କନିଆ ହାତରୁ ଛାଡ଼ିନି ମେହେନ୍ଦି ପଦରୁ ଲିଭିନି ଅଳତା ସ୍ୱାମୀ ଲଗେଇଥିବା ମଥାର ସିନ୍ଦୁର ଭି ସତେଜ ଅଛି ବାହାଘରକୁ ମାତ୍ର 5 ଦିନ ହୋଇଛି ବାହାବେଦିରେ 7 ଜନ୍ମପାଇଁ ସେଠୀ ହୋଇଥିବା ବର ଚାଲିଗଲା ଦୁନିଆ ଛାଡି କେତେ ଧୁମ ଧାମ ରେ ହୋଇଥିଲା ବାହାଘର ଜୀବନକୁ ନୂଆକରି ଆରମ୍ଭ କରିବାକୁ ସ୍ବପ୍ନ ଦେଖୁଥିଲେ ବର କନ୍ୟା ହେଲେ କିଏ ଜାଣିଥିଲା ଏମାନଙ୍କର ସାଥ କେବଳ 5 ଦିନ ବୋଲି |
ବିଶ୍ୱାସ କରନ୍ତୁ ଏ ଘଟଣା ଶୁଣିଲେ ଆପଣ ନିଜକୁ ସମ୍ଭାଳି ପାରିବେନି ହୃଦୟକୁ ଆଘାତ ଲାଗିବ ନିଶ୍ଚୟ ଏଭଳି ଛାତିଥରା ଦୃଶ୍ୟ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀପଡା ଗାଁ ରୁ ଏହି ଗାଁ ର ସଞ୍ଜୟ ନାୟକ ନିଜ ବଡ ଭାଇ ଙ୍କ ସହ ବେଙ୍ଗାଳୁରୁ ରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ସଞ୍ଜୟ ର ବାହାଘର ରାଜକନିକାର ଓଳଭର ଏକ ଗାଁ ରେ ସ୍ଥିର ହୋଇଥିଲା ବାହାଘର ଠିକ ହେବାପରେ ସେ ଗତ 1 ତାରିଖରେ ବଡ ଭାଇଙ୍କ ସହ ଗାଁ କୁ ଫେରିଥିଲେ |
ଆଉ 9 ତାରିଖ ଦିନ ହୋଇଥିଲା ବାହାଘର ହେଲେ ବେଙ୍ଗାଲୁରୁ ରୁ ଫେରିବାପରେ ଅସୁସ୍ଥ ଅନୁଭବ କରୁଥିଲେ ସଞ୍ଜୟ ଥଣ୍ଡା ଜ୍ୱର ହେବ ସହ କାଶ ମଧ୍ୟ ଲାଗି ରହିଥିଲା ମେଡ଼ିସିନ ଖାଇବାପରେ ମଧ୍ୟ ଜ୍ୱର କମିନଥିଲା ତେବେ ତାରି ଭିତରେ ବାହାଘର ହେଲା କିନ୍ତୁ ଚର୍ତୁଥି ରାତିରେ ସଞ୍ଜୟ ଙ୍କ ଦେହ ଆହୁରି ଖରାପ ହୋଇ ପଡିଲା ତେଣୁ ତା ପରଦିନ ହିଁ ତାଙ୍କୁ ପରିବାର ଲୋକେ ତାଙ୍କୁ ଯାଜପୁର ମେଡିକାଲ କୁ ନେଇ ଚିକିତ୍ସ ଆରମ୍ଭ କରିଥିଲେ ହେଲେ ସ୍ଵାସ୍ଥ ଅବସ୍ଥାରେ କିଛି ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଗଲା |
ବୋଧହୁଏ ସେତ ବେଳକୁ ସଞ୍ଜୟ ଙ୍କ ଶରୀରକୁ ଅଦୃଶ୍ୟ ରୋଗ କରୋନା ପୁରା କାବୁ କରିସାରିଥିଲା ଯେଉଁଥିପାଇଁ ଏତେ ଚେଷ୍ଟା କଲାପରେ ମଧ୍ୟ ସଞ୍ଜୟ କୁ ବଞ୍ଚାଇ ପାରିଲେନି ଡାକ୍ତର ହସ୍ପିଟାଲ ବେଡ଼ ରେ ହିଁ ଆଖି ବୁଝିଦେଲେ ଛାଡି ଚାଲିଗଲେ ନିଜ ପରିବାରକୁ ମାତ୍ର 5 ଦିନ ର ସାଥି ହୋଇଥିବା ନବ ବିବାହିତା ପତ୍ନୀଙ୍କୁ | ସତରେ ଏ କରୋନା କିଭଳି ଦୃଶ୍ୟ ଦେଖାଉଚି ମଣିଷକୁ କିଭଳି ସ୍ତିତି ସୃଷ୍ଟି କରୁଛି ମଣିଷ ପାଇଁ ମୁହୂର୍ତ୍ତକେ ଭିତରେ ଖୁସି କୁ ଦୁଃଖରେ ବଦଳାଇ ଦେଉଛି ଏହି ମହାମାରୀ ଭଗବାନ ଏମାନଙ୍କୁ ଏତେ ବଡ ଦୁଃଖ କୁ ସହିବାର ଧର୍ଯ୍ୟ ଦିଅନ୍ତୁ ଆଉ କାହାକୁ ଭି ଏ ଦୁଃଖ ନ ଦିୟନ୍ତୁ ତେଣୁ ସମସ୍ତଙ୍କୁ ଅନୁରୋଧ କରୋନା କୁ ଗମ୍ଭୀର ସହ ନିଅନ୍ତୁ ଯଦି ଆପଣଙ୍କର ଲକ୍ଷଣ ଅଛି ତାହେଲେ ଏମିତି ଭାବରେ ଦାୟିତ୍ବହୀନ ନ ହଇ ଉପଯୁକ୍ତ ଚିକିତ୍ସ ରେ ରୁହନ୍ତୁ |
He Bhagban ବାହାଘର 5 ଦିନ ପରେ କରୋନାରେ ଚାଲିଗଲା ବର ଜୀବନ…
