ଜୀବନରେ ଥରେ ନିଶ୍ଚିତ ରୂପେ ଯାନ୍ତୁ ସ୍ଵର୍ଣ ମନ୍ଦିର କୁ, ଜାଣନ୍ତୁ ଏହି ମନ୍ଦିର ସମ୍ପର୍କରେ କିଛି ବିଶେଷ କଥା..

ଯଦି ଆପଣ କେଉଁସ୍ଥାନ କୁ ବୁଲିବାକୁ ଯାଉଛନ୍ତି ତେବେ ସ୍ଵର୍ଣ୍ଣମନ୍ଦିର ନିଶ୍ଚିତ ରୂପେ ବୁଲିବାକୁ ଯାନ୍ତୁ I ଏହି ମନ୍ଦିର ଦେଖିବାକୁ ଖୁବ ସୁନ୍ଦର ଅଟେ I ପ୍ରତୋକ ବ୍ୟକ୍ତି ଜୀବନ ରେ ଥରେ ସ୍ଵର୍ଣ ମନ୍ଦିର ଦର୍ଶନ କରିବା ଉଚିତ I ଏହା ଶିକ୍ଷ ସମ୍ପ୍ରଦାୟ ର ସବୁଠାରୁ ବଡ଼ ଧାର୍ମିକ ସ୍ଥଳ ଅଟେ I ଏହା ପଞ୍ଜାବ ର ଅମୃତସର ରାଜ୍ୟ ରେ ରହିଛି I ଏହି ସ୍ଵର୍ଣ ମନ୍ଦିର କୁ ହରମନ୍ଦିର ସାହିବ ନାମ ରେ ଲୋକେ ଜାଣିଛନ୍ତି I ଏବଂ ଏଠାରେ ପ୍ରତୋକ ବର୍ଷ ଲକ୍ଷ ଲକ୍ଷ ସଂଖ୍ୟା ରେ ଲୋକେ ଆସିଥାନ୍ତି I

ସ୍ଵର୍ଣ ମନ୍ଦିର ର ଇତିହାସ
ଏହି ସ୍ଵର୍ଣ ମନ୍ଦିର ଶିଖ ଙ୍କ ର ପଞ୍ଚମ ଗୁରୁ ଶ୍ରୀ ଅର୍ଜନ ଦେବ ନିର୍ମାଣ କରିଥିଲେ I 1588 ରେ ଲାହୋର ରେ ରହୁଥିବା ସଂଥ ମିୟା ମିତ୍ର ଦ୍ୱାରା ଏହି ମନ୍ଦିର ର ଆରମ୍ଭ ହେଇଥିଲା I 1601 ମସିହା ସମୟ କୁ ଏହି ମନ୍ଦିର ସମ୍ପୂର୍ଣ ପ୍ରସ୍ତୁତ ହେଇଯାଇଥିଲା I ଏବଂ 19 ବିଂଶ ଶତାବ୍ଦୀ ରେ ଏହି ମନ୍ଦିର ରେ ସୁନା ର ପ୍ରଲେପ ଲଗାଯାଇଥିଲା I

ଏହି ସ୍ଵର୍ଣ ମନ୍ଦିର ର ସବୁଠାରୁ ବଡ଼ ବିଶେଷ୍ୟତ୍ୱ ଏହା କି ଏଠା କୁ ପ୍ରତୋକ ଧର୍ମ ର ଲୋକେ ଆସିପାରିବେ I ଏହି ମନ୍ଦିର ର 4 ଗୋଟି ପ୍ରବେଶ ଦ୍ୱାରା କରାଯାଇଛି I ତେଣୁ ଏହା ର ଅର୍ଥ ଏହା କି ସବୁ ଧର୍ମ ର ଲୋକେ ଏଠାକୁ ଆସିପାରିବେ I

ସ୍ଵର୍ଣ ମନ୍ଦିର ଯାଇ କଣ କରିବେ
ସ୍ଵର୍ଣ ମନ୍ଦିର ମଧ୍ୟ ରେ ଏକ ବହୁତ ବଡ଼ ସରୋବର ରହିଛି I ଏପରି ମାନ୍ୟତା ରହିଛି କି ଏହି ସରୋବର ର ପାଣି ରେ ମନୁଷ୍ୟ ସ୍ନାନ କରିବା ଦ୍ୱାରା ମନୁଷ୍ୟ ର ସବୁ ପାପ ଧୋଇ ହେଇ ଯାଇଥାଏ I ତେଣୁ ଏହି ସରୋବର ରେ ନିଶ୍ଚିତ ରୂପେ ସ୍ନାନ କରିବା ଉଚିତ I

ସ୍ଵର୍ଣ ମନ୍ଦିର ରେ ପ୍ରସାଦି ରୂପେ ଅର୍ପଣ ହେଉଥିବା ଲଂଗର ନିଶ୍ଚିତ ରୂପେ ସେବନ କରନ୍ତୁ I ଏହି ମନ୍ଦିର ର ଖାଦ୍ୟ ଖୁବ ସ୍ୱାଦିଷ୍ଟ ମଧ୍ୟ ଅଟେ I ଏପରି ମଧ୍ୟ କୁହାଯାଇଥାଏ କି ଏହି ମନ୍ଦିର ରେ ଲୋକ ଙ୍କ ର ସେବା କରିବା ଦ୍ୱାରା ଲୋକେ ଲାଭବାନ ହେଇଥାନ୍ତି I

ସ୍ଵର୍ଣ ମନ୍ଦିର ଯିବାର ସବୁଠାରୁ ଉତ୍ତମ ସମୟ
ଦୀପାବଳି କିମ୍ବା କୌଣସି ପର୍ବ ପର୍ବାଣି ସମୟ ରେ ଏହି ମନ୍ଦିର କୁ ଖୁବ ସୁନ୍ଦର ଭାବ ରେ ସଜାଯାଇଥାଏ I ଏବଂ ଏହି ସମୟ ରେ ମନ୍ଦିର ର ବାତାବରଣ ଖୁବ ସୁନ୍ଦର ଦେଖିବାକୁ ମିଳିଥାଏ I ଏହି ମନ୍ଦିର ରେ ସେ ସମୟ ରେ ଅନେକ କାର୍ଯ୍ୟକ୍ରମ ର ଆୟୋଜନ ହେଇଥାଏ I

ଗରମ ଦିନ ରେ ଆପଣ ଅମୃତସର ଯିବା ଠିକ ହେବ ନାହିଁ I ସ୍ଵର୍ଣ ମନ୍ଦିର ଯିବାର ସବୁଠାରୁ ଉତ୍ତମ ସମୟ ହେଉଛି ସେପ୍ଟେମ୍ବର ରୁ ନଭେମ୍ବର ମାସ I ଓ ଫ୍ରେବୁଆରି ରୁ ଅପ୍ରେଲ ମାସ I ଡିସେମ୍ବର ଓ ଜାନୁୟାରୀ ମାସ ମଧ୍ୟ ରେ ଅମୃତସର ରେ ଖୁବ ଥଣ୍ଡା ପଡିଥାଏ I

ଦେଖନ୍ତୁ ଏହି ସ୍ଥାନ ଗୁଡିକ
ସ୍ଵର୍ଣ ମନ୍ଦିର ଛଡା ଆପଣ ଅମୃତସର ରେ ଅନ୍ୟ ସ୍ଥାନ ଗୁଡିକ ମଧ୍ୟ ପରିଦର୍ଶନ କରିପାରିବେ I ସ୍ଵର୍ଣ ମନ୍ଦିର ପରେ ଜଳୀୟବାଲା ବାଗ , ବାଘା ବଡ଼ର , ଦୁର୍ଗୀୟାନ ମନ୍ଦିର ଓ ମହାରାଜା ରଂଜିତ ସିଂ ମ୍ୟୁଜିୟମ ଆଦି ପରିଦର୍ଶନ ସ୍ଥାନ ରହଛି I ଏହି ମନ୍ଦିର ରୁ 1 କିମି ଦୂର ରେ ରହିଛି ଜଳୀୟବାଲା ବାଗ I ବାଘା ବଡ଼ର ପ୍ରାୟ 30 କିମି ଦୂର ରେ ରହିଛି I ଦୁର୍ଗୀୟାନ ମନ୍ଦିର 1.5 କିମି ଦୂର ରେ ରହିଛି I

ସ୍ଵର୍ଣ ମନ୍ଦିର କିପରି ଯିବେ
ଆପଣ ଟ୍ରେନ , ଏରୋପ୍ଲେନ ଓ ସଡକ ମାର୍ଗ ଦେଇ ଯାଇପାରିବେ I ଆପଣ ଯଦି ପଞ୍ଜାବ ଅଂଚଳ ପାଖାପାଖି ରହୁଛନ୍ତି ତେବେ ସଡକ ମାର୍ଗ କିମ୍ବା ଟ୍ରେନ ଦ୍ୱାରା ଯିବା ଆସିବା କରିପାରିବେ I ଅମୃତସର କୁ ଅନେକ ବିମାନ ସୁବିଧା ମଧ୍ୟ ରହିଛି I ଅମୃତସର ରେ ଥିବା ଶ୍ରୀ ଗୁରୁ ରାମ ଦାସ ଜି ଅନ୍ତରାଷ୍ଟ୍ରୀୟ ବିମାନ ବାଣ୍ଡର ଯାହା କି ସ୍ଵର୍ଣ ମନ୍ଦିର ଠାରୁ 12 କିମି ଦୂର ରେ ରହିଛି I

କେଉଁଠାରେ ରହିବେ
ଅମୃତସର ରେ ଅନେକ ହୋଟେଲ ରହିଛି I ସେଠାରେ ଅନେକ ଧର୍ମଶାଳା ମଧ୍ୟ ରହିଛି I ତେଣୁ ସେଠାରେ ଖୁବ ସହଜ ରେ ଧର୍ମଶାଳା ଓ ହୋଟେଲ ରେ ଆପଣ ବିଶ୍ରାମ ନେଇପାରିବେ I କିନ୍ତୁ ଅନେକ ସମୟ ରେ ପାର୍ବଣ ସମୟ ରେ ହୋଟେଲ ଓ ଧର୍ମଶାଳା ରେ ରହିବାକୁ ଜାଗା ହିଁ ନ ଥାଏ I