ଗୋବିନ୍ଦ ପକେଟରେ ଶେଷ ଚିଠି, ନିଦ ହଜେଇ ଦେଉଛି…

ଗୋବିନ୍ଦର ଶେଷ ଚିଠି ସଭିଙ୍କର ନିଦ ହଜେଇ ଦେବାରେ ଲାଗିଛି। ହଁ ଦର୍ଶକବନ୍ଧୁ, ଗୋବିନ୍ଦର ମୃତ୍ୟୁ ପରେ କୁଆଡେ ଗୋବିନ୍ଦ ପକେଟରୁ ଜବତ ହୋଇଛି ଗୋବିନ୍ଦର ହାତଲେଖା ଶେଷ ଚିଠି । ଯାହା ପୋଲିସ ହାତରେ ଲାଗିଛି, ମାତ୍ର ପୋଲିସ ସର୍ବଜନିନ କରୁନି । ଯାହାକୁ ନେଇ ସନ୍ଦେହ ଉଠାଇଛନ୍ତି ପରିବାର ଲୋକେ । ଆଉ କୋହୁଛନ୍ତି, ଯେ ଏ ଚିଠି କୁଆଡେ ପଦାକୁ ଆସିଲେ ଅନେକ ଗୁମର ଫିଟିବ । ତେବେ ସେ ଚିଠିରେ କଣ ଲେଖା ହୋଇଛି, ସେ ଚିଠି ସତରେ ଗୋବିନ୍ଦ ଲେଖିଛି କି ନାହିଁ, ଯଦି ଗୋବିନ୍ଦ ଲେଖିନି, ତାକୁ କିଏ ଲେଖି ତଦନ୍ତ ବାଟ ବଣା କରିବା ପାଇଁ ଚାହୁଁଛି କି |

ଏମିତି ଅନେକ ଗୁଡିଏ ପ୍ରଶ୍ନ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ହଁ ଦର୍ଶକବନ୍ଧୁ ଗୋବିନ୍ଦ ପକେଟରୁ ଦୁଇ ପୃଷ୍ଠାର ଶେଷ ଚିଠି ମିଳିଥିବା ପରିବାର ଲୋକେ କୋହୁଛନ୍ତି । ଆଉ ଏଇ ଶେଷ ଚିଠି ଏବେ ସମସ୍ତଙ୍କ ନିଦ ହଜାଇ ଦେଉଛି । ଆଉ ଏଥିରେ କଣ ଲେଖା ହୋଇଛି ତାଙ୍କ ମୃତ୍ୟୁ ପାଇଁ କେଉଁମନେ ଦାୟୀ ସମ୍ଭବତଃ ଭାବେ ସମ୍ପର୍କରେ ଲେଖାଯାଇଥିବ ବୋଲି ଚର୍ଚ୍ଚା ହେଉଛି ।

ତେବେ ପୋଲିସ ଏହି ଶେଷ ଚିଠିକୁ ଚପାଇବ ନା ତଦନ୍ତ ପରିସର ଭୁକ୍ତ କରିବ, ତାହା ଅନେକ ଲୋକଙ୍କର ସନ୍ଦେହ ହେଉଛି । ତେବେ ଏନେଇ କିନ୍ତୁ ପୋଲିସ ମୁହଁ ଖୋଲୁନି । ଏଠି କହିରଖିବା ପାଇଁ ଚାହିଁବୁ, କି ଏହି ପ୍ରସଙ୍ଗରେ ପୂର୍ବରୁ ରାଜନୈତିକ ନେତାଙ୍କ ଲିଙ୍କ ରହିଥିବା ଚର୍ଚ୍ଚା ହେଉଥିଲା । ଆଉ ପୁଣିଥରେ ଆଜିର ଏହି ଘଟଣା ପୁରା ରାଜ୍ୟରେ ଚହଳ ପକାଇ ଦେଇଛି|

ଆଉ ତା ଠାରୁ ବଡ଼ କଥା ହେଉଛି, ଗୋବିନ୍ଦ କୁଆଡେ ଶେଷ ଚିଠି ଲେଖିଛି । ଆଉ ଯେଉଁ ଶେଷ ଚିଠିକୁ ପୋଲିସ ଚପାଇବା ପାଇଁ ଚେଷ୍ଟା କରୁଥିବା ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଗୋବିନ୍ଦ ମୃତ୍ୟୁର ପଥକୁ ବାଛିନେଲେ । ତାଙ୍କୁ ଜେଲ ଭିତରେ ହତ୍ୟା କରାଯାଇଛି ନା ସେ ନିଜେ ଜୀବନ ହରିଦେଇଛନ୍ତି, ନା ତାଙ୍କୁ ହତ୍ୟା କରାଯାଇ ଜୀବନ ହରିବାର ରୂପ ଦେବା ପାଇଁ ଚେଷ୍ଟା କରାଯାଉଛି । ତେବେ ଗୋବିନ୍ଦ ଯଦି ନିଜେ ଜୀବନ ହାରିଲେ, ତେବେ ଜେଲ କତୃପକ୍ଷ କେମିତି ଜାଣିପାରିଲେ ନାହିଁ ।

ଏମିତି ପ୍ରଶ୍ନ ଏବେ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜନୈତିକ ଦଳମନେ ପଚାରିବା ଆରମ୍ଭ କଲେଣି । କେବଳ ସେତିକି ନୁହେଁ, ପୁରା ଘଟଣାରେ ଜେଲ କତୃପକ୍ଷଙ୍କ ଭୂମିକାଟି ବିବାଦ ଭିତରକୁ ଚାଲିଆସୁଛି । ଏସବୁ ଭିତରେ ସମସ୍ତେ ଚାହୁଁଛନ୍ତି ଗୋବିନ୍ଦଙ୍କର ସେହି ଶେଷ ଚିଠିକୁ, ଯେଉଁଥିରେ ଗୋବିନ୍ଦ କଣ ଲେଖିଛନ୍ତି, ତାହା ଜାଣିବାକୁ ପୁରା ରାଜ୍ୟ ବାସୀ ଚାହିଁ ବସିଛନ୍ତି ।