Motivation: ଯେତେବେଳେ ଆପଣଙ୍କୁ କେହି ଦୁଃଖ ଦେବେ ଅପମାନ ଦେବେ ସେତେବେଳେ ଆପଣ କଣ କରିବେ, ଏହି ଛୋଟିଆ କଥାରେ ପାଇଯିବେ ସବୁ ଉତ୍ତର

ଜୀବନରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ବହୁତ ଦୁଃଖ ଦିଅନ୍ତି ସେଥିରେ ତାଙ୍କୁ ବହୁତ ଭଲ ଲାଗେ କିନ୍ତୁ ପ୍ରଶ୍ନ ଉଠୁଛି ଆମେ ସେଠି କଣ କରିବା ଉଚିତ ଏହା ଏକ ବିରାଟ ସମସ୍ୟା ଏହା ଏକ ବିରାଟ ପ୍ରଶ୍ନ ଲୋକ ଆମକୁ ଖରାପ ବ୍ୟବହାର କରୁଛନ୍ତି ଖରାପ କଥା କହୁଛନ୍ତି କଷ୍ଟ ହେଲାଭଳି ବ୍ୟବହାର ଦେଖାଉଛନ୍ତି କିନ୍ତୁ ଆମେ କଣ କରିବା ଆମେ ତାକୁ ସେଇପରି ବ୍ୟବହାର ଦେଖେଇବା ନା ଚୁପ ରହିବା ଆମେ ଭଲ ମଣିଷ ଆମେ ଠିକ ଅଛନ୍ତି କିନ୍ତୁ ସାମ୍ନା ବାଲା ଆମକୁ ଏମିତି ବ୍ୟବହାର ଦେଖାଉଛି ଏମିତି ଶବ୍ଦ କହୁଛି ତାକୁ ସହି ହେଉନି କି କହି ହେଉନି ପ୍ରତ୍ୟେକ ମଣିଷ ପାଖରେ ଦୁଇଟି ରାସ୍ତା ଥାଏ ଯେତେବେଳେ କେହି ଆମକୁ ଖରାପ ବ୍ୟବହାର ଦେଖାଏ ଖରାପ କଥା କୁହେ ସେତେବେଳେ ଦୁଇଟି ରାସ୍ତା ଥାଏ ପ୍ରଥମ ଟି ସେ ଯେମିତି ବ୍ୟବହାର ଦେଖାଉଛି ତାକୁ ସେମିତି ବ୍ୟବହାର ଦେଖାଯାଉ ତାକୁ ସମସ୍ତ ଲୋକ ପ୍ରୟତଃ ସାଧାରଣ ରୂପରେ କରିଥାନ୍ତି କିନ୍ତୁ ଅନ୍ୟଟି ଗୋଟେ ସୁନ୍ଦର ଉପାୟ କଣ ସେଇ ସୁନ୍ଦର ଉପାୟ ଟି ଏଇ କାହାଣୀ ରେ ଆସନ୍ତୁ ଜାଣିବା |

କୌଣସି ଗୋଟେ ରାସ୍ତାରେ ଗୋଟେ ପାଗଳା ଷଣ୍ଢ ଦୌଡୁଛି ସେ ରାସ୍ତାରେ ଯାହାକୁ ଭି ଦେଖୁଛି ତାକୁ ମାରୁଛି ଲୋକମାନେ ତାକୁ ଭୟରେ ଏପଟ ସେପଟ ହେଇ ଧାଉଁଛନ୍ତି ଯଦି ଆମେ ସେଠାରେ କହନ୍ତି ମୁ ଗୋଟେ ଭଲ ଲୋକ ମୁ ଗୋଟେ ସୁନ୍ଦର ଲୋକ ମତେ ତୁ ମାରେନା ସେ କଣ ଛାଡି ଦେବା ନା ସେ ଆମକୁ ମଧ୍ୟ ମାରିବ କାରଣ ତାହାର ପ୍ରକୃତି ସେଇଆ ଠିକ ସେମିତି ଖରାପ ଲୋକଙ୍କ ପ୍ରକୃତି ସେଇଆ ସେ ଭଲ ଲୋକ କଣ ଖରାପ ଲୋକ କଣ ସମସ୍ତଙ୍କୁ କଷ୍ଟ ଦିଏ ସେଥିରେ ସେ ଆନନ୍ଦ ପାଆନ୍ତି କିନ୍ତୁ ଏଠି ପ୍ରଶ୍ନ ଆସୁଛି ସିଏ ତ ଆମକୁ କଷ୍ଟ ଦେଉଛି ଆମକୁ ତ କଷ୍ଟ ହେଉଛି ସିଏ ତ ଆନନ୍ଦ ପାଉଛି ଆମେ ତାକୁ କଷ୍ଟ ଦେବା ଉଚିତ ନା ନଦେବା ଉଚିତ |

ତେବେ ଆସନ୍ତୁ ଏଇ କାହାଣୀ କୁ ଶୁଣି ଜୀବନରେ ଗୋଟେ ଭଲ ଶିକ୍ଷା ହାସିଲ କରିବା ଗୁରୁଚରଣ ଅଞ୍ଚଳରେ ଜଣେ ସାଧୁ ଥିଲେ ସେ ସାଧୁଙ୍କର ଦୁଇଟି ଆଶ୍ରମ ଥିଲା ଗୋଟେ ସହର ମଧ୍ୟରେ ଥିଲା ଆଉ ଗୋଟେ ଗ୍ରାମରେ ଥିଲା ସାଧୁ ଜଣଙ୍କ ସହରରେ କିଛିଦିନ ରୁହନ୍ତି ଓ ଗ୍ରାମରେ କିଛିଦିନ ରୁହନ୍ତି | ସହରରେ ଯେଉଁ ଆଶ୍ରମ ଥିଲା ସେଠି ପଇସା ଵାଲା ଲୋକ ଶିଷ୍ୟ ଆସିଥାନ୍ତି ସେଠି ଭଲ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୁଏ ପୁରି ଖିରି ରସାବଳୀ ବିଭିନ୍ନ ମିଷ୍ଟାନ ପ୍ରସ୍ତୁତ ହୁଏ ସେମାନେ କିଛି ଖାଆନ୍ତି ଯାହା କିଛି ବଳିଯାଏ ବାହାରେ ପକାଇ ଦିଅନ୍ତି ଆଶ୍ରମରେ ଗୋଟେ କୁକୁର ଥାଏ କୁକୁର ପତ୍ୟେକ ଦିନ ଏଇ ଅମୃତ ଭଳି ଖାଦ୍ୟକୁ କିଛି ପରିମାଣରେ ଖାଇବାକୁ ସୁଯୋଗ ପାଏ ସେଇ ଭଲ ଖାଦ୍ୟ ଖାଇ କୁକିରଟି ବହୁତ ହୃଷ୍ଟ ପୃଷ୍ଟ ଥାଏ |

କିନ୍ତୁ ଗ୍ରାମରେ ଯେଉଁ ଆଶ୍ରମ ଥାଏ ସେଠି ଟିକେ ଆର୍ଥିକ ଦୁର୍ବଳ ଲୋକ ଆସିଥାନ୍ତି ସେମାନେ କିଛି ଖାଦ୍ୟ ହାତରେ ଆଣିଥାନ୍ତି କିମ୍ବା ରୁଟି ସେଠାରେ ମଗାଇ ଖାଇଥାନ୍ତି ଯାହା କିଛି ବଳେ ସେଠି ମଧ୍ୟ ପଦାରେ ପକାଇ ଦିଅନ୍ତି ସେଠି ମଧ୍ୟ ଗଏ କୁକୁର ଥିଲା ସେଇ କୁକୁର ଟି ଯାହା କିଛି ଅଳ୍ପ ଖାଦ୍ୟ ମିଳେ ସେଇଆକୁ ଖାଇ ସେ ବଞ୍ଚେ କୁକୁର ଟି ବିହୁତ ଦୁର୍ବଳ ଥାଏ ଥରେ ସାଧୁ ଜଣଙ୍କ ସହରାଞ୍ଚଳରେ ଥିବା ଆଶ୍ରମକୁ ଆସିଥାନ୍ତି କୁକୁର ଟି ତାଙ୍କ ପାଖରେ ଏପଟ ସେପଟ ହୋଇ ବୁଲୁଥାଏ କୁକୁରକୁ ଦେଖୁଥାନ୍ତି ଭାବୁଥାନ୍ତି ମୋ କୁକୁର ଟି କେତେ ସୁନ୍ଦର ହୋଇଛି ବଡ ହୃଷ୍ଟ ପୃଷ୍ଟ ହୋଇଛି ସେତେବେଳେ ତାଙ୍କର ମନେ ପଡିଲା ମୋର ଗ୍ରାମ ଅଞ୍ଚଳରେ ଯେଉଁ ଆଶ୍ରମ ଟି ଅଛି ସେଠି ଗୋଟେ କୁକୁର ଅଛି ସେଇ କୁକୁର ଟି ବହୁତ ଦୁର୍ବଳ ସେ ଯଦି ଏଠିକି ଆସିପାରନ୍ତା ବହୁତ ସୁନ୍ଦର ରହି ପାରନ୍ତା

ଏଠି ଯେତେ ଖାଦ୍ୟ ପଡୁଛି ଗୋଟେ କୁକୁର ଖାଇସାରିବାପରେ ମଧ୍ୟ ବଞ୍ଚୁଛି ସେ ଠିକ କଲେ ମୁ ଯେତେବେଳେ ସହରକୁ ଆସିବି ମୋ ଦୁର୍ବଳ କୁକୁରକୁ ନେଇ ଆସିବି କିଛିଦିନ କଟିଗଲା ସାଧୁ ଜଣଙ୍କ ଗ୍ରାମାଞ୍ଚଳ ଆଶ୍ରମରୁ ବାହାରିଲେ ସହରାଞ୍ଚଳ ଆଶ୍ରମକୁ ସେତେବେଳେ ସେ କୁକୁର କୁ ନେଇ ଗଲେ ସହରାଞ୍ଚଳ ଆଶ୍ରମରୁ ଗ୍ରାମାଞ୍ଚଳ ଦୂରତା ମାତ୍ର 60 କିମି ସେତେବେଳେ ବହୁତ ପୁରୁଣା କଥା ସେତେବେଳେ ଯାନବାହାନ ନଥାଏ ସାଧୁଙ୍କୁ ଚାଲି ଚାଲି ଆସିବାକୁ ପଡେ ପ୍ରତ୍ୟେକ ଦିନ 12 କିମି ଚାଲିଥାନ୍ତି ପ୍ରଥମ ଦିନ ଟି ସହରାଞ୍ଚଳ କୁ ଯିବାକୁ ଯେତେବେଳେ ନିଷ୍ପତି କଲେ ଦୁର୍ବଳ କୁକୁର ଧରି ବାହାରିଲେ ପ୍ରଥମ ଦିନ 10 ରୁ 12 କିମି ଚାଲିଲେ ସନ୍ଧ୍ୟା ହେଇ ଆସିଲା ଦେଖିଲେ ପାଖରେ ଗୋଟେ ଗାଁ ଅଛି ତାଙ୍କୁ ଲାଗିଲା ଏଇ ସ୍ଥାନରେ ରହିବ ଉଚିତ ରାତି ହେଲାଣି ଆଗକୁ ଯିବା ଉଚିତ ନୁହେଁ ଏଇଠି କାହାଘରେ ଟିକେ ଆଶ୍ରୟ ନେଇ ଖାଦ୍ୟ ଗ୍ରହଣ କରି ବିଶ୍ରାମ ନେଲେ ସଖାଳୁ ଉଠି ଆମେ ପୁଣି ଚାଲିବା ଯେତେବେଳେ ଏକଥା ଠିକ କରି ଗ୍ରାମ ମଧ୍ୟକୁ ପ୍ରବେଶ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି ସେତେବେଳେ ଏଦୁର୍ବଳ କୁକୁରକୁ ଦେଖି ପ୍ରବଳ ଭୁକିବାକୁ ଆରମ୍ଭ କଲେ |

ଆପଣମାନେ ସମସ୍ତେ ଜାଣନ୍ତି ପ୍ରତ୍ୟେକ କୁକୁର ତା ଅଞ୍ଚଳରେ ସିଂହ ଥାଏ ତା ଏରିଆ ଭିତରେ ଗୋଟେ ସିଂହ ର ବଳ ଥାଏ ତେଣୁ ସେ ଅଞ୍ଚଳର କୁକୁର ମାନେ ସାଧୁଙ୍କୁ ଆଉ ସେ ଦୁର୍ବଳ କୁକୁରକୁ ପ୍ରବେଶ କରାଇ ଦେଲେନାହିଁ ସାଧୁ ନିଷ୍ପତି କଲେ ଆଗକୁ ଯିବା ପାଇଁ ଫାଙ୍କା ରାସ୍ତା ପୁଣି ଚାଲୁ ଚାଲୁ ଗୁଡ଼ାଏ ରାସ୍ତା ଚାଲିଲେ ସଖାଳ 3 ଟା 4 ଟା ବେଳେ ଆଉ ଏକ ଅଞ୍ଚଳ ପହଁଚିଲା ସେଠି ଭାବିଲେ ଏଇ ଅଞ୍ଚଳରେ ଟିକେ ବିଶ୍ରାମ ନେଇ ଯିବା ଆଉ ଆଗକୁ ଚାଲି ହେବନାହିଁ ସେଠି ଯେତେବେଳେ କୁକୁରକୁ ଧରି ପ୍ରବେଶ କଲେ ସେ ଅଞ୍ଚଳର ବାହାରେ ଗୋଟେ ଛୋଟ କୁକୁର ଥାଏ ଗାଁ ବାହାରେ ଶୋଇଥାନ୍ତି ଛୋଟ କୁକୁର ଦେଖିଲା ଯେମିତି ଦୁର୍ବଳ କୁକୁରକୁ ବହୁତ ଜୋର ରେ ଚିତ୍କାର କଲା ଭୁକିବା ଆରମ୍ଭ କଲା ଆର ଭୁକିବ ଶବ୍ଦ ଶୁଣି ଗାଁ ରେ ଯେତେସବୁ କୁକୁର ଥିଲେ ସବୁ ମାଡି ଆସିଲେ ସାଧୁ ସେଠୁ ପୁଣି ବାହାରି ଆସିଲେ ଏମିତି ଚାଲୁ ଚାଲୁ ଗୋଟେ ଦିନ ସମ୍ପୂର୍ଣ୍ଣ ପଳାଇଲା ମଝିରେ କିଛି ବିଶ୍ରାମ କରୁଥାନ୍ତି ଖାଉ ଥାନ୍ତି ଚାଲୁଥାଆନ୍ତି ପୁଣି ତୃତୀୟ ଗାଁ ରେ ଯେତେବେଳେ ପ୍ରବେଶ କଲେ ପୁଣି ସେଇଆ ହେଲା ସାଧୁ ଜଣଙ୍କ ଦେଖିଲେ ଆଉ କୌଣସି ଗାଁ ରେ ପ୍ରବେଶ କରି ହେବ ନାହିଁ ଯେ ପର୍ଯ୍ୟନ୍ତ ଏ କୁକୁର ମୋ ସାଙ୍ଗରେ ଅଛି ତେଣୁ ସାଧୁ ରାସ୍ତରେ ଥିବା ଗଛ ମୂଳେ ଆଶ୍ରୟ ନେଲେ ଖାଦ୍ୟ ଗ୍ରହଣ କଲେ ଆଉ କର୍ତ୍ତବ୍ୟ ସ୍ଥଳରେ ବାହାରିଲେ ଆଉ ପହଁଚି ଗଲେ କିନ୍ତୁ କଥା ହେଉଛି ସାଧୁ ଜଣଙ୍କ ୨ଦିନ ମଧ୍ୟରେ ପହଁଚିଗଲେ କୁକୁରଟି କୁ ସେ ସହରରେ ଥିବା ସୁନ୍ଦର ଆଶ୍ରମରେ ଛାଡି ଦେଲେ କୁକୁରଟି ଆନନ୍ଦରେ ଖେଳିଲା |

ଯେତେବେଳେ ସନ୍ଧ୍ୟାବେଳେ ବିଭିନ୍ନ ପ୍ରକାର ଶିଷ୍ୟ ମାନେ ଜ୍ଞାନ ଗ୍ରହଣ କରିବାକୁ ଆସିଲେ ସେତେବେଳେ ସାଧୁ ଜଣଙ୍କ ଏଇ ଅମୁଲ୍ୟ ଶିକ୍ଷାଟି ଦେଲେ ଯେତେବେଳେ ସେ କହିଲେ ମୁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଆସିବାକୁ ମତେ 5 ଦିନ ଲାଗେ କିନ୍ତୁ ଏଇ କୁକୁର ଯୋଗୁଁ ମୁ ଆଜି ୨ଦିନ ରେ ଆସି ପହଁଚିଛି ଏ ଅଞ୍ଚଳରେ ଏ ରାସ୍ତା ମଧ୍ୟରେ ଆସିବା ମଧ୍ୟରେ ମୋର ଏଇ ଯାତ୍ରା ମଧ୍ୟରେ ମୋ ଜୀବନର ଗୋଟେ ଅମୁଲ୍ୟ ଶିକ୍ଷା ଶିଖିଛି ଯାହାକୁ ମୁ ଆପଣମାନଙ୍କୁ କହୁଛି ଏଇ ଅମୁଲ୍ୟ ଶିକ୍ଷା କୁ ପ୍ରତ୍ୟେକ ମଣିଷ ଶୁଣିବା ବହୁତ ଆବଶ୍ୟକ | ସାଧୁ ଯେତେବେଳେ ଗ୍ରାମରୁ ବାହାରି ସହର ଆସୁଥିଲେ କୁକୁରଟି ତାଙ୍କ ସାଙ୍ଗରେ ଥିଲା ଆଉ ପ୍ରତ୍ୟେକ 10 ରୁ 12 କିମି ପରେ ଯେତେବେଳେ ସେ ଚେଷ୍ଟା କରୁଛନ୍ତି କୌଣସି ଗୋଟେ ସ୍ଥାନରେ ରହିବ ପାଇଁ ସେତେବେଳେ କୁକୁରମାନେ ତାଙ୍କୁ ଭୁକିଛନ୍ତି ସେତେବେଳେ ସାଧୁଙ୍କ ପାଖରେ ଦୁଇଟି ରାସ୍ତା ଥିଲା ପ୍ରଥମ ରାସ୍ତାଟି ସେ କୁକୁର ମାନଙ୍କୁ ଶକ୍ତ ପ୍ରହାର କରିବା ଘଉଡ଼ାଇ ଦେବା ଆଉ ସେଇ ଗ୍ରାମରେ ବିଶ୍ରାମ ନେବା |

ପ୍ରତ୍ୟେକ କ୍ଷେତ୍ରରେ ସେ ଯଦି ଚାହିଁଥାନ୍ତେ ସେ କାର୍ଯ୍ୟ କରିପାରିଥାନ୍ତେ ଯେଉଁ କୁକୁରମାନେ ଆସିଥିଲେ ତାଙ୍କୁ ସେ ପ୍ରହାର କରିଥାନ୍ତେ ଭଗାଇ ଦେଇଥାନ୍ତେ ଜାଗାରେ ଆଶ୍ରମ ନେଇଥାନ୍ତେ ଏହା ସମ୍ଭବ ଥିଲା ଯଦି ଏଇ କାର୍ଯ୍ୟ କରିଥାନ୍ତେ ସାଧୁଜଣଙ୍କ 5 ଦିନ ପରେ ଆସି ପହଁଚିଥାନ୍ତେ କୁକୁରଙ୍କୁ ଗଡେଇବାରେ ତାଙ୍କୁ ସମୟ ଲାଗିଥାନ୍ତା କିନ୍ତୁ ସେ ସେମାନଙ୍କ କଥା ନଶୁଣି କୁକୁରଙ୍କୁ ନ ଅଡ଼େଇ ସିଧା ସିଧା ଚାଲିଥିଲେ ବୋଲି 2 ଦିନ ରେ ଆଶ୍ରମରେ ଆସି ପହଞ୍ଚିଥିଲେ ଏହା ଏକ ଗୁରୁଙ୍କ ସତ୍ୟ କାହାଣୀ |

ଏଇ ଅମୁଲ୍ୟ ଶିକ୍ଷାରୁ ଆପଣମାନେ ନିଶ୍ଚିତ ଭାବରେ ବୁଝନ୍ତୁ କୁକୁରଙ୍କୁ ଗୋଡ଼େଇବା ତାଙ୍କ ପାଖରେ ଗୋଟେ ଉପାୟ ଥିଲା କିନ୍ତୁ ସେ ତାହା କଲେ ନାହିଁ ସାଧୁ ସେସବୁ କୁ ଧ୍ୟାନ ଦେଲେନାହିଁ ସେ ତାଙ୍କ ଲକ୍ଷରେ ଧ୍ୟାନ ଦେଲେ ସେଇପରି ଆପଣ ଯଦି କାହାକୁ କିଛି ନ କହି ନିଜ ଲକ୍ଷରେ ଧ୍ୟାନ ଦିଅନ୍ତି ତେବେ ଆପଣଙ୍କର ଯେଉଁ ଲକ୍ଷରେ ଅଛନ୍ତି ସେଇ ଲକ୍ଷରେ ଲାଗି ରୁଅନ୍ତୁ | ଆମେ ଜୀବନରେ ବହୁତ ବଡ଼ ଭୁଲ କରନ୍ତି ଯେଉଁ ଲୋକ ଆମକୁ କଷ୍ଟ ଦିଅନ୍ତି ସେମାନଙ୍କ ପ୍ରକୃତି ହେଉଛି କଷ୍ଟ ଦେଇ ଆନନ୍ଦ ପାଇବା କିନ୍ତୁ ଆମେ ତାଙ୍କ ପଛରେ ଲାଗି ତାଙ୍କର ପ୍ରତିଶୋଧ ନେବାକୁ ଚିନ୍ତାକରି ଆମେ ଆମ ଜୀବନର ଅଧା ଉର୍ଜା ଶକ୍ତି ତାଙ୍କ ପଛରେ ଲଗାଇଥାନ୍ତି ବହୁତ ସମୟ ଆମେ ଚିନ୍ତିତ ହୋଇଥାନ୍ତି ପ୍ରତିଶୋଧ ର ଅଗ୍ନିରେ ଜଳିଥାନ୍ତି ଯାହାଦ୍ୱାରା ଆମ ଶରୀରର ଶକ୍ତି ମାନସିକ ଶକ୍ତି ଦୁଇଟି ଯାକ କ୍ଷତି ହୁଏ କିନ୍ତୁ ଯଦି ତାଙ୍କ ପ୍ରକୃତି କୁ ତାଙ୍କ ପାଖରେ ରଖି ତାଙ୍କୁ ଜୀବନରେ ଟିକେ ଦୂରେଇଦେଇ ଆମର ସମସ୍ତ ଶକ୍ତି ସମସ୍ତ ଏନର୍ଜି ସମସ୍ତ ଉର୍ଜା କୁ ଆମେ ଆମ ଲକ୍ଷରେ ଲଗାନ୍ତି ଈଶ୍ୱରଙ୍କ ଉପରେ ଲଗାନ୍ତି ଆମ କର୍ମରେ ଲଗାନ୍ତି ଆମ ଜୀବନରେ ବହୁତ ଶୀଘ୍ର ସଫଳତା ପ୍ରାପ୍ତ କରିବା ଆମେ ଆମ କାର୍ଯ୍ୟରେ ବ୍ୟସ୍ତ ରହିବା ଆମ କର୍ମ ହେଉ ଆମ ଗୁରୁଭକ୍ତି ହେଉ କିମ୍ବା ଈଶ୍ୱରଭକ୍ତି ହେଉ ଲକ୍ଷ ହେଉ ତା ଉପରେ ଆମେ ଲକ୍ଷ କରିବା ଯାହା ଦ୍ୱାରା ଆମେ ସଫଳତା ପାଇବା |