ ଆପଣଙ୍କୁ ଗେଟ ଷ୍ଟାର୍ଟ ର ବିକଳ୍ପ ନଜର ଆସିବ ଏହାପରେ ଟ୍ୟାପ କରନ୍ତୁ ପରେ କ୍ରିଏଟ ଏକାଉଣ୍ଟ ଉପରେ କ୍ଲିକ କରି ନାଁ ଜନ୍ମତିଥି ମୋବାଇଲ ନମ୍ବର ସିକୁରିଟି ପିନ ଇମେଲ ଆଇଡି ଆଧାର ନମ୍ବର ଦେବାକୁ ହେବ |

ଏସବୁ କରିସାରିବାପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବର ରେ ଏକ ଓଟିପି ଆସିବ ଏଇ ଓଟିପି କୁ ସବମିଟ କରିଦେବାପରେ ଆପଣଙ୍କୁ ୟୁଜର ନେମ ପ୍ରସ୍ତୁତ କରିବାପାଇଁ କୁହାଯିବ ଏଠାରେ ଆପଣ ନିଜ ଅନୁସାରେ କୌଣସି ଭି ୟୁଜର ନେମ ପ୍ରସ୍ତୁତ କରିପାରିବେ ପରେ ତଳେ ଦିଆଯାଇଥିବା OK ଉପରେ ଟ୍ୟାପ କଲେ ଆପଣଙ୍କ ଏକାଉଣ୍ଟ ତିଆରି ହୋଇଯିବ ତେବେ ଆପଣଙ୍କ ସାମ୍ନାରେ ଡିଜି ଲକର ର ଇଣ୍ଟରଫେସ ଓପନ ହେଇଯିବ ଯେଉଁ ଡକ୍ୟୁମେଣ୍ଟ କୁ ଆପଣ ଏୟାହାରେ ସେଭ କରିବାକୁ ଚାହୁଁଛନ୍ତି ସେଠାରେ ହିଁ କ୍ଲିକ କରନ୍ତୁ |

ଏହାପରେ ଆପଣଙ୍କ ସାମ୍ନାରେ ଏକ ପପଅପ ଆସିବ ଯେଉଁଥିରେ ଆପଣଙ୍କୁ ଅନୁମତି ମଗାଯିବ ଏଠାରେ OK କଲେ ଆପଣଙ୍କ ପାଖକୁ ଏକ OTP ଆସିବ ଏହାକୁ ରେଜିଷ୍ଟର କଲାପରେ କଣ୍ଟିନ୍ୟୁ ଉପରେ ଟ୍ୟାପ କରନ୍ତୁ ଏବେ ଆପଣଙ୍କ ଡକ୍ୟୁମେଟ ସେଭ ହୋଇଯିବ ଏଇଭଳି ଆପଣ ନିଜର ଆଧାର କାର୍ଡ ପାନ କାର୍ଡ ଡ୍ରାଇଭିଙ୍ଗ ଲାଇସେନ୍ସ ସାଟିଫିକେଟ ଆଦି ସେଭ କରି ପାରିବେ ଯାହାକି ଗାଡି କାଗଜପତ୍ର ଯାଞ୍ଚ ବେଳେ ଆପଣଙ୍କୁ ବେଶ ସହାୟତା ହେବ |

ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସ ଅନୁସାରେ ଡିଜି ଲକର ପ୍ଲାଟଫର୍ମ ବା ଏମ ପରିବହନ ମୋବାଇଲ ଆପ ରେ ଡିଜିଟାଲ ଫର୍ମାଟ ରେ DL ବା RC ମୋଟର ବାହାନ ଅଧିନିୟମ 1988 ଅନୁଯାୟୀ ବୈଧ |