ଖୋଲିଲାନି ସିଟ୍ ବେଲ୍ଟ ଜଳିଗଲେ ଦମ୍ପତି । କାର୍ ଭିତରେ ଜିଅନ୍ତା ଜଳି ଯାଇଛନ୍ତି ଗର୍ଭବତୀ ସ୍ତ୍ରୀ ସହିତ ସ୍ୱାମୀ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେରଳ କନନୁ ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ପରିବାରର ପ୍ରାୟ ସମସ୍ତ ସଦସ୍ୟ କାରରେ ମେଡିକାଲ ଯାଉଥିଲେ । ଆଗରେ ଦମ୍ପତି ବସିଥିବା ବେଳେ ପଛରେ ପକିବାରର ଅନ୍ୟ ସଦସ୍ୟମାନେ ବସିଥିଲେ ।
ଆଗରେ ବସିଥିବା ମହିଳା ଗର୍ଭବତୀ ଥିଲେ । ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଉଥିଲା ବୋଲି ଜଣା ପଡିଛି । ରାସ୍ତାରେ ଯାଉଥିବା ବେଳେ ରାସ୍ତାରେ ଅଚାନକ କାର୍ ରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା । ଡ୍ରାଇଭର ସିଟରେ ବସିଥିବା ବ୍ୟକ୍ତି ସମସ୍ତଙ୍କୁ କାର୍ ରୁ ବାହାରିଯିବାକୁ ପରାମର୍ଶ ଦେଇଥିଲେ । ପଛରେ ବସିଥିବା ସମସ୍ତ ସଦସ୍ୟ କାର୍ ବାହାରକୁ ଚାଲି ଆସିଥିଲେ । କିନ୍ତୁ ଆଗରେ ବସିଥିବା ତାଙ୍କର ପତ୍ନୀ ଓ ସେ ନିଜେ ବାହାରି ପାରିନଥିଲେ ।
କାରଣ କୌଣସି କାରଣ ବସତ ତାଙ୍କ ସିଟ୍ ବେଲ୍ଟ ଖୋଲିନଥିଲା । ଆଉ କାରରେ ନିଆଁର ମାତ୍ରା ବେଳକୁ ବେଳକୁ ବୃଦ୍ଧି ପାଇଁବାରେ ଲାଗିଥିଲା । ସ୍ଥାନୀୟ ଲୋକମାନେ ବି କାର୍ ଆଗରେ ବସିଥିବା ଦମ୍ପତିଙ୍କୁ ଉନ୍ଧାର ପାଇଁ ଅନେକ ଚେ଼ଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ କାରଣ କାର୍ ତେଲ ଟାଙ୍କିରେ ନିଆଁ ଲାଗି ବିସ୍ପୋରଣ ହେବା ଭୟ ମଧ୍ୟ ଲୋକଙ୍କୁ ଘାରିଥିଲା |
ପୋଲିସର କହିବା ଅନୁସାରେ କାରରେ ମୋଟ ପାଞ୍ଚଜଣ ଯାତ୍ରୀ ଥିଲେ ମୃ-ତ ଦମ୍ପତିଙ୍କ ପରିଚୟ ଏବେ ମିଳି ସାରିଛି ସେମାନେ ହେଲେ ରିସା ଯାହାଙ୍କ ବୟସ ୨୬ ବର୍ଷ ଓ ତାଙ୍କ ସ୍ୱାମୀ ପ୍ରଜିତ ଯାହାଙ୍କ ବୟସ ୩୨ ବର୍ଷ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ରିସା ଗର୍ଭା ଅବସ୍ଥାରେ ଶେଷ ସୋପାନରେ ଥିଲେ ତାଙ୍କୁ ଯନ୍ତ୍ରଣା ହେବାରୁ କୋନର ସ୍ଥିତ ମେଡିକାଲ ଯାଇଥିଲେ | ତେବେ ପ୍ରାଥମିକ ତଦନ୍ତରୁ ଜଣା ପଡୁଛି ଯେ ସର ସର୍କେଟ କାରଣରୁ କାରରେ ଏଭଳି ଅଗ୍ନି କାଣ୍ଡ ହୋଇଛି |