କଲିକତାରେ ଅନୁଭବ ବର୍ଷା Story, ସବୁଠୁ ସୁନ୍ଦର ମହିଳା ସାଂସଦ ଙ୍କର ଏମିତି କାହାଣୀ ପଡିଲା ପାଦରେ

ଷ୍ଟାର ଯୋଡ଼ିଙ୍କ ଭଙ୍ଗା ସମ୍ପର୍କ ଚାଲି ପାରିଲାନି ଦୁଇ ସାଂସଦ ଙ୍କ ଦାମ୍ପତ୍ୟ ଜୀବନ ଘର କଳି ଯେତେବେଳେ ପଦାରେ ପଡି ମତାନ୍ତର ଯେବେ ଲୋକଙ୍କ ଆଗକୁ ବାହାରି ଆସେ ତବେ ସମ୍ପର୍କ ଭି ଫିକା ପଡ଼ିଯାଏ | ଓଲିଉଡ଼ ର ସୁପରହିଟ ଯୋଡି ଅନୁଭବ ବର୍ଷା ଙ୍କ ଘର କଳି ସହ ଅଦାଲତରେ ମାମଲା ବାବଦରେ ତ ଆପଣ ଜାଣିଥିବେ କିପରି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜ ପତ୍ନୀ ବର୍ଷା ଙ୍କ ବିରୁଧରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ବର୍ଷା ଭି ଅନୁଭବ ଙ୍କୁ ନେଇ ପାଲଟା ଅଭିଯୋଗ କରିଥିଲେ |


ଏବେ ପଶ୍ଚିମବଙ୍ଗରେ ଭି ଏମିତି ଜଣେ ଅଭିନେତ୍ରୀ ରୁ ସାଂସଦ ପାଲଟିଥିବା ଯୋଡ଼ିଙ୍କର ଖବର ଆସିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏ ଯୋଡି ହେଉଛନ୍ତି ନୁସରତ ଜହଁ ଏବଂ ତାଙ୍କ ସ୍ୱାମୀ ନିକିଲ ଜୈନ | ଲୋକସଭା ନିର୍ବାଚନରେ ଏ ଦୁହେଁ ପ୍ରଥମ ଥର ସାଂସଦ ଭାବେ ଲୋକ ସଭାରେ ପାଦ ଥାପିଥିଲେ | ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ନୁସରତ ଜହାଁ 6 ମାସର ଗର୍ଭବତୀ ଥିବାର କୁହ ଯାଉଛି |


ଏଣିକି ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହବାରେ ଲାଗିଛି | କିନ୍ତୁ ଆଶ୍ଚର୍ଯ୍ୟ ର କଥା ତାଙ୍କ ସ୍ୱାମୀ ନିକିଲ ଙ୍କର କହିବା କଥା ଗତ ବର୍ଷ ଡିସେମ୍ବର 2020 ଠାରୁ ନୁସରତ ତାଙ୍କ ଘରୁ ବାହାରି ଯାଇ ତାଙ୍କ ବାପା ମା ଙ୍କ ସହ ରହୁଛନ୍ତି | ସେବେଠାରୁ ସେ ଥରେ ଭି ସାକ୍ଷାତ କରି ନାହାନ୍ତି ତେବେ ଏ ଶିଶୁ ସେମାନଙ୍କର କିପରି ହେଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି |


ତେବେ ଘଟଣା ସାମ୍ନା କୁ ଆସିବାପରେ ନୁସରତ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ ଅଟେ | ତୁର୍କୀ ର ବିବାହ ପଞ୍ଜୀକରଣ ଆଇନ ଅନୁଯାୟୀ ଏ ବିବାହ ସମ୍ପୂର୍ଣ ଅବୈଧ ବୋଲି ନୁସରତ କହିଛନ୍ତି | ନୁସରତ କହିଛନ୍ତି କି ଏହା ବିବାହ ନଥିଲା ବରଂ ଇଏ ଭି ରିଲେସନ ସିପ ଭଳି ଥିଲା | ଅନ୍ୟପଟେ ନୁସରତ ଙ୍କ ସ୍ୱାମୀ ନିକିଲ କହିଛନ୍ତି ଆମେ ଦୁହେଁ ତୁର୍କୀ ଯାଇ ଜୁନ 2019 ମସିହାରେ ବିବାହ କରିଥିଲୁ |ଏହାପରେ କୋଲକାତା ଫେରିବାପରେ ରିସେପ୍ସନ ଦିଆଯାଇଥିଲା ଆମେ ସ୍ୱାମୀ ସ୍ତ୍ରୀ ପରି ଏକାଠି ରହୁଥିଲୁ |


ସମାଜର ଲୋକମାନେ ଆମକୁ କେବଳ ବିବାହିତ ଦମ୍ପତି ଭାବରେ ଜାଣିଥିଲେ ମୁ ତାଙ୍କୁ ସବୁବେଳେ ବିନା ସର୍ତ୍ତରେ ସମର୍ଥନ କରୁଥିଲି କିନ୍ତୁ ଅଗଷ୍ଟ 2020 ରେ ଏକ ଚଳଚିତ୍ର ସୁଟିଂ ପରେ ତାଙ୍କ ମନଭାବ ବଦଳିଥିଲା ସେ ଅନ୍ୟ ଏକ ଫ୍ଲାଟ ରେ ରହିବାକୁ ଲାଗିଲେ ସେବେଠାରୁ ଆମେ କେବେ ସ୍ୱାମୀ ସ୍ତ୍ରୀ ଭାବରେ ବାସ କରୁନାହୁଁ ବୋଲି ସେ କହିଛନ୍ତି |