ପୁଅ ଭାରତୀୟ Cricket ଦଳର ବଡ ଖେଳାଳି, କିନ୍ତୁ ମା ବିକୁଛନ୍ତି ଚିକେନ, ଏହି ସତ ଘଟଣା ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ…

ନମସ୍କାର ବନ୍ଧୁଗଣ କଥାରେ ଅଛି କପାଳ ଲିଖନ କେ କରିବ ଆନ ହେଲେ ଅନେକ ଲୋକ ନିଜ ଭାଗ୍ୟକୁ ନିଜ ହାତରେ ଲେଖିଥାନ୍ତି ଅର୍ଥାତ୍ ସେମାନଙ୍କ ନିଷ୍ଠା ଓ କର୍ମକୁ ସାଥ ଦିଏ ତାଙ୍କ ଭାଗ୍ୟ ଆଉ ବଦଳିଯାଏ କପାଳ ଲିଖନ। ଏହିକଥା ସତ ପ୍ରତିଶତ ପ୍ରମାଣ ହୋଇଛି ଅନେକ କ୍ଷେତ୍ରରେ। ଆଜି ଆସନ୍ତୁ ଜାଣିବା ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଯିଏ ନିଜ ଦକ୍ଷତା ବଳରେ ଗରିବୀ କୁ ହଟାଇବାରେ ସକ୍ଷମ ହୋଇ ପାରିଛନ୍ତି।

ତାଙ୍କ ମା ଦିନେ ରାସ୍ତା କଡ଼ରେ ଚିକେନ୍ ବିକୁଥିଲେ ଆଉ ବାପା କରୁଥିଲେ କୁଲି ମଜୁରୀ କାମ ହେଲେ ବାସ୍ତବରେ ହେଉଛି ପ୍ରତିଭାକୁ ଯେତେ ଉଚିତ୍ ପ୍ଲାଟଫର୍ମ ମିଳିଯାଏ ତେବେ ସ୍ବପ୍ନ ସତ ହୋଇଯାଏ। ଏମିତି ଜଣେ ଯୁବା ଖେଳାଳି ଅଛନ୍ତି ଯାହାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ ନିଜ ବାପା ମାଆଙ୍କ ପାଇଁ ଘର ବନାଇଛନ୍ତି। ଭଉଣୀଙ୍କୁ ପାଠ ପଢାଇ ପାରିଛନ୍ତି ଆଉ ଗୋଟିଏ ପୋଷାକରେ ମାସ ମାସ ଧରି ଚଳୁଥିବା ପିଲାଟି ଏବେ ପ୍ରତିଦିନ ଗୋଟିଏ ଲେଖାଏଁ ଡ୍ରେସ୍ ବଦଳାଉଛି। ସେ ହେଉଛନ୍ତି ୟର୍କର୍ସ ସ୍ପେସାଲିଷ୍ଟ୍ ଟି. ନଟରାଜନ୍ ଅତ୍ୟନ୍ତ ଗରିବ ପରିବାରରେ ତାଙ୍କର ଜନ୍ମ ହେଲେ ତାଙ୍କର ଅସାଧାରଣ ପ୍ରତିଭା ତାଙ୍କୁ ନେଇ ପହଞ୍ଚାଇଛି ଟିମ୍ ଇଣ୍ଡିଆରେ।

ତେବେ ସହଜ ନଥିଲା ଯାତ୍ରା ଅନେକ ସଙ୍ଘର୍ଷ କରିବାକୁ ପଡ଼ିଛି। ତାମିଲନାଡୁର ଏକ ସାଧାରଣ ପରିବାରରେ ଜନ୍ମ ନେଇଛନ୍ତି ୨୯ ବର୍ଷୟ ଟି. ନଟରାଜନ୍ ତାଙ୍କ ପୁରା ନାଁ ଥଙ୍ଗରଜୁ ନଟରାଜନ୍। ଟି. ନଟରାଜନ୍ ଙ୍କୁ ପାଠ ପଢ଼ାଇବା ପାଇଁ ତାଙ୍କ ବାପା ଷ୍ଟେସନ୍ ରେ କୁଲି କାମ କରୁଥିଲେ ଲୋକଙ୍କ ବୋଝ ବୋହୁଥିଲେ ଆଉ ମା ରାସ୍ତା କଡ଼ରେ ଚିକେନ ବିକି ଘର ଚଳାଉଥିଲେ ନିଜେ ଘର ଘର ବୁଲି ଖବର କାଗଜ ଓ କ୍ଷୀର ବାଣ୍ଟୁଥିଲେ। ଅର୍ଥ ଅଭାବରୁ ଲେଦର ବଲ୍ ଠାରୁ ଦୂରରେ ରହୁଥିଲେ ଟି. ନଟରାଜନ୍ ହେଲେ ଟେନିସ ବଲ୍ ରେ ଖେଳୁଥିଲେ ମଧ୍ୟ ତାଙ୍କ ବୋଲିଂର ସ୍ପିଡରେ ଅନେକ ବ୍ୟାଟ୍ସମ୍ୟାନ୍ ଙ୍କୁ ଚକିତ କରି ଦେଉଥିଲା। ଲୋକାଲ ଟୁର୍ଣ୍ଣାମେଣ୍ଟରେ ଭଲ ବୋଲିଂ କରି ୱିକେଟ୍ ପାଇବା ପରେ ମିଳୁଥିଲା ଅର୍ଥ ପୁରସ୍କାର ସେହି ଲୋଭରେ କ୍ରିକେଟ୍ ଖେଳ ଜାରୀ ରଖିଥିଲେ ଟି. ନଟରାଜନ୍।

ତେବେ ତାଙ୍କ ଟେନିସ ବଲ୍ ଖେଳ ଦେଖି ଏତେ ପ୍ରଭାବିତ ହେଲେ ଯେ ଡିଭିଜ୍ନାଲ୍ କ୍ରିକେଟର ଏ. ଜୟପ୍ରକାଶ ତାଙ୍କୁ ଚେନ୍ନାଇ ନେଇ ଯାଇଥିଲେ ଆଉ ସେଠାରେ ସେ ଏକ ବଡ଼ କ୍ଲବ୍ ପାଇଁ କ୍ରିକେଟ୍ ଖେଳିଥିଲେ। ସେଠି ବି ଜାରୀ ରହିଲା ତାଙ୍କର ଚମତ୍କାରିତା ଆଉ ମିଳିଗଲା ତାମିଲନାଡୁ ରଞ୍ଜି ଦଳରେ ସ୍ଥାନ ବାସ୍ ପଡିଆ ଭିତରେ ଧୀରେ ଧୀରେ ଆତ୍ମବିଶ୍ବାସ ବଢିଲା ଆଉ ପଡିଆ ବାହାରେ ସେ ପାଲଟିଗଲେ ସେଲିବ୍ରିଟି ଦୂର ହେବାରେ ଲାଗିଲା ଦରିଦ୍ର ଓ ଅର୍ଥାଭାବ। ଅବଶ୍ୟ ତାଙ୍କ ବୋଲିଂ ଆକ୍ସନ୍ ଉପରେ ଆପତ୍ତି ଉଠିବା ପରେ ୨୦୧୪ ରେ ସେ ବର୍ଷକ ପାଇଁ କ୍ରିକେଟ୍ ରୁ ସସ୍ପେଣ୍ଡ ହେଲେ। ତେବେ ଏହି ସମୟରେ ତାଙ୍କର ଜିଦ୍ ବଢିଲା ସେ ଆହୁରି ପ୍ରକ୍ଟିସ୍ କଲେ ଆଉ ୨୦୧୬ ମସିହାରେ ତାମିଲନାଡୁ ପ୍ରମୀୟରଲିଗ୍ ରେ କମବ୍ୟାକ୍ କରି ସମସ୍ତଙ୍କୁ ଚମକାଇ ଦେଲେ ହେଲେ ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ସେତେବେଳେ ଆସିଥିଲା ଯେତେବେଳେ ସେ IPL ରେ ସ୍ଥାନ ପାଇଥିଲେ।

୨୦୧୭ ରେ ଟି. ନଟରାଜନ୍ ଙ୍କୁ ୩ କୋଟି ଟଙ୍କାରେ କିଣିଥିଲେ କିଙ୍ଗସ୍ 11 ପଞ୍ଜାବ ହେଲେ ଏତେ ଭଲ ପ୍ରଦର୍ଶନ କରି ପାରିନଥିଲେ। ଏହାପରେ ୨୦୧୮ ରେ ଟି. ନଟରାଜନ୍ ସନ୍ରାଇଜର ହାଇଦ୍ରାବାଦ ଦଳରେ ସାମିଲ ହୋଇଥିଲେ ତଥାପି ସଙ୍ଘର୍ଷ ସରି ନଥିଲା ୨ ବର୍ଷ ଧରି ଦଳରେ ରହିଥିଲେ ମଧ୍ୟ ତାଙ୍କୁ ପ୍ଲେଲ୍ 11 ରେ ସ୍ଥାନ ମିଳିନଥିଲା କେବଳ ବେଞ୍ଚ ରେ ବସି ଅପେକ୍ଷା କରି ରହିଥିଲେ ଯଦିଓ ଦଳରେ ସାମିଲ ହେବା ଯୋଗୁଁ ତାଙ୍କୁ ମୋଟା ଅଙ୍କର ପାରିଶ୍ରମିକ ମିଳୁଥିଲା ତଥାପି ସେ କଠିନ ଅଭ୍ୟାସରେ ହେଳା କରୁନଥିଲେ ସେଥିପାଇଁ ବୋଧେ ୨୦୨୦ ମସିହା ଅନେକଙ୍କ ଭାଗ୍ୟ ନଷ୍ଟ କରୁଥିବା ବେଳେ ଟି. ନଟରାଜନ୍ ଙ୍କ ପାଇଁ ଆଣିଥିଲା ଶୁଭ ସମୟ ସେ ହାଇଦ୍ରାବାଦ ତରଫରୁ ମଇଦାନକୁ ଓହ୍ଲାଇ ଥିଲେ ଆଉ ୨୦୨୦ IPL ରେ ଏମିତି ଛାପ ଛାଡ଼ିଲେ ଯେ ତାଙ୍କୁ ଶେଷରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଗଲା।

ଅଷ୍ଟ୍ରେଲିଆ ବିପକ୍ଷ T20 ଓ ଦିନିକିଆ ଦଳରେ ଟି. ନଟରାଜନ୍ ସାମିଲ୍ ହେଲେ ବିଦେଶରେ ଖେଳି ଭଲ ପ୍ରଦର୍ଶନ ମଧ୍ୟ କଲେ ଟି. ନଟରାଜନ୍ IPL ୨୦୨୦ ରେ ୧୬ଟି ମ୍ୟାଚ୍ ଖେଳି ୧୬ଟି ୱିକେଟ୍ ନେଇଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଗୋଟିଏ ମ୍ୟାଚ୍ ଖେଳି ୨ଟି ୱିକେଟ୍ ନେଇଥିଲେ ଆଉ T20 ରେ ୩ଟି ମ୍ୟାଚ୍ ରେ ୬ଟି ୱିକେଟ୍ ହାସଲ କରିଛନ୍ତି। ଯଦି ତାଙ୍କର ଏଭଳି ଖେଳ ଜାରି ରହେ ତେବେ ସେ ଟିମ୍ ଇଣ୍ଡିଆର ରେଗୁଲାର ବୋଲର ହୋଇ ବାହାରିବେ। ହେଲେ ଏବେବି ଟି. ନଟରାଜନ୍ ସାଧା ସିଧା ମଣିଷ ହୋଇ ରହିଛନ୍ତି ତେବେ ତାଠାରୁ ଆଉ ଏକ ବଡ଼ କଥା ହେଉଛି ପୁଅ ଏତେବଡ କ୍ରିକେଟର ହେବା ପରେ ମଧ୍ୟ ତାଙ୍କ ମା ଚିକେନ ବିକ୍ରି କରିବା ବୃତ୍ତିକୁ ଏବେବି ଜାରୀ ରଖିଛନ୍ତି ଆଉ ଜଣାଇ ଦେଇଛନ୍ତି ଯେ କୌଣସି କାମ ଛୋଟ ନୁହେଁ।