କିଛି ରୋଚକ ତତ୍ତ୍ୱ ଯାହା ଜଗନ୍ନାଥ ଧାମକୁ କରେ ଆହୁରି ଅଧିକ ରହସ୍ୟମୟ, ଜାଣିଲେ କହିବେ ସବୁ Prabhu ଙ୍କର ମାୟା

ନମସ୍କାର ଦର୍ଶକବନ୍ଧୁ ଏମିତି ଏକ ମନ୍ଦିର ଅଛି ଯାହା ଦୁନିଆର ନିୟମକୁ ମାନି ନଥାଏ। ଏହି ମନ୍ଦିରର ଭଗଵାନ ନିଜ ଭିତରେ ହିଁ ଏକ ରହସ୍ୟ। ପବନ ଯଦି ପୂର୍ବଦିଗରୁ ହୋଇଥାଏ ତେବେ ତାହାର ପତାକା ପଶ୍ଚିମ ଦିଗରେ ଉଡ଼ିଥାଏ। ଏବଂ ସେହି ମନ୍ଦିର ଭିତରକୁ ପଶିବା ମାତ୍ରେ ହିଁ ବାହାରର ଶବ୍ଦ ଆସିବା ବନ୍ଦ୍ ହୋଇଯାଇଥାଏ ତେବେ ଆପଣମାନେ ବୁଝିସରିଥିବେ କି ଏହା କେଉଁ ମନ୍ଦିର ଅଟେ। ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଗୋଟିଏ ଧାମ ତଥା ଆମ ସମସ୍ତଙ୍କର ସ୍ଵାମୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏବଂ ତାଙ୍କ ଧାମ ବିଷୟରେ ଯାହାକୁ ବୁଝିବା ଆମ ମନୁଷ୍ୟମାନଙ୍କ ପାଇଁ କେବଳ କଷ୍ଟକର ନୁହେଁ ବରଂ ଅସମ୍ଭବ ମଧ୍ୟ। ଏବଂ ଏହା ହିଁ କାରଣ ପୁରୀର ଜଗନ୍ନାଥ ଧାମକୁ ରହସ୍ୟମୟ ମନ୍ଦିର ମଧ୍ୟ କୁହାଯାଏ। ଏହି ମନ୍ଦିରରେ ଲାଗିଥିବା ପତାକା ବା ବାନାର କାହାଣୀ ତ ଆପଣମାନଙ୍କୁ ଜଣାଥିବ ଯାହାକି ସବୁବେଳେ ପବନର ବିପରୀତ ଦିଗରେ ଉଡ଼େ। କିନ୍ତୁ ଏଠି ଆହୁରି ଅନେକ କିଛି ଅଛି ଯାହାକୁ ଆପଣମାନେ ଜାଣିନାହାନ୍ତି। ତେବେ ଆସନ୍ତୁ ଜାଣିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କ ରହସ୍ୟମୟ ମନ୍ଦିର ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା।

ପୁରୀ ଜଗନ୍ନାଥ ଦୁନିଆରେ ଥିବା ବିରଳ ଧାମମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ଭାରତର ଚାରି ଧାମ ମଧ୍ୟରୁ ଏକ ଧାମ। ଏହି ମନ୍ଦିରକୁ ନେଇ ଆଗରୁ ବୋହୁତ ମାନ୍ୟତା ରହିଛି। କୁହାଯାଏ ଭଗଵାନ ବିଷ୍ଣୁ ଏହି ଚାରିଧାମରେ ବିରାଜମାନ ଅଛନ୍ତି। ଚାରିଧାମ ମଧ୍ୟରୁ ସେ ପ୍ରଥମେ ହିମାଳୟର ଶୀର୍ଷରେ ବଦ୍ରିନାଥ ମନ୍ଦିରକୁ ଯାଇଥାନ୍ତି ଓ ସେହି ବଦ୍ରିନାଥରେ ସ୍ନାନ କରିଥାନ୍ତି। ଏହାପରେ ପଶ୍ଚିମରେ ଥିବା ଗୁଜୁରାଟ ଦ୍ବାରିକାକୁ ଯାଇ ନିଜର ବସ୍ତ୍ର ମଧ୍ୟ ବଦଳାଇ ଥାଆନ୍ତି। ବସ୍ତ୍ର ବଦଳାଇବା ପରେ ପୁରୀ ଶ୍ରୀମନ୍ଦିରରେ ଆସି ଭୋଜନ ମଧ୍ୟ ଗ୍ରହଣ କରନ୍ତି ଏବଂ ସର୍ବ ଶେଷରେ ଦକ୍ଷିଣରେ ଥିବା ରାମେଶ୍ବରକୁ ଯାଇ ବିଶ୍ରାମ କରିଥାନ୍ତି ବୋଲି ମାନ୍ୟତା ରହିଆସିଛି। ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଭକ୍ତମାନଙ୍କ ପାଇଁ ଏକ ଅପୂର୍ବ ସ୍ଥାନ। ପୁରୀ ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରା ବାର୍ଷିୋତ୍ସବ ଭାବେ ମଧ୍ୟ ଜଣା। ପୂଜାପାଠ ଧାର୍ମିକ କଥା ବ୍ୟତୀତ ପୁରୀର ଜଗନ୍ନାଥ ମନ୍ଦିର କିଛି ରହସ୍ୟ ପାଇଁ ମଧ୍ୟ ଜଣାଶୁଣା। ଯାହାକୁ କୌଣସି ବୈଜ୍ଞାନିକମାନେ ବି ଆଜି ପର୍ଯ୍ୟନ୍ତ ପ୍ରମାଣ କରିପାରିନାହାନ୍ତି। ଏହା ସହ ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ରହସ୍ୟଗୁଡ଼ିକ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶ୍ରିବାଦ ହୋଇପାରେ ନହେଲେ ଏହିଭଳି ଆଶ୍ଚର୍ୟ୍ଯର ଜିନିଷ ଏବେବି ଅନୁଭବ ହୁଏନି। ଏହିସବୁ ଆଶ୍ଚର୍ୟ୍ଯଜଣକ ଘଟଣାକୁ ଦେଖିବା ଓ ଶୁଣିବା ତାହା ସହ ନିଜକୁ ବିଶ୍ଵାସ ଦେବାପାଇଁ ଏହି ଜଗନ୍ନାଥ ଧମକୁ ପ୍ରତ୍ୟେକ ସମୟରେ ଲୋକମାନଙ୍କର ସୁଅ ଛୁଟେ।

୧. ପୁରୀ ମନ୍ଦିର ଉପରେ ଉଡୁଥିବା ପତାକାଟି ସବୁବେଳେ ପବନର ବିପରୀତ ଦିଗରେ ଉଡିଥାଏ। ଏହାକୁ ନେଇ ଅନେକ ଲୋକଙ୍କର ଅନେକ ମତ ଆପଣ ଶୁଣିଥିବେ। କିନ୍ତୁ ଏହା ସତ୍ୟ କି ପବନର ବିପରୀତ ଦିଗରେ ସବୁବେଳେ ଏହି ପତାକାଟି ଉଡିଥାଏ। ଅନେକ ବୈଜ୍ଞାନିକ ମଧ୍ୟ ଏହି ରହସ୍ୟକୁ ନେଇ କୌଣସି ତଥ୍ୟ ଦେଇପରିନାହାଁନ୍ତି।

୨. ପୁରୀ ମନ୍ଦିର ଉପରେ ଥିବା ସୁଦର୍ଶନ ଚକ୍ର। ଏହି ସୁଦର୍ଶନ ଚକ୍ର ପ୍ରକୃତରେ ୨୦ ଫୁଟ ଉଚ୍ଚ ଏବଂ ଏକ ଟନ ଓଜନର। ଏହା ମନ୍ଦିରର ଉପରି ଭାଗରେ ରହିଥାଏ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟମୟର କଥା କି ଏହାକୁ ଆପଣ ସହରର ଯେ କୌଣସି କୋଣରୁ ଦେଖିବେ ଏହା ଆପଣଙ୍କ ଆଡ଼କୁ ମୁହଁ କରିଥିବାର ଅନୁଭୂତ ହେବ।

୩. ଏହି ମନ୍ଦିର ଉପରେ ଆଜିଯାଏ ମଧ୍ୟ କୌଣସି ବି ବିମାନ ବା ପକ୍ଷୀ ଉଡ଼ନ୍ତିନାହିଁ। କିନ୍ତୁ ଆପଣମାନେ ତ ନିଶ୍ଚିତ ଭାବରେ ଦେଖିଥିବେ କି ଭାରତରେ ଏମିତି ଅନେକ ମନ୍ଦିର ରହିଅଛି ଯାହା ଉପରେ ପକ୍ଷୀମାନେ ବସିଥାନ୍ତି। ତାହା ସହିତ ବିମାନ ମଧ୍ୟ ଉଡିଥାଏ। ଏହି ରହସ୍ୟ ପଛର କାହାଣୀ ମଧ୍ୟ ଆଜିଯାଏଁ ଜଣାପଡି ନାହିଁ।

୪. ମନ୍ଦିରର ଗଠନକୁ ନେଇ ଯେମିତି ଦିନରେ ସୂର୍ଯ୍ୟକିରଣ ପଡ଼ିଲେ ମଧ୍ୟ ମନ୍ଦିରର ଛାଇ କେଉଁଠି ବି ପଡେନି। ଏହା ଇଞ୍ଜିନିୟରଙ୍କର ଚମତ୍କାର ନା ଏହା ଭିତରେ କିଛି କାହାଣୀ ଲୁଚି ରହିଛି ତାହା ବର୍ତ୍ତମାନ୍ ପର୍ୟ୍ୟନ୍ତ ମଧ୍ୟ ଜଣାପଡିନାହିଁ।

୫. ଜଗନ୍ନାଥ ମନ୍ଦିରର ସିଂହଦ୍ଵାରକୁ ନେଇ ରହିଛି। ଜଗନ୍ନାଥ ମନ୍ଦିରକୁ ଯିବାପାଇଁ ଚାରିଟି ଦ୍ଵାର ରହିଛି। କିନ୍ତୁ ସିଂହଦ୍ଵାର ହେଉଛି ମନ୍ଦିର ଭିତରକୁ ପ୍ରବେଶ କରିବାର ମୁଖ୍ୟଦ୍ଵାର। ଯେତେବେଳେ ଆପଣ ସିଂହଦ୍ଵାର ଦେଇ ପ୍ରବେଶ କରିବେ ସେତେବେଳେ ଆଉ ଏହି ସମୁଦ୍ରର ଲହଡ଼ିର ଶବ୍ଦ ସୁବିବ ନାହିଁ। ଏହି କଥା ମଧ୍ୟ ଏକ ପୌରାଣିକ କାହାଣୀ ମଧ୍ୟରେ ପର୍ଯ୍ୟବେସିତ ବୋଲି ମାନ୍ୟତା ରହିଛି।

୬. ମହାପ୍ରସାଦର ରହସ୍ୟ। ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ତିଆରି ହୋଇଥାଏ। କିନ୍ତୁ ଏହି ମହାପ୍ରସାଦ ଆଜିଯାଏଁ ନଷ୍ଟ ହୋଇନାହିଁ।ଗୋଟାଏ ଦିନରେ ପାଖାପାଖି ୨ ହଜାରରୁ ୨ ଲକ୍ଷ ଭକ୍ତ ମନ୍ଦିରକୁ ଆସିଥାନ୍ତି। କିନ୍ତୁ ମନ୍ଦିରରେ ରଖାଯାଇଥିବା ମହାପ୍ରସାଦର ପରିମାଣ ବର୍ଷସାରା ସମାନ ରହିଥାଏ। ତଥାପି ଆଜିଯାଏଁ କେବେବି ମହାପ୍ରସାଦ କେବେବି ନଷ୍ଟ ହୋଇନାହିଁ। ମହାପ୍ରସାଦ ତିଆରିରେ ମଧ୍ୟ ଅନେକ ରହସ୍ୟ ରହିଛି ଯେପରି ମାଟି ହାଣ୍ଡି ପତ୍ରରେ ଜାଳେଣୀ କାଠ ବ୍ୟବହାର କରି ଏହି ବିଶେଷ ସୁସ୍ୱାଦୁ ଅଭଡ଼ାକୁ ରନ୍ଧାଯାଇଥାଏ। ଏଥିରେ ମାତ୍ରା ୭ଟି ମାଟି ହାଣ୍ଡି ବ୍ୟବହୃତ ହୁଏ। ଏବଂ ସେଗୁଡ଼ାକ ଗୋଟିଏ ଉପରେ ଗୋଟିଏ ରଖାଯାଇଥାଏ।ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କି ଉପରେ ବସିଥିବା ଖାଦ୍ୟଟିର ପାତ୍ର ଆଗେ ହୋଇଥାଏ। ତାପରେ ତଳ ହାଣ୍ଡିର ଖାଦ୍ୟ ପ୍ରସ୍ତୁତ ହୁଏ।

ଗୋଟିଏ ମାନ୍ୟତା ମଧ୍ୟ ରହି ଆସିଛି ଯେତେବେଳେ ଭଗଵାନ କୃଷ୍ଣ ଦେହ ତ୍ୟାଗ କଲେ ସେତେବେଳେ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯାଇଥିଲା, ତାଙ୍କର ବାକି ଶରୀର ପଞ୍ଚତତ୍ୱରେ ବାଣ୍ଟିହୋଇଗଲା। କିନ୍ତୁ ତାଙ୍କ ହୃଦୟଟି ତାଙ୍କ ମୃତ୍ୟୁପରେ ମଧ୍ୟ ସ୍ପନ୍ଦନ ହେଉଥିଲା। ଏହାସହ ତାହା ପୁରା ସୁରକ୍ଷିତ ମଧ୍ୟ ରହିଥିଲା। କୁହାଯାଏ ତାଙ୍କର ହୃଦୟ ଆଜିବି ସୁରକ୍ଷିତ ରହିଛି। ତେବେ ଏହି ହୃଦୟଟି ଜଗନ୍ନାଥଙ୍କ କାଷ୍ଠ ମୂର୍ତ୍ତି ଭିତରେ ରହିଛି।