ମନୁଷ୍ୟ ଶରୀର ରେ 70% ଭାଗ ପାଣି ରହିଛି I ପାଣି ଆମ ଶରୀର ପାଁଇ ଜରୁରୀ ପୋଷକତତ୍ୱ ପ୍ରଦାନ କରିଥାଏ I ପାଣି ବିନା ମନୁଷ୍ୟ ବଂଚିବା କଷ୍ଟକର ହେଇଥାଏ I ସକାଳୁ ଖାଲି ପେଟ ରେ ଆପଣ ଯଦି ପାଣି ପିଉଛନ୍ତି ତେବେ ଏହା ଶରୀର ପାଁଇ ବେଶ ଲାଭକାରୀ ହେଇଥାଏ I କିନ୍ତୁ ଏହି ଖାଲି ପେଟ ରେ ଆମ କୁ ଥଣ୍ଡା ପାଣି ପରିବର୍ତେ ଗରମ ପାଣି ର ସେବନ କରିବା ଉଚିତ I ଏହା ଦ୍ୱାରା ପାଚନ ଶକ୍ତି ସଠିକ ରହିଥାଏ I
ପାଣି କୁ ଆପଣ ଧୀରେ ଧୀରେ ପିଇବା ବି ଭଲ ହେଇଥାଏ I ଯାହା ଦ୍ୱାରା ଆପଣ ଙ୍କ ର ହଜମ ଶକ୍ତି ଖରାପ ହେଇ ନ ଥାଏ I ତେଣୁ ଆଜିଠାରୁ ହିଁ ସକାଳୁ ଆପଣ ଉଠି ଖାଲି ପେଟ ରେ ଉଷୁମ ପାଣି ପିଇବା ଆରମ୍ଭ କରିଦିଅନ୍ତୁ I
ଖାଲି ପେଟ ରେ ଉଷୁମ ପାଣି
ସକାଳୁ ଉଠି ଖାଲି ପେଟ ରେ ଉଷୁମ ପାଣି ପିଇବା ଦ୍ୱାରା ଆମ ଶରୀର ର ବିଷାକ୍ତ ପଦାର୍ଥ ଗୁଡିକ ଶରୀର ରୁ ବାହାରିଯାଇଥାଏ I ଏବଂ ଏହା ପେଟ କମାଇବା ରେ ସହାୟତା କରିଥାଏ I ଆପଣ ସକାଳୁ ଯେତେ ପାଣି ପିଇବେ ଆପଣ ଙ୍କ ର ଶରୀର ସେତିକି ଶୁଦ୍ଧ ରହିବ I
ଖାଦ୍ୟ ଖାଇବା ଆମ ଶରୀର ର ମହତ୍ବପୂର୍ଣ କାମ ଅଟେ I ଏବଂ ଖାଲି ପେଟ ରେ ପାଣି ପିଇବା ଦ୍ୱାରା ଆମ ଭୋକ ଦ୍ୱିଗୁଣିତ ହେଇଯାଇଥାଏ I ତେଣୁ ଆପଣ ସକାଳ ର ଜଳଖିଆ ପେଟ ପୁରାଇ କରିପାରିବେ I ସକାଳୁ ଖାଲି ପେଟ ରେ ଉଷୁମ ପାଣି ପିଇବା ଦ୍ୱାରା ଆମ ମୋଟାପଣ କୁ ବି ଦୂର କରିଥାଏ I
ଅନେକ ଲୋକଙ୍କ ର ମୁଣ୍ଡ ବ୍ୟଥା ଜନିତ ସମସ୍ୟା ରହିଛି , ଯାହା ଦ୍ୱାରା କି ପର୍ଯ୍ୟାପ୍ତ ମାତ୍ରା ରେ ଶରୀର ରେ ପାଣି ପହଂଚି ନ ଥାଏ I ଯଦି ଆପଣ ସକାଳୁ ଖାଲି ପେଟ ରେ ଉଷୁମ ପାଣି ର ସେବନ ଆରମ୍ଭ କରନ୍ତି ତେବେ ଆପଣ ଙ୍କ ର ଶରୀର ରୁ ସବୁ ବ୍ୟାକ୍ଟେରିଆ ବାହାରି ଯାଇଥାନ୍ତି ଓ ମୁଣ୍ଡ ବ୍ୟଥା ପରି ସମସ୍ୟା ରହି ନ ଥାଏ I
ପାଣି ଆମ ର କାଲନ କୁ ସଫା ରଖିଥାଏ I ଏକ ଗ୍ଲାସ ଉଷୁମ ପାଣି ପେଟ କୁ ପୁରା ସଫା ରଖିଥାଏ I ଏବଂ ଶରୀର ର ସବୁ ମୈଲା କୁ ମଧ୍ୟ ଏହା ସଫା କରିଥାଏ I ଯାହା ଦ୍ୱାରା କି ଆପଣ ଙ୍କ ର କାଲନ ସୁସ୍ଥ ରହିଥାଏ I
ସକାଳୁ ଖାଲି ପେଟ ରେ ଉଷୁମ ପାଣି ଆପଣ ଙ୍କ ର ଶରୀର ର ଅନେକ ରୋଗ କୁ ଭଲ କରିଥାଏ , ଯେପରି କ୍ୟାନ୍ସର , ଟିଭି , ଚକ୍ଷ୍ୟୁ , କିଡ୍ନୀ, ପେଟ ଗ୍ୟାଷ୍ଟିକ ଓ ମୁଣ୍ଡ ବ୍ୟଥା ଆଦି ସମସ୍ୟା ଭଲ ହେଇଥାଏ I
ସକାଳୁ ଉଷୁମ ପାଣି ସେବନ ଦ୍ୱାରା ଆମ ଶରୀର ର ହଜମ ଶକ୍ତି ବି ବୃଦ୍ଧି ପାଇଥାଏ ଏହା ଆମ ର ଓଜନ ବୃଦ୍ଧି କୁ ବି ନିୟନ୍ତ୍ରିତ କରିଥାଏ I