ଯେବେ ନିଜ ଭକ୍ତକୁ ସାକ୍ଷୀ ଦେବାପାଈଁ ଭଗବାନ ଶିବଙ୍କୁ ଆସିବାକୁ ପଡିଲା ଅଦାଲତ, Prabhu ତାପରେ ଯାହା ହେଲା

ଏହା ବୃନ୍ଦାବନର ଏକ ସତ୍ୟ ଘଟଣା ଅଟେ। ବୃନ୍ଦାବନରେ ଜଣେ ବାବା ରହୁଥିଲେ। ଲୋକେ ତାଙ୍କୁ ଜଜ୍ ସାହେବ୍ କହି ଡାକୁଥିଲେ। ସେତେବେଳେ ଲୋକମାନେ ପଚାରିଲେ କି ଇଏ ତ ଜଣେ ବାବା ଅଟନ୍ତି ଲୋକେ ତାଙ୍କୁ ଜଜ୍ ସାହେବ୍ କହି କଣ ପାଇଁ ଡାକନ୍ତି। ସେତେବେଳେ ଜଣେ କହିଲା କି ପ୍ରକୃତରେ ସେ ବାବା ଜଣେ ଜଜ୍ ସାହେବ୍ ଥିଲେ। ସେ ଜିଲ୍ଲା ଅଦାଲତ କୋର୍ଟରେ ସବୁ କେସ୍ ର ଶେଷ ନିଷ୍ପତ୍ତି ନେଉଥିଲେ। ସେହି ଜିଲ୍ଲାର ଗୋଟେ ଗାଁରେ ରୁଦ୍ର ନାମରେ ଜଣେ ପିଲା ରହୁଥିଲା ଯିଏ ମହାଦେବଙ୍କର ଜଣେ ବୋହୁତ ବଡ ଭକ୍ତ ଥିଲେ। ସେ ବୋହୁତ ସରଳ ମଣିଷ ଥିଲା। ସେ ପ୍ରତିଦିନ ଶିବ ମନ୍ଦିର ଯାଇ ତାଙ୍କର ସେବା କରୁଥିଲା।

ଗୋଟେ ଦିନର କଥା ଅଟେ ରୁଦ୍ରଙ୍କୁ ତାଙ୍କ ବାପା ଡାକିଲେ ଏବଂ କହିଲେ ପୁଅ ତୋ ଭଉଣୀ ଏବେ ବଡ ହୋଇଗଲାଣି ଏବଂ କିଛି ମାସରେ ତାକୁ ବାହା ହେବାର ଅଛି ଓ ଟଙ୍କା ପଇସାର ଏବେ ଦରକାର ପଡ଼ିବାର ଅଛି। ତେଣୁ ତୁ ଯାଇ ଜମିଦାର ବାବୁଙ୍କ ଠାରୁ କିଛି ଉଦ୍ଧାର ନେଇ କି ଆସେ ଓ ସେହି ପଇସାରେ ଆମେ ତୋ ଭଉଣୀର ବାହାଘର କରିଦେବା ଓ ତାପରେ କାମକରି ଜମିଦାରଙ୍କ ପଇସା ଫେରାଇ ଦବା। ତୁ ଶୀଘ୍ର ଯାଇ ପଇସା ନେଇ ଆସେ। ରୁଦ୍ର ଯାଇ ଜମିଦାରଙ୍କ ପାଖରୁ ପଇସା ନେଇ ଆସିଲା ଓ ତା ବାପାଙ୍କୁ ଦେଇଦେଲା। କିଛି ମାସରେ ରୁଦ୍ରର ଭଉଣୀର ବାହାଘର ମଧ୍ୟ ହୋଇଗଲା ବଡ ଧୁମ୍ ଧାମରେ। ତାପରେ ରୁଦ୍ର ସହର ଗଲା ଓ କିଛି ବର୍ଷରେ ପଇସା କମେଇ ନିଜ ଗାଁକୁ ଫେରି ଆସିଲା। ଗୋଟେ ଦିନ ସେ ତା ବାପାକୁ କହିଲା କି ବାପା ଏହି ପଇସା ସବୁ ନେଇନିଅ ଓ ସେ ଜମିଦାରଙ୍କ ସବୁ ପଇସା ଫେରାଇ ଦିଅ। ବାପା କହିଲେ ପୁଅ ଟୁ ଯାଇ ଫେରାଇ ଦେଇ ଆସେ।

ତାପରେ ରୁଦ୍ର ସେହି ଜମିଦାର ପାଖକୁ ଗଲା ଆଉ ପଚାରିଲା ଜମିଦାର ବାବୁ ମୋର ଆଜି ପର୍ଯ୍ୟନ୍ତ କେତେ ଟଙ୍କା ହୋଇଛି। ଜମିଦାର ସବୁ ହିସାବ ଦେଖିଲା ଓ କହିଲା ତମର ଏତିକି ପଇସା ହୋଇଛି ସୁଧମୂଳ ସହ। ରୁଦ୍ର ସେତିକିବେଳେ ସବୁ ପଇସା ଫେରାଇ ଦେଲା ଓ ତାପରେ ଜମିଦାର ତାକୁ ଗୋଟିଏ କାଗଜ ଦେଲେ ଯେଉଁଥିରେ ଲେଖାଥିଲା ରୁଦ୍ର ମୋର ସବୁ ପଇସା ଫେରାଇ ଦେଇଛି। ଜମିଦାର କହିଲା ରୁଦ୍ର ଏହି କାଗଜକୁ ଥରେ ଭଲ ଭାବରେ ପଢ଼ି ନିଅ ରୁଦ୍ର କହିଲା ନାଇଁ ବାବୁ ଆପଣଙ୍କ ଉପରେ ଭରଷା ଅଛି। ଜମିଦାର ମନରେ ଲୋଭ ସୃଷ୍ଟି ହେଲା ସେ ଭାବିଲା ରୁଦ୍ର ବୋହୁତ ସରଳ ମଣିଷ ଅଟେ ତ ୟାଠାରୁ ଆହୁରି ଅଧିକ ପଇସା ଆଣିହେବ। ସେ ଆଉଥରେ ଏକ କାଗଜ ବାହାର କରିଲା ଓ ସେଥିରେ ଲେଖାଥିଲା କି ରୁଦ୍ର ମୋର ପଇସା ଏପର୍ଯ୍ୟନ୍ତ କିଛି ବି ଫେରାଇ ନାହିଁ ଓ ପ୍ରଥମ କାଗଜକୁ ଏକ ବହି ଭିତରେ ରଖିଦେଲେ।

କିଛି ଦିନ ପରେ ଜମିଦାର ବାବୁ ରୁଦ୍ର ଘରକୁ ଏକ ଚିଠି ପଠେଇଲେ ଯେଉଁଥିରେ ଲେଖାଥିଲା କି ଯଦି ମୋର ସବୁ ପଇସା ଠିକ୍ ସମୟରେ ନ ଫେରାଇବୁ ତ ମୁଁ କୋର୍ଟରେ କେସ କରିଦେବି। ଏହାଦେଖି ରୁଦ୍ର ଓ ତାର ବାପା ଡରିଗଲେ ଓ ବୁଝିଗଲେ କି ଜମିଦାର ତାଙ୍କୁ ଫସେଇବାକୁ ଚାହୁଁଚି। କିନ୍ତୁ ସେମାନେ ତାଙ୍କ ଜିଦିରେ ଅଟଳ ରହିଲେ ଓ କହିଲେ ଆମେ ସବୁ ଟଙ୍କା ଫେରାଇ ସାରିଛୁ। କିଛି ଦିନ ପରେ ଜମିଦାର ରୁଦ୍ର ଉପରେ କେସ କରିଦେଲା ଏବଂ କିଛି ଦିନ ପରେ ରୁଦ୍ର ପାଖକୁ କୋର୍ଟରୁ ନୋଟିସ୍ ଆସିଗଲା। ଏବଂ ଶେଷରେ ସେହି ଦିନ ଆସିଗଲା ଯେଉଁ ଦିନ ରୁଦ୍ରକୁ କୋର୍ଟରେ ହାଜର ହେବାକୁ ଥିଲା। ସେହି ଦିନ ପ୍ରଥମେ ରୁଦ୍ର ଶିବ ମନ୍ଦିର ଗଲା ଭଗଵାନ ଶିବଙ୍କ ଦର୍ଶନ କରିଲା ଓ ତାପରେ କୋର୍ଟ ଗଲା। କୋର୍ଟରେ ତାଙ୍କୁ ଜାଜ୍ ସାହେବ୍ ପଚାରିଲେ ରୁଦ୍ର ତମେ କଣ ପାଇଁ ଫେରାଇ ନାହଁ। ସେତେବେଳେ ରୁଦ୍ର କହିଲା ମୁଁ ସବୁ ପଇସା ଫେରାଇ ଦେଇଛି ଏ ଜମିଦାର ମିଛ କହୁଛି।

ସେତେବେଳେ ଯାଜ୍ଜଜ୍ ସାହେବ୍ କହିଲେ ପଇସା ଫେରାଇବା ସମୟରେ ତମଛଡ଼ା ସେଠି ଆଉ କିଏ ଉପସ୍ଥିତ ଥିଲା ନାହିଁ ତ ସେତେବେଳେ ରୁଦ୍ର କହିଲା ଶଙ୍କରା ମୋ ପାଖରେ ଥିଲା। ଜଜ୍ ସାହେବ୍ କହିଲେ ଏ ଶଙ୍କରା କେଉଁଠି ରୁହନ୍ତି ତାଙ୍କର ପରିଚୟ ସବୁ ବାହାର କର , ସେତେବେଳେ ରୁଦ୍ର କହିଲା କି ସେ ମନ୍ଦିରରେ ରୁହନ୍ତି ତ ଜଜ୍ ସାହେବ୍ ଭାବିଲେ କି କୋଉ ପୂଜାରୀ ହୋଇଥିବ। ତାପରେ ଜଜ୍ ସାହେବ୍ ଗୋଟିଏ ୱାରେଣ୍ଟି ଲେଖିକି ପୋଲିସ ବାଲାଙ୍କୁ ଦେଲେ ଓ କହିଲେ କି ତମେ ଯାଅ ସେହି ମନ୍ଦିରକୁ ଆଉ ସେହି ଶଙ୍କରାକୁ ଖୋଜିକି କହିବ କଲି ଆସି ଅଦାଲତରେ ହଜାର ହେବେ। ପୋଲିସମାନେ ୱାରେଣ୍ଟି ନେଇ ବାହାରି ଗଲେ ଏବଂ କିଛି ସମୟ ପରେ ସେ ମନ୍ଦିରରେ ପହଞ୍ଚିଲେ ଓ ପୂଜାରୀଙ୍କୁ ପଚାରିଲେ କି ଏ ଶଙ୍କର ବ୍ୟକ୍ତି ଜଣକ କିଏ ଅଟେ ତାଙ୍କ ନାମରେ ୱାରେଣ୍ଟି ଆସିଛି ତାଙ୍କୁ ଡ଼ାକିଦିଅ। ପୂଜାରୀ କହିଲା ଶଙ୍କର ତ ନିଜେ ମହାଦେବ ଅଟନ୍ତି। ଏହା ଶୁଣି ପୋଲିସ କହିଲା କି ଏ ୱାରେଣ୍ଟି ତାଙ୍କ ନାମରେ ଆସିଛି ତାଙ୍କୁ ଯାଇ କୋର୍ଟରେ ହଜାର ହେବାକୁ ପଡ଼ିବ। ପୂଜାରୀ ଆଉ କିଛି ନକହି ସେହି ୱାରେଣ୍ଟି କାଗଜକୁ ନେଇ ଭଗଵାନ ଶିବଙ୍କ ପାଖରେ ରଖିଦେଲା। କହିଲା କି ହେ ପ୍ରଭୁ ଆଜି ପର୍ଯ୍ୟନ୍ତ ଆପଣଙ୍କ ଚରଣରେ କେତେ ସାରା ଭୋଗ,ଫୁଲ ଓ ବିଭିନ୍ନ ପ୍ରକାର ବସ୍ତୁ ଆସିଛି କିନ୍ତୁ ଆଜି ପ୍ରଥମଥର ପାଇଁ ଗୋଟିଏ ୱରେଣ୍ଟି ପେପର ଆସିଛି ତେଣୁ ପ୍ରଭୁ ନିଜ ଭକ୍ତଙ୍କର ଲଜ୍ୟା,ଭରଷା ରଖିନେବେ ଓ ରୁଦ୍ରକୁ ବଞ୍ଚାଇ ଦେବେ।

ଶେଷରେ ସେହି ଦିନ ଆସିଗଲା ଯେବେ ପ୍ରଭୁଙ୍କୁ କୋର୍ଟ ଆସିବାର ଥିଲା ତାହା ବି ସାକ୍ଷୀ ଦେବା ପାଇଁ। ତ ରୁଦ୍ର ସେହି ଦିନ ସକାଳୁ ସକାଳୁ ମନ୍ଦିର ଗଲା ଓ ଭଗଵାନ ଶିବଙ୍କର ଦର୍ଶନ କରି କହିଲା ହେ ପ୍ରଭୁ ଶଙ୍କର ଆପଣଙ୍କୁ ତ ଜଣାଥିବ କି ଆଜି ଆପଣଙ୍କୁ କୋର୍ଟ ଆସିବାର ଅଛି ତାହା ବି ସାକ୍ଷୀ ଦେବା ପାଇଁ ମୁଁ ସେଠାରେ ଅପେକ୍ଷା କରିଥିବି। ଜଜ୍ ସାହେବ୍ ଆସିଲେ, ପୋଲିସ ସିପାହୀମାନେ ଆସିଲେ ତାପରେ ପୋଲିସମାନଙ୍କୁ ଜଜ୍ ସାହେବ୍ କହିଲେ ସେହି ଶଙ୍କର ନାମର ବ୍ୟକ୍ତି କେଉଁଟି ଅଛନ୍ତି। ସେତେବେଳେ ସିପାହୀ କହିଲେ କି ଶଙ୍କର ହାଜିର୍ ହୋ। ସିପାହୀର ଡକିବାରେ ଶଙ୍କର ହାଜିର୍ ହୋଇଗଲେ। ସେତେବେଳେ ଜଣେ ବୃଦ୍ଧଲୋକ କୋର୍ଟ ଆସିଲା।

ସେ ବୃଦ୍ଧ ଲୋକ ଧୀରେ ଧୀରେ କୋର୍ଟ ଆସୁଥିଲା। ଜଜ୍ ସାହେବ୍ ତାଙ୍କ ଆଡ଼କୁ ଦେଖିଲେ ଓ ପଚାରିଲେ ଆପଣଙ୍କର ନାମ, ସେହି ବ୍ୟକ୍ତି କହିଲା କି ମୁଁ ଶଙ୍କର ଅଟେ। ଜଜ୍ ସାହେବ୍ କହିଲେ କଣ ଆପଣ ସେହିଠାରେ ସେଦିନ ଉପସ୍ଥିତ ଥିଲେ, ରୁଦ୍ର କଣ ଜମିଦାରଙ୍କର ସବୁ ପଇସା ଫେରାଇ ଦେଇଛି। ଶଙ୍କର କହିଲେ ମୁଁ ସେଠାରେ ଉପସ୍ଥିତ ଥିଲି ଏବଂ ରୁଦ୍ର ଜମିଦାରଙ୍କର ସବୁ ପଇସା ଫେରାଇ ଦେଇଛି। ଜଜ୍ ସାହେବ୍ କହିଲେ ଏହାର କଣ ପ୍ରମାଣ ଅଛି ତମ ପାଖରେ ଅଛି କି କିଛି ପ୍ରମାଣ। ସେତେବେଳେ ଶଙ୍କର କହିଲେ କି ଜମିଦାର ଯେଉଁଠି ବସନ୍ତି ତାର ଡାହାଣ ପଟ ଆଲମିରାରେ ଗୋଟିଏ ଲାଲ୍ ରଙ୍ଗର ପୁସ୍ତକରେ ସେ ପ୍ରକୃତ ବାଲା ପେପର ରଖିଛନ୍ତି। ଜଜ୍ ସାହେବ୍ ତୁରନ୍ତ ପୋଲିସଙ୍କୁ ଜମିଦାର ଘରକୁ ପଠାଇଲେ ସେଇ ପେପରକୁ ଖୋଜିବା ପାଇଁ। ତାପରେ ସେ ପେପର ଯେବେ ନେଇକି ଆସିଲେ ପୋଲିସ ଜଜ୍ ସାହେବ୍ ନେଇ ଦେଇଦେଲେ। ଏହା ଦେଖି ଜଜ୍ ସାହେବ୍ କହିଲେ ତୁମେ ଜମିଦାରଙ୍କ ସବୁ ପଇସା ଫେରାଇ ଦେଇଛ ଏବଂ ଏବେ ତୁମ ଉପରେ କୌଣସି ବି କେସ ନାହିଁ।

ତାପରେ ଯେବେ ଜଜ୍ ସାହେବ୍ ଶଙ୍କର ଆଡ଼କୁ ଦେଖିଲେ ତ ଶଙ୍କର ସେଠାରେ ଆଉ ନଥିଲେ ଗାୟବ ହୋଇଯାଇଥିଲେ। ଜଜ୍ ସାହେବ୍ ରୁଦ୍ରଙ୍କୁ ପଚାରିଲେ ଏହି ଶଙ୍କର କୁଆଡେ ଗଲେ। ରୁଦ୍ର କହିଲେ ସେ ତାଙ୍କ କାମ କରି ଚାଲିଗଲେ। ଜଜ୍ ସାହେବ୍ ପଚାରିଲେ ଏ ଶଙ୍କର ବ୍ୟକ୍ତିଟି କଣ କରନ୍ତି, ତେବେ ରୁଦ୍ର କହିଲା ସେ ତ କିଛି କରନ୍ତି ନାହିଁ ବାସ୍ ମନ୍ଦିରରେ ବସି ରୁହନ୍ତି। ୟାଙ୍କର ବୋହୁତ ସାରା ମନ୍ଦିର ଅଛି। ଏହା ଶୁଣି ଜଜ୍ ସାହେବ୍ ଅବାକ୍ ହେଇଗଲେ। ପୋଲିସ୍ ଙ୍କୁ ପଚାରିଲେ କି ମତେ ସେହି ଶଙ୍କର ପାଖକୁ ନେଇଚାଲ। ପୋଲିସ୍ ମାନେ ଜଜ୍ ସାହେବ୍ ଙ୍କୁ ସେହି ମନ୍ଦିରକୁ ନେଇ ଗଲେ। ତାପରେ ଜଜ୍ ସାହେବ୍ ଏହି ଶଙ୍କରଙ୍କ ମୂର୍ତ୍ତିକୁ ଦେଖି ଭାବିଲେ କି ଏହି ମୂର୍ତ୍ତି ମୁହଁ ସେ ବୃଦ୍ଧଲୋକ ମୁହଁ ସହ ପୁରା ମିଶିଯାଉଛି। ତା ମାନେ ସେ ନିଜେ କଣ ଶଙ୍କର ଥିଲେ। ଏହା ଭାବି ସେ କାନ୍ଦିବାକୁ ଲାଗିଲେ। ତାପରେ ସେ ତାଙ୍କ ଚାକିରୀରୁ ଇସ୍ତଫା ଦେଇଦେଲେ ଓ ବାବା ହୋଇ ବୃନ୍ଦାବନରେ ରୁହନ୍ତି ଶଙ୍କରଙ୍କର ଦର୍ଶନ ପାଇଁ।