ହେ ପ୍ରଭୁ ! ଭଗବାନ ଏତେ କଷ୍ଟ ଆଉ କାହାକୁ ନ ଦିଅନ୍ତୁ, କାହିଁକି ଏତେ ଦିନ ଧରି କେବଳ ଭଜନ ଗାଉଛନ୍ତି Namita Agarwala

ବନ୍ଧୁଗଣ ଆପଣମାନେ ତ ନାମିତ ଅଗ୍ରୱାଲ ଙ୍କର କେତେକ ଲୋକ ପ୍ରିୟ ଗୀତ ନିଶ୍ଚିତ ଶୁଣିଥିବେ ସେ କେତେକ ଫିଲ୍ମ ରେ ଗୀତ ଗାଇବା ସହ ସେ କେତେକ ଭଜନ ରେ ମଧ୍ୟ ଗୀତ ଗାଇଛନ୍ତି | ନମିତାଙ୍କ ଭଜନ ପୁରା ଓଡ଼ିଶାରେ ପ୍ରସିଦ୍ଧ ଅଛି ଓ ତାଙ୍କର ସ୍ୱର ଓ ତାଙ୍କର ଗୀତ ଶୁଣିବା ପାଇଁ ସମସ୍ତ ଲୋକ ପସନ୍ଦ କରନ୍ତି | ନାମିତା ଙ୍କର ଜନ୍ମ 1 ଫେବୃଆରୀ 1969 ମସିହାରେ କଟକ ର ତୁଳସୀ ପୁର ରେ ହୋଇଥିଲା |

ନାମିତା ଙ୍କ ବାପାଙ୍କର ନାମ ହେଉଛି ଲକ୍ଷ୍ମୀଧର ଦାସ ଓ ନମିତା ଙ୍କର ମାଙ୍କ ନାମ ହେଉଛି ଅନିତା ମଞ୍ଜରୀ ଦାସ ନମିତା ଙ୍କର ସ୍ୱାମୀଙ୍କ ନାମ ହେଉଛି ସୀତାରାମ ଅଗ୍ରୱାଲ | ସୀତାରାମ ଅଗ୍ରୱାଲ ଙ୍କର ପ୍ରକୃତ ଘର ହେଉଛି ପୁରୀ 1982 ମସିହାରେ ନମିତା ଓ ସୀତାରାମ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ |


ସୀତାରାମ ଅଗ୍ରୱାଲ ସିଦ୍ଧାର୍ଥ ଟିଭି ସିଦ୍ଧାର୍ଥ ମ୍ୟୁଜିକ ସିଦ୍ଧାର୍ଥ ଭକ୍ତି ଓ 91.9 ସାର୍ଥକ ଏଫଏମ ର ପ୍ରତିଷ୍ଠାତା ଅଟନ୍ତି | ନମିତା ଓ ସୀତାରାମ ଙ୍କର ଦୁଇଟି ପୁଅ ଅଛନ୍ତି ତାଙ୍କ ନାମ ହେଉଛି ସିଦ୍ଧାର୍ଥ ଓ ସାର୍ଥକ ସେମାନେ ହେଉଁଛନ୍ତି ଜାଣା ପିଲା | ପିଲାଦିନୁ ନମିତାଙ୍କର ସଂଗୀତ ଉପରେ ବହୁତ ରୁଚି ଥିଲା ସେ 1986 ମସିହାରେ ଆକାଶ ବାଣୀ ରେ କାର୍ଯ୍ୟ କରିଥିଲେ ଓ 1992 ମସିହାରେ ନମିତା ଙ୍କର ପ୍ରଥମ କ୍ୟାସେଟ ଅଝଟିଆ କାଳିଆ ମୁକ୍ତିଲାଭ କରିଥିଲା |

ଏହାପରେ ସେ ଓଡ଼ିଆ ହିନ୍ଦୀ ଭଜନ ଶୋଳ୍କ ଆଦିରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି ସେ ନିବେଦିତା ନାମରେ ଓଲିଉଡ଼ ଫିଲ୍ମ ଜଗତରେ ବହୁତ ଗୀତ ଗାଇଛନ୍ତି ସେ ଓଡିଶା ର ଶ୍ରେଷ୍ଠ କଣ୍ଠଶିଳ୍ପୀ ଆୱାର୍ଡ ସହିତ ଅନେକ ଆୱାର୍ଡ ମଧ୍ୟ ନିଜ ନାମରେ କରିବାରେ ସଫଳ ହୋଇପାରିଛନ୍ତି ତେବେ ଆପଣମାନଙ୍କୁ ନମିତା ଅଗ୍ରୱାଲ ଙ୍କ ଗୀତ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |