ଯେବେ ଲାକଡାଉନରେ ନିଜ ଭକ୍ତଙ୍କୁ ରକ୍ଷା କରିବାକୁ ଆସିଲେ ନିଜେ ମହାଦେବ, He Bhagban ତାପରେ ଯାହାହେଲା

ନମସ୍କାର ଦର୍ଶକବନ୍ଧୁ ଭଗଵାନ ମହାଦେବଙ୍କୁ ତିନି ଲୋକର ସ୍ଵାମୀ କୁହାଯାଇ ଥାଏ, ମହାଦେବଙ୍କୁ ଲୋକେ ତ୍ରିକାଳଦର୍ଶୀ ବି କୁହନ୍ତୁ। ଗୋଟେ ସତ ଭକ୍ତର କାହାଣୀ ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। କି କେଉଁ ପ୍ରକାରରେ ଢେଙ୍କାନାଳ ଜିଲ୍ଲାର ଲକ୍ ଡାଉନ୍ ସମୟରେ ନିଜର ଭକ୍ତର ରକ୍ଷା କରିବାପାଇଁ ନିଜେ ମହାଦେବଙ୍କୁ ଆସିବାକୁ ପଡ଼ିଲା, ତେବେ ବନ୍ଧୁଗଣ ସଂପୂର୍ଣ୍ଣ କାହାଣୀ ଆସନ୍ତୁ ଜାଣିବା। ଏହି ଘଟଣାଟି ହେଉଛି ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗ୍ରାମର ବାସ କରୁଥିବା ଶ୍ୟାମସୁନ୍ଦରଙ୍କର। ଶ୍ୟାମସୁନ୍ଦର ଭଗଵାନ ଶିବଙ୍କର ପରମ ଭକ୍ତ ଅଟନ୍ତି। ସେ ପ୍ରତି ସୋମବାର ଦିନ ବେଲପତ୍ର, କ୍ଷୀର, ଧଳାଫୁଲ ଇତ୍ୟାଦି ଯାହା ସବୁ ଭଗଵାନ ଶିବଙ୍କର ପ୍ରିୟ ସେହି ସବୁ ପୂଜା ସାମଗ୍ରୀ ଧରି ପ୍ରତି ସୋମବାର ଦିନ ତାଙ୍କ ଗ୍ରାମରେ ଥିବା ଶିବ ମନ୍ଦିରକୁ ଯାଆନ୍ତି।

ସେଠି ସେ ଭଗଵାନ ଶିବଲିଙ୍ଗ ଙ୍କ ଉପରେ କ୍ଷୀର ଢାଳି ପୂଜାକରି ଜଳ ଅଭିଷେକ କରନ୍ତି ଓ ତାପରେ ସଫା ମନରେ ଭକ୍ତିର ସହିତ ମନ୍ତ୍ର ଜପ କରିଥାନ୍ତି ଓ ତାପରେ ଘରକୁ ଆସନ୍ତୁ। ଏହି ସତ୍ୟ ଘଟଣା ଆର ବର୍ଷର ଅଟେ ଯେବେ ପୁରା ଢେଙ୍କାନାଳ ଲକ୍ ଡାଉନ୍ ରେ ଥିଲା। ଆର ବର୍ଷ ଲକ୍ ଡାଉନ୍ ଆମପାଇଁ ବୋହୁତ ଦୁଃଖ ଘଟଣା ଥିଲା। କାରଣ ଆଗରୁ ଆମେ ଲକ୍ ଡାଉନ୍ ର ମାନେ ବି କଣ ଜାଣି ନ ଥିଲେ। ସେ ଲକ୍ ଡାଉନ୍ ରେ ଏମିତି ପରିସ୍ଥିତିରେ ଶ୍ୟାମସୁନ୍ଦରଙ୍କ ସହ ଏମିତି ଘଟଣା ଘଟିଥିଲା ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ ଆର ବର୍ଷ ଲକ୍ ଡାଉନ୍ ସମୟରେ ଶ୍ୟାମସୁନ୍ଦରଙ୍କ ଘରର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଲା। ଏହା କାରଣରୁ ସେ ତାଙ୍କ ପରିବାର ସହ ପ୍ରଥମରୁ ହିଁ ଗାଁକୁ ପଳେଇ ଆସିଥିଲେ ଓ ତାପରେ ସେ ପାଖାପାଖି ୨ ମାସ ତାଙ୍କ ଗାଁରେ ରହିଲେ। ତାପରେ ସେ ଦୁଇ ମାସପରେ ପ୍ରତିଦିନ ପରି ତାଙ୍କ ଗାଁରୁ ଅନ୍ୟ ଏକ ଗାଁକୁ ଯାଉଥିଲେ ଓ ରାସ୍ତାରେ ତାଙ୍କୁ ଏକ ବୋହୁତ ବିରାଟ ବଡ଼ ସାପ ଦେଖିବାକୁ ମିଳିଲା।

ସେ ତାଙ୍କ ଜୀବନରେ ଏତେ ବଡ ସାପ ଦେଖି ନଥିଲେ ଓ ସେ ସାପକୁ ଦେଖି ସେ ବୋହୁତ ଡରିଗଲେ ଏବଂ ଦୌଡ଼ିବାକୁ ଲାଗିଲେ। ସେ ଦୌଡିବା କାରଣରୁ ତାଙ୍କ ପଛରେ ସେ ବିରାଟକାୟ ସାପ ବି ଦୌଡିବାରେ ଲାଗିଲା। ସେ ଯୁଆଡେ ଯୁଆଡେ ଗଲେ ସେହି ସାପ ବି ତାଙ୍କୁ ପିଛା କରିବାକୁ ଲାଗିଲା। ବୋହୁତ ଦୂର ଗଲା ପରେ ମଧ୍ୟ ସେ ସାପ ତାଙ୍କ ପିଛା ହିଁ ଛାଡ଼ୁ ନଥିଲା ଓ ଲଗାତାର ତାଙ୍କ ପଛରେ ଗୋଡାଇବାକୁ ଲାଗିଥିଲା। ତାପରେ ଶ୍ୟାମସୁନ୍ଦର ଙ୍କୁ ବୋହୁତ ହାଲିଆ ଲାଗିଲା ସେ ଏତେ ବାଟ ଦୌଡ଼ି ଦୌଡ଼ି ଥକି ଯାଇଥିବାରୁ ସେ ଏକ ଓସ୍ତ ଗଛ ମୂଳରେ ବସି ଟିକେ ଭଲରେ ନିଶ୍ବାସ ମାରିଲେ। ସେ ଭାବୁଥିଲେ ଏବେ ଆଉ ସେ ଜମା ଦୌଡ଼ି ପାରିବେ ନାହିଁ କାରଣ ତାଙ୍କ ଦେହ ବୋହୁତ ଖରାପ ହେବାକୁ ଲାଗୁଥିଲା ଓ ତାପରେ ଯେମିତି ତାଙ୍କ ଆଖି ସେହି ବିରାଟକାୟ ସାପ ଉପରେ ପଡ଼ିଲା ସେ ବୁଝିଗଲେ କି ତାଙ୍କର ଏବେ ବଞ୍ଚିବା ସମ୍ଭବ ନୁହେଁ। ସେ ଭାବିଲେ ଏ ବିରାଟକାୟ ସାପ ମତେ ଛାଡ଼ିବନି ମତେ ଏଠି ମାରିଦେବ।

ଏହା ଭାବି ଶ୍ୟାମସୁନ୍ଦର ଜୋର ପାଟି କରି ଡାକିବାକୁ ଲାଗିଲେ ମତେ ରକ୍ଷାକର ମତେ ରକ୍ଷାକର ସମସ୍ତଙ୍କୁ ଡାକିବାକୁ ଲାଗିଲେ। ଏହା ଜଙ୍ଗଲ କଡର ରାସ୍ତା ହେତୁ ତାଙ୍କ ଡାକ କେହି ଶୁଣି ପାରୁନଥିଲେ ସେଥିପାଇଁ କେହିବି ସେଠାକୁ ଆସୁ ନଥିଲେ। ତାଙ୍କୁ ଏକା ଏହି ବଡ଼ ସାପକୁ ଦେଖି ବୋହୁତ ଡର ଲାଗୁଥିଲା। ଯେହେତୁ କେହି ଆସୁନଥିଲେ ସେ ଭାବି ନେଇଥିଲେ ଆଜି ମୋ ମରଣ ନିଶ୍ଚିତ ଏବଂ ଯଦି ମୁଁ ମରିଯାଏ ମୋ ପରିବାରର କଣ ହେବ ଏହା ଭାବି ସେ କାନ୍ଦିବାକୁ ଲାଗିଲେ।

ତାଙ୍କ ପାଖରେ ଆଉ କିଛି ରାସ୍ତା ନଥିଲା ସେ ଶେଷରେ ଆଖିବୁଜି ଭଗଵାନ ଶିବଙ୍କ ପର୍ଥାନା କରିଲେ। ସେ ଆଉ କିଛି ନଭାବି ଓଁ ନମଃ ଶିବାୟ, ଓଁ ନମଃ ଶିବାୟ ଏହି ମନ୍ତ୍ର ଜପି ଭଗଵାନ ଶିବଙ୍କୁ ଡାକିବାକୁ ଲାଗିଲେ। ସେତେବେଳେ ସେ ବଡ ସାପ ତାଙ୍କ ପାଖକୁ ପଳେଇ ଆସିଥିଲା। କିନ୍ତୁ ଶ୍ୟାମସୁନ୍ଦର ସେମିତି ଭାବେ ପ୍ରାୟ ୧୫ ମିନିଟ୍ ମନ୍ତ୍ର ଜପ କରିବାକୁ ଲାଗିଥିଲେ ଓ ତାପରେ ସେ ଯେବେ ଆଖି ଖୋଲି ଦେଖିଲେ ତାଙ୍କ ଆଖପାଖର ପରିବେଶ ପୁରା ଶାନ୍ତ ହୋଇଯାଇଥିଲା। ଏବଂ ସେହି ବିଶାଳକାୟ ସାପ ବି ଏବେ ଗାୟବ ହୋଇଯାଇଥିଲା।

ସେ ଚାରିପଟକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ହେଲେ ସେ ସାପ କେଉଁଠି ମଧ୍ୟ ଦେଖାଗଲା ନାହିଁ। ସେ ଆଶ୍ଚର୍ଯ୍ୟ ହୋଇ ଭାବିଲେ ଆଉ ଟିକେ ପରେ ମତେ ସେ ସାପ ମାରିଦେଇ ଥାଆନ୍ତା କିନ୍ତୁ ସେ ସାପ ଗଲା କୁଆଡେ। ସେ ଭାବୁଥିଲେ ଏ ସାପ ତାଙ୍କୁ ମାରିଦେବ ଆଜି ତାଙ୍କ ଜୀବନ ପଳେଇବ କିନ୍ତୁ ଏହା ହେଲା କଣ ଯେ ସେ ସାପ ନିଜ ମନରୁ ଅଦୃଶ୍ୟ ହୋଇଯିବ। ବୋହୁତ ସମୟରୁ ଭଗଵାନ ଶିବଙ୍କୁ ପୂଜା କରି ଆସୁଥିଲେ ସେ କିନ୍ତୁ ଆଜି ତାଙ୍କୁ ମହାଦେବଙ୍କ ଚମତ୍କାର ବିଷୟରେ ଜଣାପଡିଲା। ସେ ଜାଣି ପାରିଲେ କି ଏହି ସବୁ କେବଳ ସେ ଭୋଳାନାଥଙ୍କ ଚମତ୍କାର ସେ ହିଁ ତାଙ୍କୁ ଆଜି ବଞ୍ଚାଇ ଦେଲେ। ତାଙ୍କରି ଚମତ୍କାର ଯୋଗୁଁ ସେହି ସାପ ଅଦୃଶ୍ୟ ହୋଇଗଲା। ସେ ଅନୁଭବ କରିଲେ କି ଯଦି ଜଣେ ଯୋଉଠି ଥିଲେ ବି ଅସୁବିଧା ସମୟରେ ନିଜ ମନରୁ ଭଗଵାନ ଶିବଙ୍କୁ ଡକିବେ ତେବେ ସେ କୌଣସି ନା କୌଣସି ବେସରେ ଆସି ଆପଣଙ୍କୁ ନିଶ୍ଚିତ ରକ୍ଷା କରିବେ।