କଳିଯୁଗର ଶେଷରେ କଣ ହବ Malika bachana, ଶୀଘ୍ର ଏବେ ଦେଖନ୍ତୁ

ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା କଳିଯୁଗର ଅନ୍ତ କିପରି ହେବ ଏବଂ କଳିଯୁଗ ଶେଷ ହେବା ସମୟରେ କଣ ସବୁ ଘଟିବ । ବେଦ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛନ୍ତି ସେହି ଯୁଗର ନାମ ହେଉଛି କଳିଯୁଗ। ଆହୁରି ମଧ୍ୟ ସେହି ବେଦ ପୁରାଣରେ କୁହାଯାଇଛି କି ଯେବେ ଅଧର୍ମ ବଢିଯିବ ସେବେ ଏହି ଯୁଗର ଅନ୍ତ ଘଟିବ। ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟପୂର୍ବ ଆଗରୁ ଆରମ୍ଭ ହୋଇସାରିଛି। ଯଦି ଆମେ ବେଦ ଦେଖିବା ଏହା ଅନୁସାରେ କଳିଯୁଗ ସବୁଠାରୁ ଅତ୍ୟାଚାରୀ ବୋଲି କୁହାଯାଏ। ବେଦ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟଯୁଗରୁ ହୋଇଥିଲା ଏବଂ ଏହାର ଅନ୍ତ କଳିଯୁଗରେ ହେବ ବୋଲି କୁହାଯାଏ।

ଏହି ଯୁଗରେ ନାନା କୁକର୍ମ ବଢିବ। ଚୋରି, ଡ଼କାୟତି,ଲୋଭ, ମୋହ, କମାକ୍ରୋଦ୍ଧ ଆଦି ମନୁଷ୍ୟକୁ ଅନ୍ତ କରିଦେବ। ମଣିଷ ବୁଦ୍ଧିଶୁଦ୍ଧି ହରାଇ କୁକର୍ମରେ ବୁଡି ରହିବ।ଯେତେସବୁ ଖରାପ୍ ପ୍ରକୃତି ଅଛି ସେହିସବୁ ଲୋକମାନଙ୍କର ମୁଖ୍ୟ ପ୍ରକୃତି ହୋଇଯିବ। ଏହି ଯୁଗର ଅନ୍ତ ହେବା ସମୟରେ ପରିସ୍ଥିତି ଏଭଳି ହୋଇଯିବ ଯେ ମନୁଷ୍ୟର ଆୟୁ କମିଯିବ।ଏହି କଥା ଭଗଵାନ ବିଷ୍ଣୁ ନରଦଙ୍କୁ କହିଥିଲେ। ସେହି ସମୟ ବେଳକୁ ମନୁଷ୍ୟର ବୟସ ମାତ୍ର ୨୦ ବର୍ଷ ହୋଇଯିବ। ପୁରୁଷ ଓ ମହିଳା କିଛି ନ ମାନି ସବୁବେଳେ ଭୋଗବିଳାସରେ ବୁଡି ରହିବେ।

ଲୋକେ ଶାସ୍ତ୍ରରୁ ଦୂରେଇ ଯିବେ। ପାପ ମନୁଷ୍ୟର ମନରେ ଅଧିକ ବଢିଯିବ। ଏହି ସମୟରେ ଲୋକମାନେ ଭଗଵାନଙ୍କୁ ବିଶ୍ୱାସ କରିବେ ନାହିଁ। ପରମାତ୍ମା ତଥା ମନୁଷ୍ୟଙ୍କ ମନରେ ଏକ ଅବିଶ୍ୱସନୀୟ ଦୂର ହେବ। ବୋହୁତ ଛୋଟ ଛୋଟ କାରଣରୁ ବି ଜଣେ ଆଉ ଜଣଙ୍କୁ ହତ୍ୟା କରିବ। ମା,ବାପା,ଭାଈ,ଭଉଣୀ ସମ୍ପର୍କରେ କିଛି ବି ସ୍ନେହପ୍ରେମ ରହିବ ନାହିଁ। ଶାସ୍ତ୍ର ଅନୁଯାୟୀ ଯେବେ କଳିଯୁଗର ଅନ୍ତ ହେବା ସେହି ସମୟ ବେଳକୁ ଶୋଷଣ,ଜୁଆ, ମଦ, ବ୍ୟବିଚାର ଆଦି ଲୋକମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଯିବ। କଳିଯୁଗର ଅନ୍ତରେ ସବୁଲୋକ ରୋଗଗ୍ରସ୍ତ ଓ ଅଶ୍ବସ୍ଥ ହେବେ। ୧୦୦ ରୁ ୮୦ ପ୍ରତିଶତ ଲୋକ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିବେ। ଭୋଜନ,ପାଣି ତଥା ଅନ୍ୟାନ୍ୟ ପ୍ରାକୃତିକ ସୁବିଧା ପୃଥିବୀ ପୃଷ୍ଠରୁ କମିଯିବ। ନଦୀ ଶୁଖିଯିବ, ଆକାଶ ପ୍ରଦୂଷଣରେ କଳା ଦେଖାଯିବାକୁ ଲାଗିବ।ଦାରିଦ୍ର୍ୟତା ସବୁଆଡେ ଦେଖାଯିବ। ସବୁ ଲୋକ ସବୁବେଳେ ଧନ ପଛରେ ଗୋଡାଇବେ। ସେହି ସମୟରେ ଗୋଟେ ସ୍ତ୍ରୀ ୧୫ ବର୍ଷ ପୂର୍ବରୁ ହିଁ ମା ହୋଇଯିବ। କଳିଯୁଗର ଅନ୍ତରେ ଗଛରେ ଆଉ ଫୁଲଫଳ ଦେଖାଯିବ ନାହିଁ ଏବଂ ଗାଈ ବି କ୍ଷୀର ଦେବ ବନ୍ଧ କରିଦେବ। ନୈତିକତା ଲୋକଙ୍କ ଜୀବନରୁ ନଷ୍ଟ ହୋଇଯିବ। ଗୋଟେ ଭାଈ ନିଜର ଭାଈକୁ ହତ୍ୟା କରିବ। ଅପରାଧୀଙ୍କ ସଂଖ୍ୟା ଏତେ ଅଧିକ ବଢିଯିବ ଯେ କି ଭଲ ଲୋକଙ୍କୁ ସହଜରେ ବଞ୍ଚିବା ପାଇଁ କଷ୍ଟ ହୋଇଯିବ।

ଏହି ସମୟରେ ପଶୁ ଓ ମନୁଷ୍ୟ ଭିତରେ କିଛି ଅନ୍ତର ରହିବ ନାହିଁ। ପୃଥିବୀ ପୃଷ୍ଠ ଉତପ୍ତ ହେବାରେ ଲାଗିବ ଯାହା କାରଣରୁ ଲୋକମାନେ ମୃତ୍ୟୁବରଣ କରିବାରେ ଲଗିବେ। ଯେତେବେଳେ ପାପ ଚରମ ସୀମାରେ ପହଞ୍ଚିବ ଏବଂ ପୃଥିବୀ ପାପରେ ଦବିଯିବ ସେତେବେଳେ ଭଗବାନ ବିଷ୍ଣୁ କଳ୍କୀ ଅବତାର ନେବେ। ଶ୍ରୀମଦ୍ ଭାଗବତ ଅନୁସାରେ ଭଗଵାନ କଳ୍କୀ ସମ୍ଭାଲ ଗାଁର ବିଷ୍ଣୁୟେସ ନାମକ ବ୍ରାହ୍ମଣ ତଥା ତାଙ୍କ ପତ୍ନୀଙ୍କ ପୁତ୍ର ରୂପରେ ଜନ୍ମ ନେବେ।

ଭଗଵାନ କଳ୍କୀ ସେହି ସମୟରେ ସବୁ ଅଧର୍ମୀମାନଙ୍କର ନାଶ କରିବେ। ଭଗଵାନ କଳ୍କୀଅବତାର ନେଇ ମାତ୍ର ତିନି ଦିନରେ ସମଗ୍ର ବିଶ୍ବକୁ ଧ୍ଵଂସ କରିବେ। ଏହି ସମୟରେ ମହା ପ୍ରଳୟ ଆସିବ।ଏହା ପରେ ସତ୍ୟଯୁଗ ଆରମ୍ଭ ହେବ। ମାଳୀକା କଥା ଅନୁସାରେ ଏହି ଭଳି ଭାବରେ କଳିଯୁଗର ଅନ୍ତ ଘଟିବ। କଳିଯୁଗର ଅନ୍ତ ହେବାପରେ କେବଳ କିଛି କମ୍ ଲୋକ ଭଗଵାନଙ୍କ ଭକ୍ତ ରହିବେ।ଏହି ଲୋକମାନେ ସବୁ ପାପରୁ ଦୂରରେ ଥିବେ। ଧର୍ମ ପାଳନ ତଥା ଭଗଵାନଙ୍କ ଭକ୍ତିରେ ଲିପ୍ତ ଥିବେ। କେବଳ ଏହି ପରି ଲୋକମାନେ ପ୍ରଳୟର ପକୋପରୁ ବଞ୍ଚି ରହିବେ ଏବଂ ସତ୍ୟଯୁଗରେ ପ୍ରବେଶ କରିବେ। ସେଥିପାଇଁ ଆପଣମାନେ ଲୋଭାମାୟ, ଟଙ୍କା ଏହି ସବୁକୁ ଦୂରରେ ରଖି ଭଗଵାନଙ୍କ ବ୍ୟକ୍ତି କରନ୍ତୁ ଏବଂ ହରିନାମ ଜପକରନ୍ତୁ। ଜୀବନର କିଛି ଅଂଶ ଭଗଵାନଙ୍କ ଠାରେ ସମର୍ପିତ କରନ୍ତୁ