ଡିସେମ୍ବର 2012 ରେ, ଦିଲ୍ଲୀରେ ମଣିଷପଣିଆ କୁ ଲଜ୍ଜିତ କରିଲାଭଳି ଗୋଟେ ଘଟଣା ଘଟିଥିଲା, ଯାହା ମନେପକାଇଲେ ଆଜି ବି ଆମ ମୁଣ୍ଡ ଏବଂ ଆଖି ଲଜ୍ଜାରେ ତଳକୁ ହୋଇଯାଏ| ଏହି ବର୍ଷ ଦେଶର ଏକ ନିରୀହ ଝିଅ ସହିତ ଅନ୍ୟାୟର ସବୁ ସୀମା ପାର କରାଯାଇଥିଲା|ତାଙ୍କ ସହ ଜଘନ୍ୟ ଅପରାଧ କରାଯାଇଥିଲା। ଆଜି ସେହି ନିର୍ଦୋଷ ନିର୍ଭୟା କୁ କିଏ ବା ନ ଜାଣେ? ଦେଶର ଏହି ଝିଅ ସହିତ ସମାଜର କିଛି ପୁଅମାନେ ବହୁତ ଖରାପ କାମ କରିଥିଲେ|ଏହି ନିର୍ଯାତନାକାରୀମାନେ ଏକ ସାଧାରଣ ବସ୍ରେ ନିର୍ଭୟା ସହ ଗ୍ୟାଙ୍ଗରେପ କରିଥିଲେ ଯାହା ପରେ ଡାକ୍ତରମାନେ ମଧ୍ୟ ତାଙ୍କ ଜୀବନ ରକ୍ଷା କରିପାରିନଥିଲେ। ଏହି ଝିଅକୁ ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଲାଗିଥିଲା| ନିର୍ଭୟାଙ୍କ ମା ନ୍ୟାୟ ପାଇଁ ଦିନରାତି ଏକ କରିଦେଇଥିଲେ|
ନିର୍ଭୟାଙ୍କ ନ୍ୟାୟର ଲଢେଇରେ ସୀମା କୁଶୱା ଆରମ୍ଭରୁ ଏହି ମାମଲା ସହ ଜଡିତ ଥିଲେ। ସୀମା କୁଶୱା ହେଉଛନ୍ତି ସେହି ଏକମାତ୍ର ବ୍ୟକ୍ତି ଯିଏ ନିଜର ସମସ୍ତ ଶକ୍ତି ଲଗାଇ ନିର୍ଭୟାଙ୍କୁ ନ୍ୟାୟ ଦେବାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ । ସୀମାଙ୍କ କଠିନ ପରିଶ୍ରମ ଏବଂ ନିର୍ଭାୟଙ୍କ ମା’ଙ୍କ ନିଷ୍ଠା ଯୋଗୁଁ ନିର୍ଭୟା ଏହି ମାମଲାରେ ଜୀବନ୍ତ ରହିଥିଲେ ଏବଂ ଏହି ମାମଲାରେ ଜିତିବା ପାଇଁ ଭାରତୀୟ ଲୋକମାନେ ବିଭିନ୍ନ ଅଭିଯାନ ଚଳାଇବା ଆରମ୍ଭ କରି ନ୍ୟାୟ ପାଇବାରେ ସାହାଯ୍ୟ କରିଥିଲେ|
ଏହି ନିର୍ଭୟା ମାମଲା ପରେ, ଇଣ୍ଡିଆ ଗେଟ, ରାଷ୍ଟ୍ରପତି ଭବନରେ ଯିଏ ବି ଯଦି ନିର୍ଭୟାଙ୍କ ମା’ଙ୍କ ସହତ ଥିଲେ, ସେଥିରେ ସବୁଠୁ ଆଗରେ ସୀମା କୁଶୱା ରହିଥିଲେ। ତେବେ ଏହି ସମୟରେ ସେ ଆଇନ ର ପାଠ ପଢୁଥିଲେ ଏବଂ ତାଲିମ ନେଉଥିଲେ। କିନ୍ତୁ ଏହା ପରେ ସେ ଭାବିଲେ ଯେ ସେ ମଧ୍ୟ ଜଣେ ଓକିଲ, ତେବେ କାହିଁକି ନା ସେ ନିଜେ ଏହି କେସ ଲଢନ୍ତୁ? ଏହା ପରେ ସେ ନିର୍ଭୟାଙ୍କୁ ନ୍ୟାୟ ଦେବାକୁ ସ୍ଥିର କରିଥିଲେ ଏବଂ ଏହି କେସ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ|
ଓକିଲ ସୀମା ଯଦି ଏହି ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ଲିଷ୍ଟିଙ୍ଗ କରିବାକୁ ଚେଷ୍ଟା କରିନଥାନ୍ତେ, ତେବେ ମାମଲା ଫସି ରହିଥାନ୍ତା ଏବଂ ବିଳମ୍ବ ହେଇଥାନ୍ତା|ଖବର ଅନୁଯାୟୀ,ସୀମା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ପାଠ ପଢିଛନ୍ତି ଏବଂ ନିର୍ଭୟା ମାମଲା ସମୟରେ ସେ ଜଣେ ପ୍ରଶିକ୍ଷକ ଥିଲେ। ସେ ନିର୍ଭୟା ଜ୍ୟୋତି ଲିଗାଲ ଟ୍ରଷ୍ଟ ସହିତ ମଧ୍ୟ ସଂପୃକ୍ତ ଥିବା କୁହାଯାଉଛି, ଯାହା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଆଇନଗତ ପରାମର୍ଶ ଦେବା ପାଇଁ ନିର୍ଭୟାଙ୍କ ପରିବାର ଦ୍ୱାରା ବନାଯାଇଛି|
ଏକ ଟିଭି ଇଣ୍ଟରଭିଉରେ ସୀମା କହିଛନ୍ତି ଯେ ସେ ସିଭିଲ୍ ପରୀକ୍ଷା ଦେଇ ଆଇଏସ୍ ହେବାକୁ ଚାହୁଁଥିଲେ|ସୀମା କହିଛନ୍ତି ଯେ ସେ ନିଜେ ଏପରି ଏକ ସ୍ଥାନରୁ ଆସିଛନ୍ତି ଯେଉଁଠାରେ ଝିଅମାନଙ୍କୁ ଅଧିକ ସ୍ୱାଧୀନତା ମିଳେନାହିଁ । କିନ୍ତୁ ଏହା ସତ୍ତ୍ ସେ ଜଣେ ଓକିଲ ହୋଇଥିଲେ। ଏହା ପରେ ତାଙ୍କୁ କିଛି ବି ଅସମ୍ଭବ ଲାଗେ ନାହିଁ ବୋଲି ସୀମା କହିଛନ୍ତି|ସୀମା କହିଛନ୍ତି, “ମୁଁ ଗ୍ରାମାଞ୍ଚଳରୁ ଆସିଛି। ମୁଁ ଯେଉଁଠାରୁ ଆସିଥିଲି ସେଠାରେ ଝିଅମାନଙ୍କୁ ଶିକ୍ଷା ଦିଆଯାଏ ନାହିଁ, ମୁଁ ଜାଣେ ମୋତେ ଅଧିକାର ପାଇଁ ଲଢ଼ିବାକୁ ହେବ। ”
ଇଣ୍ଟରଭିଉରେ ସୀମା କହିଛନ୍ତି ଯେ ସେ ବର୍ତ୍ତମାନ ଏତିକିରେ ରହିବେ ନାହିଁ। ଭବିଷ୍ୟତରେ ମଧ୍ୟ ମହିଳାମାନଙ୍କ ପାଇଁ ଏହିପରି ଯୁଦ୍ଧ ଜାରି ରଖିବେ। ସେ କହିଛନ୍ତି ଏବେ ଦେଶର ଆହୁରି ଅନେକ ଝିଅକୁ ନ୍ୟାୟ ଦବାର ଅଛି । ସେ କହିଛନ୍ତି, ପୂର୍ଣ୍ଣିଆଙ୍କ ଝିଅକୁ ନ୍ୟାୟ ଦବାକୁ ପଡ଼ିବ। ଏହା ହେଉଛି ଏପରି ଏକ ଘଟଣା ଯେଉଁଥିରେ ଜଣେ 11 ବର୍ଷର ବାଳିକାକୁ ବଳାତ୍କାର କରାଯାଇଥିଲା| 6 ଜଣ ତାଙ୍କୁ ବଳାତ୍କାର କରି ଏହି ନିରୀହ ଝିଅର ଗଳା କାଟି ଦେଇଥିଲେ। ମହିଳାମାନଙ୍କ ପ୍ରତି ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ସିମା ପ୍ରସ୍ତୁତ ଅଛନ୍ତି|
IAS ହେବାର ସ୍ୱପ୍ନ ଛାଡି 7 ବର୍ଷ ପର୍ଯ୍ୟନ୍ତ ବିନା ପଇସାରେ ଲଢ଼ିଥିଲେ ନିର୍ଭୟା କେସ, ଦେଶର ଏହି ଝିଅର କାହାଣୀ ସମସ୍ତେ ପଢିବା ଦରକାର
