ହିନ୍ଦୁ ଧର୍ମ ରେ ପ୍ରକୃତି ରେ ଥିବା ପ୍ରତୋକ ଜିନିଷ ଜୋତିଷ ବାସ୍ତୁ ଶାସ୍ତ୍ର ର ଅଂଶ ହେଇଥାଏ I ଯାହା ଦ୍ୱାରା କି ପ୍ରକୃତି ରେ ଘଟିବାକୁ ଥିବା ଘଟଣା ର କୌଣସି ନା କୌଣସି ସଂକେତ ରହିଥାଏ I ଆଜି ଆମେ ଆପଣ ଙ୍କୁ ପ୍ରକୃତି ର କିଛି ଏପରି ସଂକେତ ବିଷୟ ରେ ହିଁ କହିବାକୁ ଯାଉଛୁ I ଏପରି କିଛି ସଂକେତ ଦେଖି ଆପଣ ଆଗାମୀ ଜୀବନ ରେ ଘଟିବାକୁ ଥିବା ଅଘଟଣ ବିଷୟ ରେ ଜାଣିପାରିବେ I
ଘର ଉପରେ ଯଦି ପେଚା ବସିବା ଆରମ୍ଭ କରିବ ତେବେ ସେହି ଘରେ ନାନା ସମସ୍ୟା ଆସିଥାଏ I ଧନ ର ଅଭାବ ରହିବ , ଶାରୀରିକ କଷ୍ଟ ଲାଗି ରହିବ I
ଚିଲ ପକ୍ଷୀ ଯଦି ଘର ଉପରେ ବୁଲେ କି ଆସି ବସେ ତେବେ ଏହା ଅଶୁଭ ସଂକେତ ହେଇଥାଏ I
ଘରେ ବୁଢିଆଣୀ ଜାଲ ରହିବା ଉଚିତ ନୁହେଁ I ଏହା ଶୁଭ ଲକ୍ଷ୍ୟଣ ହେଇ ନ ଥାଏ I
ଯେଉଁ ଘରେ କଙ୍କଡା ବିଛା ରହିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ଙ୍କ ଆଗମନ ହେଇଥାଏ I
ଯେଉଁ ଘରେ କଳା ମୂଷା ଙ୍କ ର ବୃଦ୍ଧି ହେଇଥାଏ ସେହି ଘରେ ଅଚାନକ ରୋଗ ବ୍ୟାଧି ବୃଦ୍ଧି ହେବାର ର ଏହା ସଂକେତ ଅଟେ I
କୌଣସି ପକ୍ଷୀ ଆପେ ଆପେ ଆଘାତ ପାଇ ଆସି ଆପଣ ଙ୍କ ଅଗଣା ରେ ପଡିଯିବା ବହୁତ ବଡ଼ ଅଶୁଭ ସଂକେତ ହେଇଥାଏ I ଏହି ପକ୍ଷୀ ମରିକି ଆସି ପଡିବା ମଧ୍ୟ ଆହୁରି ଅଶୁଭ ହେଇଥାଏ I
ଯେଉଁ ଘରେ ବିଲେଇ ଝଗଡା କରିଥାନ୍ତି , ସେହି ଘରେ ଅଚାନକ କୌଣସି ବିଘ୍ନ ଲାଗି ରହିଥାଏ I ସେହି ଘରେ ବିବାଦ ବୃଦ୍ଧି ହେଇଥାଏ I
ଆପଣ ଙ୍କ ଘର ଆଡ଼ କୁ କେହି କୁକୁର ଅନେକ କାନ୍ଦିବା ଏହା ଅସୁଭତ୍ୱ ର ସଂକେତ ହେଇଥାଏ I ଏହି ଘର ର କୌଣସି ବ୍ୟକ୍ତି ଙ୍କ ର ଆକସ୍ମିକ ମୃତ୍ୟୁ ର ମଧ୍ୟ ଏହା ସଂକେତ ହେଇଥାଏ I
କୌଣସି ଘର ଛାତ ଉପରେ ଯଦି କୌଣସି କାଉ କିମ୍ବା ପେଚା ବୋବାଇଥାଏ ତେବେ ସେହି ଘର କୁ କୌଣସି ବିପତି ଆସିଥାଏ I ଅଥବା କୌଣସି ବାଧା ସୃଷ୍ଟି ହେଇଥାଏ I
ଘରେ ବାଦୁଡ଼ି ବସା କରିବା ଅଶୁଭ ହେଇଥାଏ I
କଳା କିମ୍ବା ନୀଳ ରଙ୍ଗ ର ଚଢେଇ ଆସି ଘରେ ରହିବା ଦରିଦ୍ରତା ର ସଂକେତ ହେଇଥାଏ I ଯଦି କୋଇଲି ଆପଣ ଙ୍କ ଘର ପାଖ ରେ ବସି ବୋବାଇଥାଏ ତେବେ ଏହା ସୁଖଦ ଜୀବନ ର ସଂକେତ ହେଇଥାଏ I ଯଦି କୋଇଲି ପୂର୍ବ ଓ ଉତ୍ତର ଦିଗ ରେ ବୋବାଇଥାଏ ତେବେ ଏହା ଦ୍ୱାରା ଘର ର ଯଶ ଓ ପ୍ରତିଷ୍ଠା ବୃଦ୍ଧି ପାଇଥାଏ I
ସକାଳୁ ସକାଳୁ ଆସି କାଉ ଚୋବାଇବା କୌଣସି ଅତିଥି ଙ୍କ ର ଆଗମନ ର ସଂକେତ ହେଇଥାଏ I ଯଦି ପୂର୍ବ ଦିଗ ରେ କୌଣସି କାଉ ବୋବାଇଥାଏ ତେବେ କୌଣସି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ର ଆଗମନ ହେଇଥାଏ I କିନ୍ତୁ କାଉ ଆସି ଯଦି ଆପଣ ଙ୍କ ଘର ଉପରେ କୌଣସି ହାଡ଼ , ମାଛ , ମାଂସ ପକାଇଥାଏ ତେବେ ଏହା ଶୁଭ ସଂକେତ ହେଇଥାଏ I
ଯଦି କୌଣସି ପାଖି ଦ୍ୱାରା ଘରେ ଚାନ୍ଦି , ତମ୍ବା , ଗହଣା କିମ୍ବା କୌଣସି ଧାତୁ ହାତ ରୁ ଖସିଯାଇଥାଏ ତେବେ ସେହି ବ୍ୟକ୍ତି ଙ୍କୁ ଆକସ୍ମିକ ଧନ ପ୍ରାପ୍ତି ର ଯୋଗ ରହିଥାଏ I କୋଣସି କୋର୍ଟ କଚେରୀ ମାମଲା ରେ ସେମାନେ ସଫଳ ହେଇଥାନ୍ତି I
ମୟୁର ଘରେ ନାଚିବା ଅତ୍ୟନ୍ତ ଶୁଭ ହେଇଥାଏ I ମୟୁର ର ଶବ୍ଦ ମଧ୍ୟ ଆପଣ ଙ୍କ ର ଆଗାମୀ ଜୀବନ ର ସୁଖମୟ ହେବାର ସଂକେତ ହେଇଥାଏ I କିନ୍ତୁ ମୟୁର କାନ୍ଦିବା କୌଣସି ଦୁଃଖ ର କାରଣ ହେଇଥାଏ I
ମହୁମାଛି ଘରେ ଆସି ବସା କରିବା ଶୁଭ ହେଇଥାଏ କିନ୍ତୁ ଜନ୍ଦା ଘରେ ବସା ବାନ୍ଧିବା ଦ୍ୱାରା ଘରେ ନାନା ବିବାଦ ଉତ୍ପରଃନ ହେଇଥାଏ I
ଛୋଟ ପାଖି ଏକତ୍ର ହେଇ ପାଟି କରିବା ର ଅର୍ଥ ହେଇଥାଏ ସେହି ପାଖ ରେ କୌଣସି ବିଷାକ୍ତ ଯିବ ରହିଛି I
ଘର ଉପରେ ଆସି ଚଢେଇ ଡେଇଁବା ସମ୍ପତି ପ୍ରାପ୍ତି ର ସଂକେତ ହେଇଥାଏ I ସମାଜ ରେ ମାନ ସଂମାନ ମଧ୍ୟ ବୃଦ୍ଧି ପାଇଥାଏ I