କଣ୍ଠଶିଳ୍ପୀ Tapu Mishra ଯିବା ପୁର୍ବରୁ ସ୍ବାମୀଙ୍କୁ କଣ କହିଥିଲେ, ଜାଣିଲେ ଆଖିରୁ ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାଁନ୍ତି ସତ କିନ୍ତୁ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟରେ ସେ ଏବେ ମଧ୍ୟ ଘର କରି ରହିଛନ୍ତି। ତପୁ ମିଶ୍ର ଥିଲେ ଓଲିଉଡ଼ ଜଗତର ଜଣେ ପ୍ରସିଦ୍ଧ ଗାୟିକା। ସେ ଅନେକ ସୁପରହିଟ ଫିଲ୍ମ ପାଇଁ ଗୀତ ଗାଇଛନ୍ତି। ଏବଂ ସେ ଅନେକ ସୁନ୍ଦର ସୁନ୍ଦର ଭଜନ ମଧ୍ୟ ଗାଇଛନ୍ତି। ସେ ନିଜ କଣ୍ଠ ଏବଂ ସ୍ୱର ପାଇଁ ଅନେକ ପୁରସ୍କାରରେ ସମ୍ମାନୀତ ମଧ୍ୟ ହୋଇଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରିରେ ତାଙ୍କ ଲୋକପ୍ରିୟତା ବୋହୁତ ଅଧିକ ରହିଛି। କିନ୍ତୁ ସେ ପ୍ରାଣ ହରାଇ ଥିବାରୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା।


ମୃତ୍ୟୁର ୩ ଦିନ ପୂର୍ବରୁ ତପୁ ମିଶ୍ରଙ୍କ ଅବସ୍ଥା ଏତେ ସ୍ଵଚ୍ଚନୀୟ ହୋଇ ଯାଇଥିଲା ଯେ ଡକ୍ଟରମାନେ ମଧ୍ୟ ହାର ମାନି ଯାଇଥିଲେ ହେଲେ ତାଙ୍କ ସ୍ଵାମୀ ହାର ମାନି ନଥିଲେ କିନ୍ତୁ ସେ ସମସ୍ତଙ୍କୁ ପରକରି ଅଲଗା ଦୁନିଆକୁ ଚାଲି ଯାଇଛନ୍ତି। ତପୁ ମିଶ୍ର ଦୁନିଆ ଛାଡି ଚାଲିଯିବା ପରେ ତାଙ୍କ ସ୍ଵାମୀ ଦୁଃଖ ପ୍ରକାଶ କରି କହିଥିଲେ ଯେ ତପୁ ମିଶ୍ର ଚାଲି ଯାଇଛନ୍ତି।


ତାଙ୍କର ଏବେ ଯାଏଁ ମଧ୍ୟ ବିଶ୍ୱାସ ହେଉନାହିଁ, ତପୁ ମିଶ୍ର ସମସ୍ତଙ୍କୁ ବହୁତ କଷ୍ଟ ଦେଇ ଚାଲି ଯାଇଛନ୍ତି। ତାଙ୍କର ଏହି ବୟସଟି ଯିବାର ବୟସ ନଥିଲା। ମେଡ଼ିକାଲରେ ଥିବା ସମୟରେ ସେ କହିଥିଲେ ଘରକୁ ଗଲେ ବୋହୁତ କିଛି କରିବା କିନ୍ତୁ ତାଙ୍କ ଆଶା ଆଶାରେ ରହିଗଲା। ତାଙ୍କ ଜୀବନଟି ଏପରି ଶେଷ ହୋଇଯିବ ବୋଲି ସେ ଜାଣି ନଥିଲେ।


ଯିଏ ଜୀବନର ଗୀତ ଗାଉଥିଲେ, ଯାହାଙ୍କ ଗୀତ ଶୁଣି ଆମେ ଖୁସୀ ହେଉଥିଲେ ସେହି ତପୁ ମିଶ୍ର ହେଉଛନ୍ତି ଓଲିଉଡ ଜଗତ ଓ ଆଲବମ୍ ଜଗତର ଜଣାଶୁଣା ଚେହେରା ଥିଲେ। ଜଣେ ଭଲ କଳାକାର ଓ ହୃଦୟବାନ୍ ମଣିଷ ଥିଲେ। ଦୀର୍ଘ ୨୦ ବର୍ଷ ଧରି ସେ ନିଜ ସୁଲଳିତ କଣ୍ଠରେ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରକ୍ ଯୋଗାଉଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରାୟ ସବୁ କଳାକାର ପାଇଁ ସେ କଣ୍ଠଦାନ କରିଛନ୍ତି। ପ୍ରତ୍ୟେକଙ୍କ ସହ ତାଙ୍କ ସମ୍ପର୍କ ବି ବୋହୁତ ନିବିଡ଼ ଥିଲା। ସେ ସଙ୍ଗୀତ ଦୁନିଆକୁ ଛାଡି ଏକ ଅଲଗା ଦୁନିଆକୁ ଚାଲି ଯାଇଛନ୍ତି କିନ୍ତୁ ସେ ସମସ୍ତଙ୍କ ହୃଦୟରେ ଏବେ ମଧ୍ୟ ରହିଛନ୍ତି।