କିଏ ଇଏ ଯିଏ ବନ୍ଧୁକ ଧରି ପ୍ରେମିକ ଘରକୁ ପଶିଥିଲେ, Bikram Pandaଙ୍କ ପୁରା କାହାଣୀ, ଆଖିରେ ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ବିକ୍ରମ ପଣ୍ଡାଙ୍କ ପ୍ରେମ କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିକ୍ରମ ଜଣେ ଶାନ୍ତ, ସରଳ ଏବଂ ସୁନ୍ଦର ପିଲା ଥିଲେ। ପାଠପଢ଼ା ପରେ ସେ ଓମେନ କଲେଜ୍ ନିକଟରେ ଏକ ନେଟ୍ କାର୍ଫ ଦୋକାନ ଆରମ୍ଭ କରିଥିଲେ। ବିଭିନ୍ନ ସମୟରେ ଯୁବକ ଯୁବତୀମାନେ ଚାକିରୀ ଆବେଦନ କରିବା ପାଇଁ ଅନଲାଇନ୍ ଫର୍ମ ଦାଖଲ କରିବାକୁ ଏଠାକୁ ଆସୁଥିଲେ। ପ୍ରାୟ ୩ ବର୍ଷ ତଳେ ଜଣେ ଯୁବତୀ ନିୟମିତ ଭାବେ ଚାକିରୀ ପାଇଁ ଫର୍ମ ଦାଖଲ କରିବାକୁ ସେଠାକୁ ଯାଉଥିଲେ। ସେ ଝିଅ ହିଁ ପ୍ରଥମ ଦେଖାରୁ ବିକ୍ରମଙ୍କ ମନ ଚୋରେଇ ନେଇଥିଲା। ସେମ୍ କାଷ୍ଟର ଝିଅ ହୋଇଥିବାରୁ ସେ ଝିଅକୁ ବିକ୍ରମ ମନେ ମନେ ବହୁତ ପସନ୍ଦ କରୁଥିଲେ। ପ୍ରଥମ ଦେଖାରୁ କଥାବାର୍ତ୍ତା ତାପରେ ଧୀରେ ଧୀରେ ଉଭୟ ଉଭୟଙ୍କୁ ଭଲ ପାଇବାରେ ଲାଗିଲେ।

ଭଲ ପାଇବା ଏତେ ଗଭୀର ହୋଇଯାଇଥିଲା ଯେ ଦୁହେଁ ଦୁହିଁଙ୍କୁ ଦିନେ ନଦେଖିଲେ ରହିପାରୁ ନଥିଲେ। ଆଉ ଜଣେ ଜଣଙ୍କ ସହ କଥା ନହେଲେ ଖାଉ ନଥିଲେ। ରାତିରେ କଥା ହେଲେ ସକାଳ ହୋଇଯାଉଥିଲା ପଛେ ହେଲେ ତାଙ୍କର କଥା ସରୁ ନଥିଲା। ଦୁହେଁ ଦୁହିଁଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ। ଦେଖୁ ଦେଖୁ ସମ୍ପର୍କ ୩ ବର୍ଷ ବିତିଗଲା। ତାପରେ ଧୀରେ ଧୀରେ ଝିଅ ଦୂରେଇ ଯିବାରେ ଲାଗିଲା ଆଉ ଅଚାନକ ଏକ ଘଟଣା ଦର୍ଶାଇ ବିକ୍ରମକୁ ଧରା ଛୁଆଁ ଦେଲାନାହିଁ। ଦିନେ ହଠାତ୍ କହିଲା ମତେ କ୍ଷମା କରିଦେବ ବିକ୍ରମ ମୁଁ ନିରୁପାୟ। ମୋ ବାପା ମା ଚାକିରୀୟା ପତ୍ର ଖୋଜୁଛନ୍ତି ଏବଂ ମୁଁ ମୋ ବାପା ମାଆଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ପାରିବିନି। ଯେତେବେଳେ ଝିଅର ବାପା ବି କହିଲେ ତାକୁ ଭୁଲିଜା ଯାହା ଥିଲା ଥିଲା, ତାହା ସବୁ ଟାଇମପାସ୍ ବୋଲି ଭାବିନବୁ। ତାପରେ ବିକ୍ରମର ପାଦତଳୁ ମାଟି ଖସିଗଲା ଆଉ ଆକାଶ ସାରା କଳା ବାଦଲ ଛାଇଗଲା ଆଉ ଚତୁର୍ଦ୍ଦିଗର ସମସ୍ତ ରାସ୍ତା ବନ୍ଦ୍ ହୋଇଗଲା।

ସତେ ଯେମିତି ଶରୀରରୁ ହୃଦୟ ଅଲଗା ହୋଇଗଲା। ସେ ଭାବିଲା ଜଣେ ଝିଅ ମତେ ଗୋଟେ କ୍ଷଣ ନଦେଖିଲେ ରହିପାରୁ ନଥିଲା, ଦିନରେ ଯେଉଁ ଝିଅ କଥା ନହେଲେ ରହିପାରୁ ନଥିଲା, ଯେଉଁ ଝିଅ ରାଣ ଖାଇ କୋହୁଥିଲା ତୁମ ଛଡା ମୋ ଜୀବନରେ ଆଉ କେହି ଆସିବେ ନାହିଁ ବୋଲି, ଯେଉଁ ଝିଅ ମା ଦେହ ଖରାପ ହେଲେ ରାତିସାରା କାନ୍ଦୁଥିଲା, ଯେଉଁ ଝିଅ ଅଲଗା ଝିଅକୁ ଅନେଇ ଦେଲେ ଦିନସାରା ମତେ ଗାଳି କରୁଥିଲା, ଯେଉଁ ଝିଅ କଲ୍ କୁ ମୁଁ ଥରେ ରିସିଭ ନକଲେ ବାର୍ ବାର୍ କଲ୍ କରୁଥିଲା, ଯେଉଁ ଝିଅ ତୁମକୁ ନ ପାଇଲେ ବଞ୍ଚିପାରିବିନି ବୋଲି କୋହୁଥିଲା ସେହି ଝିଅ ଆଜି ତା ବାପା ମାଙ୍କ କଥାରେ ପଡି ପଇସା ଲୋଭରେ ସରକାରୀ ଚାକିରୀୟା କୁ ବାହା ହେବ ବୋଲି ମନସ୍ଥିର କରି ପାରିଲା।

ସରକାରୀ ଚାକିରୀ କରୁନି ବୋଲି ମୋ ୩ ବର୍ଷର ପ୍ରେମକୁ କିଏ ଟୋପାଏ ସିନ୍ଦୂରରେ କିଣି ନେବାକୁ ବସିଲାଣି। ମୋ ପାଖରେ ସରକାରୀ ଚାକିରୀ ନାହିଁ ବୋଲି ମୋ ଶରୀରଟା ମୋ ହୃଦୟରୁ ସବୁଦିନ ପାଇଁ ଅଲଗା ହୋଇ ଯାଉଛି। ସାମାନ୍ୟ କିଛିଟା ଅଧିକ ପଇସା ପାଇଁ ହୃଦୟର ଦେବୀକୁ ଟୋପାଏ ସିନ୍ଦୂର ଆଉ ଦୁଇ ପଟ ଶଙ୍ଖା ଦେଇ ଆଉ କିଏ କିଣି ନେବାକୁ ଯାଉଛି। ଏସବୁ କଥା ତା ମୁଣ୍ଡରେ ଘୁରି ବୁଲିଲା ତାପରେ ବିକ୍ରମର ମୁଣ୍ଡକୁ ପିତ ଚଢ଼ିଲା ଓ ଶେଷରେ ବିକ୍ରମ ବିକ୍ରମ ବେତାଳ ସାଜି ଏକ କାଣ୍ଡ କରିଲା ଯାହା ଓଡ଼ିଶା ବାସୀ କେବେ ଦେଖି ନଥିଲେ। ସମସ୍ତଙ୍କ ନଜରରେ ସେ ଜଣେ ଅପରାଧୀ ପାଲଟି ଗଲା। ତା ଦୁଃଖ ବି କେହି ଶୁଣିଲେ ନାହିଁ। ପ୍ରକୃତରେ ଦୋଷ କାହାର ଥିଲା ଆଉ ସମାଜ ଆଗରେ ଦୋଷି ହେଲା କିଏ।

ଯଦି ସେହି ବିକ୍ରମ ପଣ୍ଡା ଜାଗାରେ ବନ୍ଦିତା ପଣ୍ଡା ହୋଇଥାନ୍ତା ତେବେ ବୋହୁତ ଲୋକ ବୋହୁତ କଥା କହିଥାନ୍ତେ। ୱି ସପୋର୍ଟ ବନ୍ଧୁତା ପଣ୍ଡା ଲେଖା ହୋଇଥାନ୍ତା କିନ୍ତୁ ଘଟଣା ପଛର ସତ୍ୟତା କେହି ଜାଣିବା ପାଇଁ ଚେଷ୍ଟା କରି ନଥାନ୍ତେ। ଆମ ସମାଜର ଲୋକମାନଙ୍କୁ ଖାଲି ପୁଅର ଦୋଷ ହିଁ ଦେଖାଯାଏ। ଯଦି ଝିଅର ଘର ଲୋକେ ସରକାରୀ ଚାକିରୀୟା ସାଙ୍ଗେ ଝିଅର ବାହାଘର କରିବା ପାଇଁ ଭାବିଥିଲେ ତାହେଲେ ସେ ଝିଅ ସେ ପୁଅର ଜୀବନ ସହ କାହିଁ ଖେଳୁଥିଲା। ପୁଅମାନଙ୍କ ହୃଦୟ କଣ ଖେଳନା କି ମନଇଚ୍ଛା ଖେଳିବ। ଏହି କଥା ଉଠୁଛି କି କଣ କେବଳ ସରକାରୀ ଚାକିରୀ କରିଥିବା ବ୍ୟକ୍ତିମାନେ ଯୋଗ୍ୟ ପାତ୍ର କି, ଜଣେ ବେସରକାରୀ ଚାକିରୀ କରୁଥିବା ପିଲା ଭଲ ଯୋଗ୍ୟ ପତ୍ର ନୁହେଁ କି। ସମସ୍ତେ ଯଦି ସରକାରୀ ଚାକିରୀ କରିବେ ତାହାହେଲେ ଚାଷ କରିବ କିଏ ଓ ଯଦି ଚାଷ ନହୁଏ ତାହେଲେ ଆମେ ଖାଇବା କଣ। ଆମେ ନଖାଇଲେ ବଞ୍ଚିବା କେମିତି। ଗୋଟେ ବେସରକାରୀ ଚାକିରୀ କରୁଥିବା ପିଲା ନିଜ ସ୍ତ୍ରୀକୁ ସବୁ ପ୍ରକାର ଖୁସୀ ଦେଇ ପାରିବାନି କି। ଜଣେ ସରକାରୀ ଚାକିରୀ କରୁଥିଲେ ଯାଇ ନିଜ ସ୍ତ୍ରୀକୁ ସବୁ ପ୍ରକାର ଖୁସୀ ଦେଇପାରିବ ଆଉ ବ୍ୟବସାୟ କରୁଥିବା ପିଲା ନିଜ ସ୍ତ୍ରୀକୁ ସବୁ ପ୍ରକାର ସୁଖ ଦେଇପାରିବ ନାହିଁ କି।