ହେ ପ୍ରଭୁ ! ଆସିଥିଲେ କଣ ପାଇଁ ଆଉ କଲେ କଣ, Anubhav Mohantyଙ୍କୁ ନେଇକି ଆସିଲା ବଡ ଖବର

ନମସ୍କାର ବନ୍ଧୁଗଣ ଅନୁଭବଙ୍କ ଭଲ ବନ୍ଧୁର ପରିଚୟ ଦେଲେ ଜାଗୃତି। ବର୍ଷା ଅନୁଭବ ବିବାଦରେ ନୂଆ ଟୁଇଷ୍ଟ୍ ସାମ୍ନାକୁ ଆସିଛି। ନୂଆ ବିବାଦର ସୂତ୍ରପାତ କଲା ଜାଗୃତି ଶୁକ୍ଳାଙ୍କ ପୋଷ୍ଟ, ଫେସ୍ ବୁକ୍ ପୋଷ୍ଟ ଉପରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ବର୍ଷା। ବର୍ଷାଙ୍କୁ ଝୁରୁଛନ୍ତି କି ଅନୁଭବ, ପୁଣି ତେଜିଲା ଅନୁଭବ ବର୍ଷା ବିବାଦ ସୋସିଆଲ ମିଡିଆରେ ପୋଷ୍ଟ ପରେ ପୋଷ୍ଟ। ସମସ୍ତେ ସମସ୍ତଙ୍କୁ ଖାଲି ଇଙ୍ଗିତ କରି କୋହୁଛନ୍ତି ହେଲେ କେହି କାହାର ନାଁ ନେଉନାହାଁନ୍ତି। ହାଇକୋର୍ଟର ଦ୍ବାରସ୍ଥ ହେଲେ ଅନୁଭବ ମହାନ୍ତି।

ବର୍ଷା ଚାହୁଁନାହାଁନ୍ତି ଛାଡ଼ପତ୍ର ବିବାହ ବିଚ୍ଛେଦ ପାଇଁ ବ୍ୟସ୍ତ ଅନୁଭବ। ଲୋକସଭା ଟିଭିର ଉପସ୍ଥାପିକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ଫେସ୍ ବୁକ୍ ପୋଷ୍ଟ ଏବେ ଆଉ ଏକ ନୂଆ ବିବାଦର ସୂତ୍ରପାତ କରିଛି। ଅନୁଭବଙ୍କ ପତ୍ନୀ ବର୍ଷକୁ ଟାର୍ଗେଟ୍ କରି ଲେଖିଛନ୍ତି ଜାଗୃତି ଶୁକ୍ଳା। ଫେସ୍ ବୁକ୍ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ବର୍ଷା କିନ୍ତୁ ତାଙ୍କ ପକ୍ଷର ପ୍ରତିକ୍ରିୟା ଜାଣିବା ପାଇଁ ତାଙ୍କ ଓକିଲଙ୍କ ସହ କଥା ହୋଇଥିଲେ ଅନେକ ପ୍ରତିନିଧି।

ଜାଗୃତି ଶୁକ୍ଳା ହେଉଛନ୍ତି ଦିଲ୍ଲୀ ମିଡ଼ିଆ ଜଗତର ଜଣେ ଜଣାଶୁଣା ଚେହେରା। ସେ ଲୋକସଭା ଟିଭିରେ ଉପସ୍ଥାପନା କରନ୍ତି ରିପୋର୍ଟଇଂ ବି କରନ୍ତି ଆଉ ରାଜନୈତିକ ନେତାଙ୍କୁ ନେଇ ବିତର୍କ ମଧ୍ୟ କରନ୍ତି। ସାମ୍ବାଦିକ ଜାଗୃତି ଶୁକ୍ଳାଙ୍କ ବୟାନ ଫେସବୁକ୍ ରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବନ୍ଧୁ ବୋଲି ପରିଚୟ ଦେଇଛନ୍ତି ଜାଗୃତି।

ଏଥିସହ ଜାଗୃତି ଲେଖିଛନ୍ତି ବର୍ଷା ଓ ଅନୁଭବଙ୍କ ବିବାଦ ସେମାନଙ୍କ ବ୍ୟକ୍ତିଗତ କିନ୍ତୁ କିଛି ଦିନ ହେବ ତାଙ୍କୁ ବିବାଦ ଭିତରକୁ ଟଣା ଯାଉଛି, ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି, ତାଙ୍କ ପ୍ରତି ଅଶାଳୀନ ଓ ଅପମାନ ଜନକ ମନ୍ତବ୍ୟ ମଧ୍ୟ ଦିଆଯାଉଛି। ଏଥିରେ ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ ବୋଲି ଜାଗୃତି ଶୁକ୍ଳା ଫେସ୍ ବୁକ୍ ରେ ଲେଖିଛନ୍ତି। ଜାଗୃତି ଆହୁରି ମଧ୍ୟ ଲେଖିଛନ୍ତି ଯେ ସେ ଏଭଳି ଲୋକଙ୍କ ପ୍ରତି କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନଥିଲେ ଏବେ ସବୁ ସୀମା ଟପିଯାଇଛି ଏବଂ ସେ ଓ ତାଙ୍କ ପରିବାର ଏହାକୁ ନେଇ ବିଚଳିତ।

ଏହି ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି ଜାଗୃତି ଶୁକ୍ଳା। ଏପରିକି ଘଟଣା ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ଜାଗୃତି। କିଛିଦିନ ତଳେ ସୋସିଆଲ ମିଡିଆରେ ଗାଳି ଗୁଲଜ କରିବା ନେଇ ଅଭିଯୋଗ ଆଣିଥିଲେ ବର୍ଷା ପ୍ରିୟଦର୍ଶିନୀ, ଏହାକୁ ନେଇ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ।