ଜୀବନ ସାଥି ସିରିଏଲର Bhaktiଙ୍କ ଅସଲ ଜୀବନ ଓ ଦୁଃଖ କାହାଣୀ… ଜାଣିଲେ ପରେ ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ ଜେସି ସାମଲ ଯିଏ କି ତୁ ମୋ ଜୀବନ ସାଥୀ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭକ୍ତି ରୂପରେ ଅଭିନୟ କରୁଛନ୍ତି। ଆସନ୍ତୁ ଜେସି ସାମଲଙ୍କ ବିଷୟରେ କିଛି ଅଜଣା କଥା ଜାଣିବା। ଜେସି ସାମଲ ଛୋଟବେଳୁ ହିଁ ଅଭିନୟ କରିବାପାଇଁ ବୋହୁତ ଇଚ୍ଛୁକ ଥିଲେ। ତେଣୁ ଜେସି ସାମଲଙ୍କୁ ବୋହୁତ ଶୀଘ୍ର ଟିଭି ଧାରାବାହିକରେ ଅଭିନୟ କରିବାର ସୁଯୋଗ ମିଳିଯାଇଥିଲା। ଆପଣମାନେ ଜାଣିଥିବେ ତୋ ଅଗଣାର ତୁଳସୀ ଧାରାବାହିକରେ ତୁଳସୀ ରୂପରେ ନଜର ଆସିଥିଲେ।


ଏହି ସମୟରେ ଜେସି ସାମଲଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା କି ତାଙ୍କର ଜୀବନ ପୁରା ବଦଳି ଯାଇଥିଲା। ଘଟଣାଟି ଥିଲା ଯାତ୍ରା ସୋ ରେ ଚନ୍ଦନ ଓ ଜେସିଙ୍କୁ ଗେଷ୍ଟ ଆକାରରେ ଡକା ଯାଇଥିଲା କିନ୍ତୁ କୌଣସି କାରଣ ଯୋଗୁଁ ଚନ୍ଦନ ସେହି ଯାତ୍ରାକୁ ଯାଇପାରି ନଥିଲେ। ଜେସି ସାମଲଙ୍କ ସହ ଯାଇଥିଲେ ତାଙ୍କ ସାଥି ରାଜା କିନ୍ତୁ ସେଠାରେ ଭକ୍ତିଙ୍କୁ ଯାତ୍ରା ମାଲିକ ୩୦ ହଜାର ଟଙ୍କା ଦେଇଥିଲା ବେଳେ ରାଜାଙ୍କୁ ମାତ୍ର ଦୁଇ ହଜାର ଟଙ୍କା ଦେଇଥିଲେ ଯାହାକି ରାଜାଙ୍କୁ ବହୁତ ଖରାପ ଲାଗିଥିଲା।



ସେ ଆସିଲାବେଳେ ବାଟରେ ଜେସିଙ୍କ ସହ ଝଗଡ଼ା କରିଥିଲେ ଆଉ ଏଥିପାଇଁ ସେ ଚନ୍ଦନଙ୍କୁ ଦାୟୀ କରିଥିଲେ ଆଉ ଭକ୍ତିଙ୍କୁ କହିଥିଲେ ତମେ ଆଉ ମତେ ଭଲପାଉ ନାହଁ। ତାପରେ ସେଠାରୁ ରାଜା ରାଗିକି ଗାଡିରୁ ଓହ୍ଲାଇ ଯାଇଥିଲେ ଓ ପୋହ୍ଲ ଡେଇଁ ପଡ଼ିଥିଲେ। ଏହି କଥାକୁ ନେଇ ପୋଲିସ ଜେସି ସାମଲଙ୍କୁ ରାଜାଙ୍କ ଆତ୍ମହତ୍ୟା କେସରେ ଗିରଫ ମଧ୍ୟ କରିଥିଲେ। ହେଲେ ଜେସି ସାମଲଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ପୋଲିସ ପୁଣି ଛାଡି ଦେଇଥିଲେ।



ଏହାପରେ ଜେସି ବୋହୁତ ଡିପ୍ରେଶନକୁ ଚାଲିଯାଇଥିଲେ, ତାଙ୍କୁ ତୁଳସୀ ଧାରାବାହିକରୁ ବାହାର କରିଦିଆ ଯାଇଥିଲା। ଏବଂ ତାଙ୍କ ପାଖରେ ଥିବା ବୋହୁତସାରା ଆଡ ସୁଟିଂ ମଧ୍ୟରୁ ତାଙ୍କୁ ବାହାର କରିଦିଆ ଯାଇଥିଲା। ରାଜାଙ୍କ ମୃତ୍ୟୁର ଘଟଣା ଜେସିଙ୍କ ଜୀବନରେ ଏତେ ପ୍ରଭାବ ପକାଇଥିଲା କି ଜେସି ବାହାରକୁ ବାହାରିବାକୁ ଡରୁଥିଲେ। କିନ୍ତୁ ପୁଣିଥରେ ତାଙ୍କୁ ଜୀବନ ସାଥୀ ଧାରାବାହିକରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। ଯେଉଁଥିରେ କି ସେ ବର୍ତ୍ତମାନ ଭକ୍ତି ରୂପରେ ଅଭିନୟ କରୁଛନ୍ତି। ଏହାପରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସେ ପୁଣିଥରେ ନିଜ ଫ୍ୟାନମାନଙ୍କୁ ନିଜ ଆଡକୁ ଆକୃଷ୍ଠ କରିପାରିଥିଲେ। ଭକ୍ତିଙ୍କ ଜୀବନରେ ବୋହୁତସାରା କଠିନ ପରିସ୍ଥିତି ରହିଛି କିନ୍ତୁ ସେ ସେଗୁଡିକୁ ଖାତିର ନ କରି ନିଜ ଟ୍ୟାଲେଣ୍ଟ୍ ବଳରେ ଆଗକୁ ବଢ଼ିପାରିଛନ୍ତି।