ଯଦି ଶରୀରରେ ଦେଖାଯାଏ ଏପରି 6ଟି ଲକ୍ଷ୍ୟଣ ତେବେ ହୋଇଯାନ୍ତୁ ସାବଧାନ, ତୁରନ୍ତ ଡାକ୍ତର ଦେଖନ୍ତୁ, କିଡ୍ନୀ ଖରାପ ହେବାର ଏହା ହେଉଛି ଲକ୍ଷଣ

ଶରୀର ସୁସ୍ଥ ରହିବାକୁ କିଡ୍ନୀ ର ସୁସ୍ଥ ରହିବା ମଧ୍ୟ ଜରୁରୀ ହେଇଥାଏ I କିନ୍ତୁ କିଛି ଲୋକେ ଏହି ଲକ୍ଷ୍ୟଣ ଗୁଡିକୁ ଅଣଦେଖା କରିଥାନ୍ତି I

ଭଗବାନ ଆମ ଶରୀର ରେ ଯେଉଁ ଅଙ୍ଗ ଦେଇଛନ୍ତି ଏହା ଅତ୍ୟନ୍ତ ମହତ୍ବପୂର୍ଣ ଅଙ୍ଗ ଅଟେ I ପ୍ରତୋକ ଅଙ୍ଗ ପରସ୍ପର ସହ ସମ୍ବନ୍ଧ ରହିଛି I ଶରୀର ର ଗୋଟେ ଅଙ୍ଗ ଖରାପ ହେଲେ ଏହା ଅନ୍ୟ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ I ଆମ ଶରୀର ରେ ଥିବା କିଡ୍ନୀ ଯାହା କି ଶରୀର ରୁ ମୈଲା ପଦାର୍ଥ ସଫା କରିବା ର କାମ କରିଥାଏ I ଏହା ର ସିଧା ପ୍ରଭାବ ଆମ ଲିଭର ଉପରେ ପଡିଥାଏ I ତେବେ ଆଜି ଆମେ ଆଲୋଚନା କରିବା କିଡ୍ନୀ ଖରାପ ହେବାର ଲକ୍ଷଣ ସମ୍ବନ୍ଧ ରେ I

ଆଜିକା ସମୟ ରେ କିଡ୍ନୀ ରୋଗ ଅନେକ ଦେଖିବାକୁ ମିଳିଛି I ଯଦି ଆମେ ସମୟ ପୂର୍ବ ରୁ ଏହି ସବୁ ଲକ୍ଷଣ ଗୁଡିକୁ ଜାଣିପାରିବା ତେବେ ଯଥାଶୀଘ୍ର ଏହି ରୋଗ ର ଉପଚାର କରିପାରିବା I ତେବେ ଚାଲନ୍ତୁ କେଉଁ କେଉଁ ଲକ୍ଷଣ ରୁ ଆମେ ଜାଣିପାରିବା କିଡ୍ନୀ ସମସ୍ୟା ବିଷୟ ରେ I

ହାତ ଗୋଡ଼ ଦରଜ

କିଡ୍ନୀ ଖରାପ ହେଲେ ଶରୀର ରେ ମଇଳା ପଦାର୍ଥ ଜମି ରହିଥାଏ I ଯାହା ଦ୍ୱାରା କି ହାତ ଗୋଡ଼ ଆଦି ଦରଜ ହେବା ଆରମ୍ଭ ହେଇଥାଏ I ୟୁରିନ ର ରଙ୍ଗ ଗଢା ହେଇଯାଇଥାଏ ଏବଂ ରଙ୍ଗ ପରିବର୍ତନ ହେଇଥାଏ I ଏପରି ଲକ୍ଷ୍ୟଣ ରେ ଜାଣିପାରିବେ କିଡ୍ନୀ ଖରାପ ହେଇଥାଏ I

ପେଟ ଦରଜ

ଯଦି ପେଟ ର ବାମ ଓ ଡାହାଣ ପାର୍ଶ୍ଵ ଉଭୟ ଦରଜ ହେବ ଓ ଅସହାୟନୀୟ ଯନ୍ତ୍ରଣା ହେବ ତେବେ ଜାଣିରଖନ୍ତୁ କି ଏହା କିଡ୍ନୀ ସମସ୍ୟା ଅଟେ I

ପରିସ୍ରା ସମସ୍ୟା

କିଡ୍ନୀ ଖରାପ ହେଲେ ପରିସ୍ରା ଅଧିକ ଆସିବ କିମ୍ୱା ନ ଆସିପାରେ I ଅନେକ ସମୟ ରେ ଅଧିକ ପରିସ୍ରା ମଧ୍ୟ ଲାଗିଥାଏ I ତେଣୁ ଏପରି ଲକ୍ଷଣ ମଧ୍ୟ କିଡ୍ନୀ ଖରାପ ହେବାର ଲକ୍ଷଣ ହେଇଥାଏ I

ରକ୍ତ ପଡିବା

ବାରମ୍ବାର ପରିସ୍ରା ଆସିବା ଏକ ଗମ୍ଭୀର ସମସ୍ୟା ହେଇଥାଏ ଏବଂ ପରିସ୍ରା ସମୟ ରେ ରକ୍ତ ପଡିବା ତ ଆହୁରି ଚିନ୍ତା ର ବିଷୟ ହେଇଥାଏ I ତେଣୁ ଏପରି ଲକ୍ଷଣ ରେ ଅଣଦେଖା କରିବା ଉଚିତ ନୁହେଁ I

ବାରମ୍ବାର ପରିସ୍ରା କରିବା ର ଅନୁଭବ

କିଡ୍ନୀ ନିଜ ର ସବୁ ମୈଲା ପରିସ୍ରା ଦ୍ୱାରା ହିଁ ବାହାର କରିଥାଏ I ଯଦି ଆପଣ ବାରମ୍ବାର ବାଥରୁମ ଯାଉଛନ୍ତି ତେବେ ନିଶ୍ଚିତ ରୂପେ ଆପଣ ଙ୍କ ର କିଡ୍ନୀ ସମସ୍ୟା ରହିଛି I ଏବଂ ପରିସ୍ରା କରିବା ସମୟ ରେ ଜଳାପୋଡ଼ା ଅନୁଭବ ହେଉଛି ତେବେ ୟୁରିନ ଇନଫେକ୍ସନ ର ଲକ୍ଷଣ ମଧ୍ୟ ହେଇପାରେ କିମ୍ବା କିଡ୍ନୀ ଖରାପ ମଧ୍ୟ ହେଇପାରେ I

ଥକାପଣ
ସାମାନ୍ୟ କାମ କରି ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତେବେ ଆପଣ ଙ୍କ ର ହର୍ମୋନ ସ୍ତର ରେ ପରିବର୍ତନ କିମ୍ୱା କିଡ୍ନୀ ଖରାପ ହେବା ପରି ସମସ୍ୟା ମଧ୍ୟ ହେଇପାରେ I