ନମସ୍କାର ବନ୍ଧୁଗଣ ATM କାର୍ଡରେ ମିଳେ ଫ୍ରି ଇନ୍ସୁରାନ୍ସ ଦୁର୍ଘଟଣାରେ ମୃତ୍ୟୁ ହେଲେ ପାଇ ପାରିବେ ୫ ଲକ୍ଷ ଟଙ୍କା ଆଜିର ଦିନରେ ସମସ୍ତଙ୍କ ହାତରେ ରହିଛି ATM କାର୍ଡ ଟଙ୍କା ଉଠାଇବା ଠାରୁ ଆରମ୍ଭ ଟଙ୍କା ଡିପୋଜିଟ୍ ଟଙ୍କା ଟ୍ରାନ୍ସଫର୍ ସବୁ କ୍ଷେତ୍ରରେ ଏବେ ATM ବ୍ୟବହର କରୁଛନ୍ତି ପ୍ରତିଟି ଜଣସାଧାରଣ ଆପଣ କଣ ଜାଣିଛନ୍ତି କି ଆପଣଙ୍କ ପାଇଁ ରହିଛି ବିମା ସୁରକ୍ଷା ଦୁର୍ଘଟନା ଜନିତ ମୃତ୍ୟୁରେ ଜଣେ ହିତାଧିକାରୀଙ୍କ ପରିବାରରୁ ମିଳିବ ଅନେକ ସୁବିଧା ଆଉ ଅନେକ ଲାଭ।
ATM କାର୍ଡକୁ କେବଳ ଟଙ୍କା ଉଠାଇବାରେ ବ୍ୟବହାର କରନ୍ତି ହେଲେ ଏହି ATM କାର୍ଡରେ ସେମାନଙ୍କୁ ଦୁର୍ଘଟଣା ଜନିତ ସୁରକ୍ଷା ମଧ୍ୟ ମିଳିଥାଏ ବୋଲି ଆଜିବି ଅନେକ ଲୋକଙ୍କୁ ଅଜଣା ରହିଛି ଖାଲି ଏତିକି ନୁହେଁ ATM କାର୍ଡ ସମୟରେ ବ୍ୟାଙ୍କ୍ ମଧ୍ୟ ଏହି ବିଷୟରେ କୌଣସି ସୂଚନା ଦେଉନଥିବାରୁ ଅନେକ ଲୋକ ଆଜିବି ଅନେକ କିଛି ନିୟମ ଅଛି ବୋଲି ବିଲୁକୁଲ ଜାଣି ନାହାଁନ୍ତି ତେଣୁ ଦୁର୍ଘଟଣା କିମ୍ବା ଅସ୍ବାଭାବିକ ମୃତ୍ୟୁ ହେଲେ ଲୋକମାନେ ATM କାର୍ଡ ଇନ୍ସୁରାନ୍ସ ଉପରେ କୌଣସି କ୍ଲେମ୍ କରନ୍ତି ନାହିଁ ଓ ଏହାର ଲାଭ ଉଠାଇ ପାରନ୍ତି ନାହିଁ |
ଯଦି ଆପଣ କୌଣସି ଜାତୀୟ ସ୍ତରର ATM ୪୫ ଦିନ ପର୍ଯ୍ୟନ୍ତ ବ୍ୟବହାର କରିଛନ୍ତି ତେବେ ଆପଣଙ୍କୁ ଏହି ଇନ୍ସୁରାନ୍ସର ସୁବିଧା ସୁଯୋଗ ମିଳି ପାରିବ କୌଣସି ପ୍ରକାର ଅସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ଆପଣଙ୍କ ପରିବାର ଲୋକ କ୍ଲେମ କଲେ ଆପଣଙ୍କୁ ଏହି ATM କାର୍ଡ ଉପରେ ଥିବା ବୀମା ରାଶି ଅତି ସହଜରେ ମିଳି ପାରିବ ବୋଲି ନିୟମ ରହିଛି।
ATM କାର୍ଡର କାଟାଗରି ହିସାବରେ ଜଣେ ବ୍ୟକ୍ତିକୁ ଇନ୍ସୁରାନ୍ସ ମିଳିଥାଏ ଯଦି ଜଣେ ୟୁଜର କ୍ଲାସିଲ କାର୍ଡ ବ୍ୟବହାର କରିଥାଏ ତାଙ୍କୁ ୧ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ ସେହିଭଳି ପ୍ଲାଣ୍ଟିନମ କାର୍ଡ ବ୍ୟବହାର କରୁଥିଲେ ୨ ଲକ୍ଷ ଟଙ୍କା ବୀମା ରାଶି ମିଳିଥାଏ ସେହିପରି ଭିଜା କାର୍ଡ ଦେଢ଼ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଇନ୍ସୁରାନ୍ସ କଭରେଜ ମିଳିଥାଏ |
ଯଦି କୌଣସି ATM କାର୍ଡ ଧାରୀଙ୍କ ଦୁର୍ଘଟଣା ଘଟୁଛି ଏବଂ ସେହି ଦୁର୍ଘଟଣାରେ ସେ ଦିବ୍ୟାଙ୍ଗ ହୋଇ ଯାଉଛନ୍ତି ତେବେ ମଧ୍ୟ ଏଥିରେ ଇନ୍ସୁରାନ୍ସ କଭରେଜ୍ ମିଳି ପାରିବ ଜଣେ କାର୍ଡଧାରୀଙ୍କୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ ମିଳିବାର ନିୟମ ରହିଛି ଆବେଦନ କରିବା ବେଳେ କୌଣସି ଜରୁରୀ କାଗଜ ପତ୍ରର ଆବଶ୍ୟକ ପଡିଥାଏ ସେହିସବୁ କାଗଜ ପତ୍ର ଆପଣ ବ୍ୟାଙ୍କରେ ଦାଖଲ କରିବା ପରେ ଆପଣ ATM କର୍ଡାରେ ଥିବା ବୀମା ରାଶିର ଲାଭ ଉଠାଇ ପାରିବେ।