କେବେ ଓ କେମିତି କଳିଯୁଗର ଅନ୍ତ ଘଟିବ, Malika Bachana… ସବୁ ହେଉଛି ସତ

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା କି କଳିଯୁଗ ଶେଷ ହେବା ସମୟରେ କଣ କଣ ସବୁ ଘଟିବ ଓ ଏହା କିପରି ଭାବେ ଶେଷ ହେବ। ମାଳିକାରେ ଲେଖା ଅଛି ଆମେ ସବୁ ଯେଉଁ ଯୁଗରେ ବଞ୍ଚିଛନ୍ତୁ ସେହି ଯୁଗର ନାମ ହେଉଛି କଳିଯୁଗ। ଯେବେବି ଅଧର୍ମ ତାର ସୀମା ଟପିଯିବ ସେବେ ଏହି କଳିଯୁଗର ଅନ୍ତ ଘଟିବ। ମାଳିକା ବଚନ ଅନୁସାରେ ଏହି ଯୁଗ ଖ୍ରୀଷ୍ଟପର୍ବ ଆରମ୍ଭରୁ ଆରମ୍ଭ ହୋଇସାରିଛି। ଯଦି ଆମେ ମାଳିକା ଦେଖିବା ଏହା ଅନୁସାରେ କଳିଯୁଗର ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି କୁହାଯାଇଥାଏ। ଏହି ଯୁଗରେ ଅନ୍ୟାୟର ଜିତ୍ ହୁଏ ବୋଲି କୁହାଯାଇଛି।

ମାଳିକା ବଚନ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରୁ ହୋଇଥିଲା ଏବଂ ଏହାର ଅନ୍ତ କଳି ଯୁଗରେ ହେବ ବୋଲି ଲେଖା ଅଛି। ଏହି ଯୁଗରେ ନାନା ପ୍ରକାରର କୁକର୍ମ, ପାପ ବଢିବ। ଚୋରି, ଲୋଭ, କାମ, କ୍ରୋଧ ଆଦି ମନୁଷ୍ୟକୁ ଅନ୍ଧ କରିଦେବ। ମନୁଷ୍ୟ ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ। ଯେତେ ସବୁ ଖରାପ ପ୍ରକୃତି କାମ ଅଛି ସେହି ସବୁ ଲୋକ ମାନଙ୍କର ମୁଖ୍ୟ ପ୍ରକୃତି ହୋଇଯିବ। ତେବେ ଆଜି ଆମେ କଳିଯୁଗର ଅନ୍ତ ହେବ କେମିତି ବା ଏହି କଳିଯୁଗ ଅନ୍ତ ହେବା ସମୟରେ କଣ କଣ ସବୁ ଘଟିବ ସେହି ସବୁ ବିଷୟରେ ଜାଣିବା।

ବର୍ତ୍ତମାନ କଳିଯୁଗ ସମୟ ଯେତିକି ଖରାପ ତାଠାରୁ ଅଧିକ ଭୟଙ୍କର ରୂପ ହେବ ଏହାର ଅନ୍ତ। ଯାହାକୁ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି କଳିଯୁଗର ଅନ୍ତ ହେବା ସମୟରେ ପରିସ୍ଥିତି ଏଭଳି ହୋଇଯିବ ଯେ ମନୁଷ୍ୟର ଆୟୁ କମିଯିବ। ଏହିକଥା ଭଗଵାନ ବିଷ୍ଣୁ ନାରଦଙ୍କୁ କହିଥିଲେ ଏବଂ ପଶୁପକ୍ଷୀ ଜୀବଜନ୍ତୁ କେହିବି ଜୀବିତ ରହିବେ ନାହିଁ। ସାରା ବ୍ରହ୍ମାଣ୍ଡ ନଷ୍ଟ ହୋଇଯିବ। କଳିଯୁଗର ଅନ୍ତ ସମୟରେ ନାନା ପ୍ରକାରର ରୋଗ ମାଡ଼ି ଆସିବ। ୧୦୦ ରୁ ୮୦ ପ୍ରତିଶତ ଲୋକେ ରୋଗଗ୍ରସ୍ତ ହୋଇ ମରିବେ। ମାଳିକା ବଚନ ଅନୁସାରେ କଳିଯୁଗର ଅନ୍ତ ସମୟରେ ଜୁଆ, ମଦ ଲୋକମାନଙ୍କ ପାଇଁ ସାଧାରଣ କଥା ହୋଇଯିବ। ମଣିଷ ବୋହୁତ ଛୋଟ ଛୋଟ କାରଣରୁ ବି ହତ୍ୟା କରିବେ।

ପରିବାରର ସ୍ନେହ ମମତା, ସମ୍ପର୍କ କିଛି ବି ରହିବ ନାହିଁ। ପୁରୁଷ ମହିଳା ସେତେବେଳେ କିଛି ନ ମାନି ସବୁବେଳେ ଭୋଗ ବିଳାସରେ ଲିପ୍ତ ରହିବେ। ପାପ ମନୁଷ୍ୟର ମନରେ ଅଧିକ ବଢିଯିବ। ଏହି ସମୟରେ ଲୋକମାନେ ଭଗଵାନଙ୍କ ଉପରୁ ବିଶ୍ବାସ ଉଠେଇ ଦେବେ। ଭୋଜନ, ପାଣି ତଥା ଅନ୍ୟାନ୍ୟ ପ୍ରାକୃତିକ ସୁବିଧା ପୃଥିବୀ ପୃଷ୍ଠରେ କମିଯିବ। ନଦୀ ଶୁଖିଯିବ, ଆକାଶ ପ୍ରଦୂଷଣରେ କଳା ଦେଖା ଯିବାକୁ ଲାଗିବ। ଦାରିଦ୍ର୍ୟତା ସବୁଆଡେ ଦେଖାଯିବ, ସବୁଲୋକ ସବୁ ସମୟରେ ଧନ ପଛରେ ଗୋଡାଇବେ। ସେହି ସମୟରେ ମହିଳାମାନେ ୧୫ ବର୍ଷ ପୂର୍ବରୁ ମା ବନିଯିବେ।

କଳିଯୁଗର ଅନ୍ତରେ ଗଛରେ ଆଉ ଫୁଲ, ଫଳ ଦେଖାଯିବ ନାହିଁ ଏବଂ ଗାଈ ବି ମଧ୍ୟ କ୍ଷୀର ଦେବା ବନ୍ଦ୍ କରିଦେବ। ନୈତିକତା ଲୋକମାନଙ୍କ ଜୀବନରୁ ନଷ୍ଟ ହୋଇଯିବ। ଗୋଟେ ଭାଈ ଅନ୍ୟ ଭାଈକୁ ହତ୍ୟା କରିବ। ଅପରାଧ ଏତେ ବଢିଯିବ ଯେ ଜଣେ ଭଲ ଲୋକକୁ ବଞ୍ଚିବା ପାଇଁ ବୋହୁତ କଷ୍ଟ କରିବା ପାଇଁ ପଡିବ। ଏହି ସମୟରେ ଗୋଟେ ପଶୁ ଓ ମଣିଷ ଭିତରେ କିଛି ବି ପାର୍ଥକ୍ୟ ରହିବ ନାହିଁ। ପୃଥିବୀ ପୃଷ୍ଠ ଉତ୍ତପ୍ତ ହେବାକୁ ଲାଗିବ ଯାହା କାରଣରୁ ଅଧିକରୁ ଅଧିକ ଲୋକ ମୃତ୍ୟୁବରଣ କରିବେ।

ଯେତେବେଳେ ପାପ ଚରମ ସୀମାରେ ପହଞ୍ଚିବ ଏବଂ ପୃଥିବୀ ପାପର ବୋଝରେ ଦବିଯିବ ସେତେବେଳେ ଭଗଵାନ ବିଷ୍ଣୁ କଳ୍କୀ ଅବତାର ନେବେ। ଭଗଵାନ କଳ୍କୀ ମାତ୍ର ୩ ଦିନରେ ସମଗ୍ର ବିଶ୍ବକୁ ଧ୍ଵଂସ କରିବେ। ଏହି ସମୟରେ ମହା ପ୍ରଳୟ ବା ସୁନାମି ଆସିବ। ବୁଡ଼ିଯିବ ସବୁ ଦେବା ଦେବୀଙ୍କ ମନ୍ଦିର। ଏହାପରେ ପୁଣି ସତ୍ୟଯୁଗର ଆରମ୍ଭ ହେବ। କେବଳ ସେହିମାନେ ବଞ୍ଚିବେ ଯେଉଁମାନେ ସବୁବେଳେ ଧର୍ମ ଓ ନ୍ୟାୟ ପଥରେ ଥିବେ। ସେହିସବୁ ଲୋକମାନେ ସତ୍ୟଯୁଗରେ ପ୍ରବେଶ କରିବେ। ବନ୍ଧୁଗଣ ମାଳିକା ବଚନ ଅନୁସାରେ ଏହି ଭଳି ଭାବରେ କଳିଯୁଗର ଅନ୍ତ ଘଟିବ।