କୋଏଲଙ୍କ ଠାରୁ ଅଲଗା ହେଲା ପରେ କଣ କହିଲେ Babi Mishra… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଯୋଡ଼ି ବବି ମିଶ୍ର ଓ କୋୟେଲ ବାନାର୍ଜୀଙ୍କୁ ତ ଆପଣମାନେ ବୋହୁତ ଭଲ ଭାବରେ ଜାଣିଥିବେ। ସୁଟିଂ ସେଟ୍ ରୁ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଜବରଦସ୍ତ ଯୋଡ଼ି। ଗତକାଲି ସୋସିଆଲ ମିଡିଆରେ ନିଜର ଛାଡ଼ପତ୍ର ହୋଇଥିବା କଥା ପୋଷ୍ଟ କରିଛନ୍ତି କୋୟେଲ ବାନାର୍ଜୀ ଓ ସେ ଦୁହେଁ ଅଲଗା ହୋଇଯାଇଛନ୍ତି ବୋଲି ନିଜର ଫ୍ୟାନମାନଙ୍କୁ ଜଣାଇଛନ୍ତି। ୨୦୧୮ ମସିହାରୁ ସେ ଦୁହେଁ ଅଲଗା ହୋଇ ରହୁଥିଲେ।

ଏବେ କିଛି ଦିନ ପାଇଁ କୋୟେଲ୍ ବାନାର୍ଜୀ ଓଡ଼ିଶାକୁ ଆସିଥିଲେ ବୋହୂ ଆମର ଏନାରାଏ ଧାରାବାହିକ କରିବା ପାଇଁ। ସେହି ସମୟରେ ମଧ୍ୟ ବବି ମିଶ୍ର ଓ କୋୟେଲ ବାନାର୍ଜୀ ଅଲଗା ରହିଥିଲେ। ଏବଂ କିଛି ପର୍ସନାଲ କାରଣ ଯୋଗୁଁ ସେ ଏହି ଧାରାବାହିକ ଛାଡ଼ିଦେଇଥିଲେ ପୁଣି କଲିକତା ଚାଲିଯାଇଥିଲେ।


ବର୍ତ୍ତମାନ ସମୟରେ ଏ ଦୁହିଁଙ୍କର ଛାଡ଼ପତ୍ର ହୋଇଯାଇଛି ଓ ଏମାନେ ଆଇନଗତ ଭାବରେ ଅଲଗା ରହୁଛନ୍ତି ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ଲେଖିଛନ୍ତି କୋୟେଲ ବାନାର୍ଜୀ। କିନ୍ତୁ ବବି ମିଶ୍ର ନିଜ ସୋସିଆଲ ମିଡିଆରେ କୋୟେଲ ବାନାର୍ଜୀଙ୍କୁ ମନେ ପକାନ୍ତି ଓ ବୋହୁତ ଭଲ ପାଆନ୍ତି ବୋଲି ଦୁଃଖଭରା ପୋଷ୍ଟ ସେୟାର କରିଛନ୍ତି।

ଏହା ସହିତ ସେ କହିଛନ୍ତି କି ଜଣ ଜଣକ ଜୀବନରେ ଏମିତି ଘଟଣା ଘଟିଥାଏ ତ ସବୁକଥା ଭୁଲି ଆଗକୁ ବଢ଼ିବାକୁ ପଡ଼ିଥାଏ। ଏହା ହିଁ ଜୀବନ ଅଟେ। ଓଲିଉଡର ଏହି ଜବରଦସ୍ତ ଯୋଡ଼ି ବର୍ତ୍ତମାନ ସମୟରେ ଅଲଗା ହୋଇଯାଇଛନ୍ତି ଓ ଏମାନଙ୍କ ଛାଡ଼ପତ୍ର ହୋଇଯାଇଛି |