ଘରକୁ ଯନ୍ଦା-ପିମ୍ପୁଡି ଆସିବା ମାନେ ହେଉଛି ଏହି ସଙ୍କେତ, Odia Vastu ଶୀଘ୍ର ଆପଣଙ୍କ ସହ ହେବ ଏମିତି

ନମସ୍କାର ବନ୍ଧୁଗଣ ଆମ ଜୀବନରେ ଧନର କେତେ ମହତ୍ତ୍ଵ ଏହା କାହାକୁ ମଧ୍ୟ ଲୁଚାଯାଇ ନାହିଁ। ଧନର ଅଭାବରେ କୌଣସି ବ୍ୟକ୍ତି ଖୁସୀ ରହେନାହିଁ। ଏହା ମାତ୍ର କହିବା କଥା ଧନ ହିଁ ଜୀବନରେ ସବୁକିଛି ହୋଇନଥାଏ। ଧନ ଦ୍ୱାରା ଆମେ ଖୁସି ସମ୍ପର୍କ କିଣି ପାରିବା ନାହିଁ। ବାସ୍ତବରେ ଧନ ସବୁକିଛି ତ ନୁହେଁ କିନ୍ତୁ ବୋହୁତ କିଛି ହୋଇଥାଏ। ଧନ ଦ୍ୱାରା ଖୁସିତ କିଣି ପାରିବା ନାହିଁ କିନ୍ତୁ ଧନ ପାଖରେ ଥିଲେ ଖୁସି ମଧ୍ୟ ଆପଣଙ୍କ ପାଖକୁ ଚାଲିଆସେ। ଯଦି ଜୀବନରେ ଧନର ମହତ୍ତ୍ଵ ହୋଇନଥାନ୍ତା ତେବେ ଲୋକେ କଣ ପାଇଁ ଧନ କମେଇବା ରାତିଦିନ ଏକ କରନ୍ତେ। ଧନର କାମନା ପ୍ରତ୍ୟେକ ବ୍ୟକ୍ତି କରିଥାନ୍ତି। ପ୍ରତ୍ୟେକ ବ୍ୟକ୍ତି ଧନବାନ୍ ହେବାପାଇଁ ସ୍ଵପ୍ନ ଦେଖିଥାନ୍ତି। ପ୍ରତ୍ୟେକଙ୍କୁ ଗୋଟିଏ ସୁଖସୁବିଧା ଭରପୂର ଜୀବନର ଆକାଂକ୍ଷା ହୋଇଥାଏ। ଏହା ଜୀବନର କଟୁ ସତ୍ୟ। ଯାହା ପାଖରେ ପଇସା ଥାଏ ତାହା ପାଖରେ ଦୁନିଆ ଥାଏ ଏବଂ ଗରୀବ ସହିତ କେହି ନଥାନ୍ତି।

ଏଥିପାଇଁ ସାରା ଦୁନିଆ ମା ଲକ୍ଷ୍ମୀଙ୍କ ଆରଧନା କରିଥାଏ ଏବଂ ଧନ ସମ୍ପତ୍ତିର ଆରାଧନା କରିଥାଏ। ମା ଲକ୍ଷ୍ମୀ ପ୍ରତ୍ୟେକଙ୍କ ଉପରେ ସହଜରେ ପ୍ରସନ୍ନ ହୋଇନଥାନ୍ତି। ମହାଲକ୍ଷ୍ମୀଙ୍କୁ ଖୁସି କରିବା ବୋହୁତ କଷ୍ଟକର କାମ। କିନ୍ତୁ ଯାହା ଉପରେ ମା ଲକ୍ଷ୍ମୀଙ୍କର କୃପା ହୋଇଯାଏ ସେ କେବେ ଦୁଃଖି ହୁଏନାହିଁ। ମାତା ଲକ୍ଷ୍ମୀ ନିଜର ପ୍ରକୃତ ଭକ୍ତ ଉପରେ କୌଣସି ନା କୌଣସି ଦିନ କୃପା ନିଶ୍ଚିତ କରିଥାନ୍ତି। ଆମ ଭକ୍ତିରେ ପ୍ରସନ୍ନ ହୋଇ ଆମର ଘରେ ରହିବାକୁ ଆସିଥାନ୍ତି। ମା ଲକ୍ଷ୍ମୀ କେବେବି ଆମ ଘରକୁ ଆସନ୍ତି ତେବେ ଆସିବା ପୂର୍ବରୁ କିଛି ଏମିତି ସଂକେତ ଦେଇଥାନ୍ତି ଯାହାକୁ ଆମେ ଆଗରୁ ବୁଝିଯାଆନ୍ତି କି ମହାଲକ୍ଷ୍ମୀ ଆମ ଘରକୁ ବାସ କରିବାକୁ ଆସିବେ। ଆମ ଦୁଃଖ ଦରିଦ୍ରତାର ଦିନ ସମାପ୍ତ ହେବାକୁ ଯାଉଛି। କାରଣ ଶାସ୍ତ୍ରରେ କୁହାଯାଇଥିବା ଏହି ସଙ୍କେତକୁ ଶୁଭ ଏବଂ ଭାଗ୍ୟଶାଳୀ ମାନାଯାଏ। ଏହାକୁ ସାକ୍ଷାତ ମହାଲକ୍ଷ୍ମୀଙ୍କ ଆଗମନ ବୋଲି କୁହାଯାଏ। ଯଦି ଆପଣଙ୍କୁ କେବେ ଏହି ସଂକେତ ମିଳେ ତେବେ ଆପଣ ବୁଝିଯିବେ ଯେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ବର୍ଷିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ।

୧. କାଳ ରଙ୍ଗର ପିମ୍ପୁଡ଼ି – ପିମ୍ପୁଡ଼ି କଳା କିମ୍ବା ଲାଲ୍ ରଙ୍ଗର ହୋଇଥାନ୍ତି। ଘରେ ଲାଲ୍ ରଙ୍ଗର ପିମ୍ପୁଡ଼ି ଦେଖାଦେବା ଅଶୁଭ କୁହାଯାଏ। ଯେବେ କଳା ରଙ୍ଗର ପିମ୍ପୁଡ଼ି ଦେଖାଯାଏ ତାହାକୁ ଶୁଭ କୁହାଯାଏ। ଏହା ହାନିକାରକ ମଧ୍ୟ ନୁହନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଳ ରଙ୍ଗର ପିମ୍ପୁଡ଼ିକୁ ମା ଲକ୍ଷ୍ମୀଙ୍କ ରୂପ ବୋଲି ମାନାଯାଏ। ଘରେ ଯଦି ହଠାତ୍ କଳା ରଙ୍ଗର ପିମ୍ପୁଡ଼ି ଗୋଲାକାର ହୋଇ ବୁଲନ୍ତି ଏହାକୁ ବୋହୁତ ଶୁଭ ସଙ୍କେତ ମାନାଯାଏ। ଏହା ମା ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ଅଟେ। ଏଥିପାଇଁ କଳା ରଙ୍ଗର ପିମ୍ପୁଡ଼ି ଦେଖାଦେଲେ ଏହା ଉପରେ ହଳଦୀ,ସିନ୍ଦୂର ଦେଇ ପ୍ରଣାମ କରନ୍ତୁ। ତାଙ୍କୁ ଖାଇବାକୁ ଅଟା ଏବଂ ଚିନି ଦିଅନ୍ତୁ। ଏହା କରିବା ଦ୍ବାରା ଆପଣଙ୍କୁ କରଜରୁ ମୁକ୍ତି ମିଳିବ। ଏବଂ ଘରେ ଧନର ବର୍ଷା ହେବ। କାଳ ରଙ୍ଗର ପିମ୍ପୁଡ଼ିକୁ ଝାଡୁରେ ବାହାର କରନ୍ତୁ ନାହିଁ ଏହା ଅଶୁଭ ଅଟେ।

୨. ଝିଟିପିଟି- ଝିଟିପିଟି ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। ଘରେ ଯଦି ହଠାତ୍ ୩ ଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖା ଦିଅନ୍ତି ତେବେ ଏହାକୁ ବୋହୁତ ଶୁଭ ମାନାଯାଏ। ଏହା ମା ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ହୋଇଥାଏ। ଯଦି ଝିଟିପିଟି ଜଣେ ଜଣଙ୍କର ପିଛା କରୁଥିବାର ଦେଖନ୍ତି ତ ଏପରି ମନାଯାଇ ଏହା ଘରର ଉନ୍ନତିର ସଙ୍କେତ। ଦୀପାବଳି ଦିନ ତୁଳସୀ ଗଛ ପାଖରେ ଝିଟିପିଟି ଦେଖାଯିବା ଅତ୍ୟନ୍ତ ଶୁଭ ମାନାଯାଏ। ଏହା ଘରକୁ ଧନ ମିଳିବାର ସଙ୍କେତ। ଏହା କିଛି ବିଶେଷ ଅବସରରେ ଝିଟିପିଟି ଦେଖାଦିଏ। ଏହା ଉପରେ ସିନ୍ଦୂର ଏବଂ ଚାଉଳ ଚଢ଼ାନ୍ତୁ।

୩. ପକ୍ଷୀ – ଶାସ୍ତ୍ରରେ କିଛି ପକ୍ଷୀଙ୍କର ଆମର ଘର ଓ ଘରର ଆଖପାଖରେ ରହିବା ଅଶୁଭ ମାନାଯାଏ। ତେବେ ଏହା ଭିତରୁ ଏମିତି କିଛି ପକ୍ଷୀ ଘରେ ରହିଲେ ଏହା ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଯଦି ଆପଣଙ୍କ ଘରେ କେଉଁ ଚଢ଼େଇ ଆସି ବସା ବନାଏ ତ ଏହାକୁ ବୋହୁତ ଶୁଭ ସଙ୍କେତ କୁହାଯାଏ। ଏହା ମା ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ହୋଇଥାଏ। ଏଥିପାଇଁ ଯଦି ଆପଣଙ୍କ ଘରେ କେଉଁ ଚଢ଼େଇ ବସା ବାନ୍ଧିଥାଏ ତେବେ ତାକୁ ଭୁଲ୍ ରେ ବି ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ ଆପଣଙ୍କ ଜୀବନରେ ଆସିବାକୁ ଥିବା ଏହା ଅପର ଧନର ସଂକେତ। ଏହାର ବିପରୀତ ଯଦି କାଉ ବାରମ୍ବାର ଆପଣଙ୍କ ଘରକୁ ଆସେ ତ ଏହା ଅତ୍ୟନ୍ତ ଅଶୁଭ ସଂକେତ। ଲକ୍ଷ୍ମୀଙ୍କର ବାହାନା ପେଚା ଦେଖାଦେବା ଏହା ଅତ୍ୟନ୍ତ ଶୁଭ ସଙ୍କେତ।

୪. ଶଙ୍କର ଶବ୍ଦ- ଯଦି ଆପଣଙ୍କୁ ଦିନର କୌଣସି ବି ସମୟରେ କିମ୍ବା ମୁଖ୍ୟତ ସକାଳେ ଏବଂ ସନ୍ଧ୍ୟାବେଳେ ଶଙ୍ଖର ନୀତି ଶଙ୍କର ଧ୍ଵନି ଶୁଣିବାକୁ ମିଳେ ତ ଏହାର ଅର୍ଥ ଏହାକି ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ। ଶୀଘ୍ର ଆପଣଙ୍କ ଘରକୁ ଏବଂ ଆପଣଙ୍କ ଜୀବନରେ ପ୍ରବେଶ କରିବେ। ଯେପରି ଆପଣଙ୍କର ଆର୍ଥିକ ପରିସ୍ଥିତି ସୃଦୃଢ଼ ହୋଇ ଜୀବନରେ ସୁଖ ସମୃଦ୍ଧି ଆସିବ।

୫. ଯଦି ଆପଣଙ୍କ ଡାହାଣ ହାତର ପାପୁଲି ଲଗାତାର କୁଣ୍ଡେଇ ହୁଏ ତ ଏହି ଧନ ପ୍ରାପ୍ତିର ଶୁଭ ସଙ୍କେତ। ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରିବେ।

୬. ଯେପରି ଆମେ ଜାଣିଛନ୍ତି ଯେ ଆମର ସ୍ବପ୍ନରେ ମଧ୍ୟ ଆମକୁ ବହୁତ କିଛି ସଂକେତ ମିଳିଥାଏ। ଏହିପରି ଯଦି ଆମେ ଧନ ପ୍ରାପ୍ତି ହେବାକୁ ଯାଉଛନ୍ତି ତ ମା ଲକ୍ଷ୍ମୀ ଏହାର ସଂକେତ ଆମର ସ୍ବପ୍ନରେ ଦେଇଦିଅନ୍ତି। ଯଦି ଆମେ ସ୍ବପ୍ନରେ ବାରମ୍ବାର ଝାଡୁ,ସାପ, ନେଉଳ, ପେଚା ଦେଖନ୍ତି ତ ଏହା ନିଶ୍ଚିତ ଭାବରେ ନିକଟରେ ଧନ ପ୍ରାପ୍ତି ହେବ। ଆମେ ଯଦି ବାସ୍ତବରେ ମଧ୍ୟ ନେଉଳକୁ ଦେଖନ୍ତି, ଘରୁ ବାହାରିବା ପୂର୍ବରୁ କାହାକୁ ଝାଡୁ ଲଗାଉଥିବାର ଦେଖନ୍ତି କିମ୍ବା ସଫା ଲଗାଉଥିବାର ଦେଖନ୍ତି ତେବେ ଏହା ବି ଗୋଟେ ପ୍ରକାର ଶୁଭ ସଙ୍କେତ ହୋଇଥାଏ। ଏହା ମା ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ହୋଇଥାଏ।