ଆମ ହିନ୍ଦୁ ସମାଜ ରେ ଅନେକ ପ୍ରକାର ର ରୀତିନୀତି ଓ ମାନ୍ୟତା ରହିଛି I ପ୍ରତୋକ ବିବାହ ଆଦି ର ଅଲଗା ଅଲଗା ନିୟମ ରହିଛି I ହିନ୍ଦୁ ଧର୍ମ ରେ ବିବାହ କୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଇଥାଏ I ବିବାହ ର ଅର୍ଥ ଦୁଇ ମନ ଏକ ହେବା ଏହି ବିବାହ ରେ ପତି ପତ୍ନୀ ଙ୍କ ମଧ୍ୟ ରେ ଏକ ପବିତ୍ର ସମ୍ପର୍କ ଯୋଡି ହେଇଥାଏ I
ଏହି ସଂସ୍କାର ରେ ବର ଓ ବଧୁ ସହିତ ଉଭୟ ପକ୍ଷ ର ସହମତି ରେ ଏହି ବିବାହ କରାଯାଇଥାଏ I ଏକ ବିବାହ ରେ ଦୁଇ ମନ ମିଶିବା ସହ ଦୁଇ ପରିବାର ମଧ୍ୟ ରେ ମଧ୍ୟ ସମ୍ପର୍କ ଯୋଡି ହେଇଥାଏ I ଏକ ବିବାହ କେବଳ ଶୁଭ ମୁହୂର୍ତ୍ତ ଓ ଶୁଭ ସମୟ ଦେଖିକି ହିଁ କରାଯାଇଥାଏ I ଏବଂ ହିନ୍ଦୁ ଧର୍ମ ରେ ଅଗ୍ନି କୁ 7 ଥର ପରିକ୍ରମା କରିବା ପରେ ହିଁ ବିବାହ ସମ୍ପୂର୍ଣ ହେଇଥାଏ I
କିନ୍ତୁ କଣ ଆପଣ ଚିନ୍ତା କରିଛନ୍ତି ପ୍ରତୋକ ବିବାହ ରାତି ରେ ହିଁ କାହିଁକି ହେଇଥାଏ I ବିଳମ୍ବିତ ରାତି ରେ ହିନ୍ଦୁ ଧର୍ମ ର ବିବାହ କାର୍ଯ୍ୟ ହେଇଥାଏ I ଏହା ଜାଣିରଖନ୍ତୁ କି କେବଳ ସିଧ ମନ୍ତ୍ର ଓ ତନ୍ତ୍ର ରାତି ରେ ହିଁ ହେଇଥାଏ ତେବେ ଏହା ବର୍ତମାନ ର ନୁହେ ଅନେକ ଯୁଗ ଯୁଗ ରୁ ରାତି ରେ ବିବାହ ର ପ୍ରଥା ରହିଛି I ସୂଚନା ଅନୁସାରେ ଭାରତ ରେ ପୂର୍ବ ରୁ ଉତ୍ସବ ଓ ସଂସ୍କାର ଦିନ ରେ ହେଉଥିଲା I ଶାସ୍ତ୍ର ଅନୁସାରେ ମଧ୍ୟ ସୀତା ଓ ଦ୍ରୌପଦୀ ଙ୍କ ର ବିବାହ ଦିନ ରେ ହେଇଥିଲା I
ପ୍ରାଚୀନ କାଳ ରୁ ନେଇ ମୁଗଲ ଙ୍କ ଆସିବା ପର୍ଯ୍ୟନ୍ତ ଭାରତ ର ପ୍ରତିଟି ବିବାହ ଦିନ ରେ ହେଉଥିଲା I କିନ୍ତୁ ମୁସଲିମ ଆକ୍ରମଣ କରି ହିନ୍ଦୁ ଙ୍କ ଉପରେ ଆକ୍ରମଣ କରି ଆମ ହିନ୍ଦୁ ଙ୍କ ର ପରମ୍ପରା ଖଣ୍ଡନ କରିଥିଲେ I ସେହି ସମୟ ରେ ଭାରତ ରେ ଅନେକ ଲୋକେ ଅନେକ ଅତ୍ୟାଚାର ର ଶିକାର ହେଇଥିଲେ I ଏବଂ ହିନ୍ଦୁ ଙ୍କ ର ବିବାହ ସମୟ ରେ ମଧ୍ୟ ଏହି ମୁସଲିମ ଆକ୍ରମଣ କାରି ପହଂଚି ଅନେକ ଲୁଟ କରୁଥିଲେ I
ଆକବର ଙ୍କ ସମୟ ରେ ଯେତେବେଳେ ଏହି ଅତ୍ୟାଚାର ଚରମ ସୀମା ରେ ରହିଥିଲା ତ ମୁଗଲ ସୈନିକ ମାନେ ହିନ୍ଦୁ ଯୁବତୀ ଙ୍କୁ ବଳ ପୂର୍ବକ ମଧ୍ୟ ଉଠାଇ ନେଉଥିଲେ I ଏବଂ ରାଜା ଙ୍କ ପାଖ ରେ ଛାଡି ଦେଉଥିଲେ I ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମ ରେ ରାତ୍ରି ବିବାହ ସୁନ୍ଦରୀ ଓ ମୁଣ୍ଡାରୀ ନାମ ଦୁଇ ବ୍ରାହ୍ମଣ ଭଉଣୀ କରିଥିଲେ I ସେହି ସମୟ ରେ ଅତ୍ୟଧିକ ଅତ୍ୟାଚାର କୁ ନେଇ ଦିନ ରେ ବିବାହ ସମ୍ଭବ ନ ଥିଲା I ତେଣୁ ଲୋକେ ରାତି ରେ ବିବାହ ଆରମ୍ଭ କରିଥିଲେ I
ହିନ୍ଦୁ ଧର୍ମରେ ସବୁ ପବିତ୍ର କାମ ଦିନରେ ହେଇଥାଏ କିନ୍ତୁ ବାହାଘର କଣ ପାଇଁ ରାତିରେ କରାଯାଇଥାଏ, ଜାଣନ୍ତୁ ଏହା ପଛର ରହସ୍ୟ
