ମା ତାରିଣୀ ପିଠର ଏମିତି ଆଶ୍ଚର୍ଯ୍ୟ ଜନକ ରହସ୍ୟ, ଆଗରୁ ଶୁଣି ନ ଥିବେ Maa Tarini

ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲା ଘଟ ଗାଁ ର ଏକ ଠାକୁରାଣୀ ମନ୍ଦିର କୁହାଯାଏ ସେ ପ୍ରଥମେ ବନବାଇ କନ୍ଧ ମାନଙ୍କ ଦ୍ୱାରା ପୂଜା ପାଇଆସୁଥିଲେ ପ୍ରକୃତରେ ମା ଦୁର୍ଗା ଦଶଭୁଜା ଓ ମା ତାରିଣୀ ଚର୍ତ୍ତୁଭୂଜା ଅଟନ୍ତି ମା ତାରିଣୀଙ୍କ ଚାରି ହାତ ମଧ୍ୟରୁ ବାମ ହାତର ଉପର ହସ୍ତରେ ସେ ଚକ୍ର ଧାରଣ କରିଛନ୍ତି ବାମ ପାଖର ତଳ ହସ୍ତରେ ତ୍ରିଶୂଳ ରହିଥାଏ ସେହିପରି ଦକ୍ଷିଣ ପାଖ ଉପର ହସ୍ତରେ ଖଡକ ଧାରଣ କରିଥିବା ବେଳେ ତଳ ହସ୍ତଟି ତାଙ୍କର ଶୂନ୍ୟ ଥାଏ ଏହି ହସ୍ତରେ ମା ତାରିଣୀ ନିଜ ଭକ୍ତ ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି |

କିନ୍ତୁ ତାଙ୍କର ପ୍ରତ୍ୟେକ ମୂର୍ତି ଓ ଚିତ୍ରରେ ଏସବୁ ନଥାଏ ଚିତ୍ରରେ ଚିତ୍ରକାର ମାନେ ନିଜ ନିଜ ପସନ୍ଦ ଅନୁସାରେ ମା ଙ୍କୁ ଭିନ୍ନ ଭିନ୍ନ ଅସ୍ତ୍ରରେ ସଜାଇଥାନ୍ତି | ତ୍ରେତୟା ଯୁଗରେ ଭଗବାନ ରାମ ଓ ମାତା ସୀତାଙ୍କର ବନବାସ ସମୟରେ ରାକ୍ଷସ ରାବଣ ଦ୍ୱାରା ମାତା ସୀତାକୁ ହରଣ କରି ନେଇଯିବାପରେ ଭଗବାନ ରାମ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ ପୂଜାରେ ସନ୍ତୁଷ୍ଟ ହୋଇ ଦେବୀ ମା ଶୂନ୍ୟବାଣୀ କରିଥିଲେ ମୁ ତୁମ ସମୁଖରେ ସଙ୍କଟ ହରିଣୀ ତାରିଣୀ ରୂପେ ଅବିବୃହତ ହେବି | ମାତ୍ର ତୁମେ ଯଦି ଦେଖିବାକୁ ପ୍ରୟାସ କରିବ ତେବେ ମୁଁ ପାଷାଣରେ ପରିଣତ ହୋଇଯିବି। ଦେବୀଙ୍କ ଅଭୟବନୀ ଶୁଣି ଶ୍ରୀରାମ ପୂଜାରେ ଧ୍ୟାନ ଭଗ୍ନ ହେଲେ। ମାଙ୍କ ଉପସ୍ଥିତିକୁ ଅନୁଭବ କରି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଚରଣ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ମାତାଙ୍କ ପାଦ ସ୍ପର୍ଶ କରିବା ସମୟରେ ଅଜ୍ଞତରେ ତାଙ୍କ ଆଖି ଖୋଲି ଯାଇଥିଲା ଦେବୀଙ୍କୁ ସ୍ବଚକ୍ଷୁରେ ଦର୍ଶନ କରିଥିଲେ ଶ୍ରୀ ରାମଚନ୍ଦ୍ର। ଦେବୀ ସ୍ମିତହାସ୍ୟ ପୂର୍ବ ସମସ୍ତ ସଙ୍କଟହରଣ କରିବାର ଅଭୟ ପ୍ରତିଶୁତି ଦେଇ ପୂର୍ବ ସର୍ତ୍ତ ଅନୁସାରେ ପାଷାଣରେ ପରିଣତ ହୋଇଯାଇଥିଲେ। ସେହିଦିନ ଠାରୁ ମା ଦୁର୍ଗା ମା ତାରିଣୀ ରୂପରେ ପୂଜାପାଇଥିଲେ।

ଅନେକ ବର୍ଷ ପୂର୍ବେ କେନ୍ଦୁଝରର ରାଜା ଥିଲେ ତ୍ରିଲୋଚନ ଭଞ୍ଜ ଆଉ ତାଙ୍କ ପୁତ୍ରଙ୍କ ନାମ ଥିଲା ଗୋବିନ୍ଦ ଭଞ୍ଜ। ଗୋବିନ୍ଦ ଭଞ୍ଜ ମାଙ୍କର ଏକ ପ୍ରିୟ ଭକ୍ତଥିଲେ। ୧୪୮୦ ମସିହାରେ ରାଜା ତ୍ରିଲୋଚନ ଭଞ୍ଜ ମୃତ୍ୟୁ ପରେ ଗୋବିନ୍ଦ ଭଞ୍ଜ କେନ୍ଦୁଝରର ରାଜା ହୋଇଥିଲେ। ରାଜକାର୍ଯ୍ୟରେ ବ୍ୟସ୍ତ ରହିବା ଯୋଗୁଁ ପୁରୀରୁ କେନ୍ଦୁଝର ମାଙ୍କୁ ନ ଅନିପରିବା ଯୋଗୁଁ ବୋହୁତ ଦୁଃଖ କରୁଥିଲେ। ମା ତାରିଣୀ ଭକ୍ତ ଗୋବିନ୍ଦର ମନ କଥା ବୁଝିପାରିଲେ। ଅଳ୍ପ ଦିନ ମଧ୍ୟରେ ପୁରୀ ରାଜା ପୁରୁଷୋତ୍ତମ ଦେବ ଗୋବିନ୍ଦ ଭଞ୍ଜଙ୍କୁ ପୁରୀ ଡ଼କାଇଥିଲେ।

ଗଜପତି ତାଙ୍କୁ ଜୟ ଗୋବିନ୍ଦ ଭଞ୍ଜ ମହାରାଜା ଉପାଧିରେ ଭୂଷିତ କରି ପୁରୀ ଅଞ୍ଚଳରେ ଥିବା ଆଠଗଡ଼ ଅଞ୍ଚଳ ତାକୁ ଉପହାର ଦେଇଥିଲେ।ଗୋବିନ୍ଦ ଭଞ୍ଜ ନିଜ ଇଚ୍ଛାକୁ ଗଜପତିଙ୍କ ପାଖରେ ରଖିଥିଲେ ସେ କହିଥିଲେ କଞ୍ଚିରୁ ଆଣିଥିବା ମା ତାରିଣୀଙ୍କୁ ନିଜ ସହ କେନ୍ଦୁଝର ନେବା ପାଇଁ। ଏହାଶୁଣି ଗଜପତି ମହାରାଜା କହିଥିଲେ ମା ତାରିଣୀ ଯେ ପତାଇ,ତାଙ୍କୁ କେମିତି ନେବେ।ଏଥିରେ ନିରାଶ ନ ହୋଇ ଗୋବିନ୍ଦ ଭଞ୍ଜ ମାଙ୍କ ପାଖକୁ ଯାଇ ପୂଜା କରିଥିଲେ। ସେ ଦିନ ରାତିରେ ଗଜପତି ପୁରୁଷୋତ୍ତମ ଦେବଙ୍କୁ ମା ସ୍ବପ୍ନରେ କହିଲେ ଗୋବିନ୍ଦ ମୋର ପ୍ରିୟ ଭକ୍ତ ତାହା ସହିତ ମୁଁ କେନ୍ଦୁଝର ଯିବି ତାକୁ ଅନୁମତି ଦେ। ତା ପରଦିନ ଗଜପତି ଗୋବିନ୍ଦ ଭଞ୍ଜଙ୍କୁ କହିଲେ ତମେ ଧନ୍ୟ ଗୋବିନ୍ଦ ଏବେ ମାଙ୍କୁ ନେବାର ବ୍ୟବସ୍ଥାକର।

ମାଙ୍କୁ କେମିତି ନେବେ ଚିନ୍ତାରେ ଗୋବିନ୍ଦ ପୁଣି ମାଙ୍କୁ ଧ୍ୟାନ କରିଲେ। ପୁଣି ମା ଶୂନ୍ୟବାଣୀ ଦେଲେ ମୁଁ ଯେମିତି ଘୋଡାରେ ଚଢ଼ି କାଞ୍ଚିରୁ ପୁରୀ ଆସିଥିଲି ଠିକ୍ ସେମିତି ଘୋଡ଼ା ଚଢ଼ି ତୋ ପଛେ ପଛେ ଯିବି। ଘୋଡ଼ା ଚାଲିଲେ ମୋ ପଦର ନୁପୁର ରୁଣୁଝୁଣୁ ଶବ୍ଦରେ ତୁ ଜଣିପରିବୁ ମୁଁ ତୋ ପଛରେ ଯାଉଛି। କିନ୍ତୁ ତୁ ଯଦି ପଛକୁ ଚାହିଁ ମତେ ଦେଖିବାକୁ ଚେଷ୍ଟା କରିବୁ ମୁଁ ପାଷାଣ ହୋଇ ସେଠାରେ ହିଁ ରହିବି। ପରଦିନ ଅନ୍ୟ ଦେବଦେବୀଙ୍କ ବିଗ୍ରହ ସହ ଗୋବିନ୍ଦ ଚାଲିଲେ କେନ୍ଦୁଝର ଅଭିମୁଖେ। ପଛେ ପଛେ ମା ତାରିଣୀ ଘୋଡାରେ ଚଢ଼ି ଯାଉଥାନ୍ତି। ନୁପୁର ରୁଣୁଝୁଣୁର ଶବ୍ଦ ଗୋବିନ୍ଦଙ୍କ କାନରେ ବାଜୁଥିଲା। କିନ୍ତୁ ଲୀଳା ମୟି ମା ତାରିଣୀଙ୍କ ଲୀଳା ବିଚିତ୍ର ଥିଲା। ଆନନ୍ଦପୁର ସୀମାପାର ହୋଇ ସେ କେନ୍ଦୁଝର ସୀମାରେ ପହଞ୍ଚି ଜଙ୍ଗଲ ମଧ୍ୟରେ ପ୍ରବେଶ କରିଲେ। ଠିକ୍ କେନ୍ଦୁଝରର ମଧ୍ୟସ୍ଥଳରେ କାୟାବିସ୍ତାର କରିଥିଲେ ମା। ଗୋବିନ୍ଦଙ୍କ ଘୋଡ଼ା ଆଗକୁ ଗଲାନହିଁ। ପଛରେ ଆସୁଥିବା ମା ତାରିଣୀଙ୍କ ନୁପୁରର ରୁଣୁଝୁଣୁ ମଧ୍ୟ ସୁବିଲା ନାହିଁ। ଗୋବିନ୍ଦ ବିଚଳିତ ହୋଇ ପଛକୁ ବୁଲି ଚାହିଁଲେ ଦେଖିଲେ ଜ୍ୟୋତିର୍ମୟୀ ମା ଘୋଡ଼ା ଉପରେ ବସିଛନ୍ତି। ଶବ୍ଦ ଭଗ୍ନ ହୋଇଥିବାରୁ ମା ହେଲେ ପାଷାଣ। ମାଙ୍କ ଶୂନ୍ୟବାଣୀ ହେଲା ମୁଁ ଏହିଠାରେ ହିଁ ରହିବି। ସେହଦିନଠାରୁ ମା ଭଗବତୀ ତାରିଣୀ ଶାଳବଣ ଘେରା ପୀଠରେ ପୂଜା ପାଇଆସୁଛନ୍ତି।

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଙ୍ଗଲ ମଧ୍ୟରେ ରହି ମାଙ୍କର ବିଦ୍ଧି ଅନୁସାରେ ପୂଜା ଅର୍ଚ୍ଚନା କରିଥିଲେ ଦେଉରୀମାନେ। ମାତ୍ର ସମୟ ସମୟରେ ପୂଜକ ପରିବାରରେ କେହି ଜନ୍ମହେଲେ କିମ୍ବା ମୃତ୍ୟୁ ମୁଖରେ ପଡ଼ିଲେ ମା ପୂଜା ଅର୍ଚ୍ଚନାରେ ବାଧାପ୍ରାପ୍ତ ହେଉଥିଲା। ଘନଜଙ୍ଗଲରେ କେହି ବ୍ରାହ୍ମଣ ନ ଆସିବାରୁ ରାଜା ଗୋବିନ୍ଦ ଭଞ୍ଜ ଚିନ୍ତାରେ ରହୁଥିଲେ। ଭକ୍ତର କଷ୍ଟ ମା ବୁଝିପାରି ସ୍ୱପରେ କହିଲେ ଗୋଟେ ମାଟି ଘଟରେ ଗୋଘୃତପୂର୍ଣ୍ଣ କରି ମୋର ଆସ୍ଥାନ ନିକଟରେ ଥିବା କୁସୁମ ବୃକ୍ଷଡାଳରେ ବନ୍ଧିଦେବୁ ଦେଉରୀପୂଜା ଶେଷରେ ସେହି ପୂଜାର ପାଣିକୁ ପ୍ରତିଦିନ ସେହି ଘଟରେ ସିଞ୍ଚିବୁ। ସେ ଔସଚ ସମୟରେ ସେହି ଘଟରୁ ଟିକିଏ ଘିଅ ପାତ୍ରରେ ନେଇ ପାନ କରିବ ଆଉ ଟିକେ ଘିଅରେ ଦୁବଘାସ ବୁଡାଇ ମୁଣ୍ଡରେ ସିଞ୍ଚିବ। ଏହାଦ୍ବାରା ସେ ଔସଚରୁ ମୁକ୍ତି ହୋଇ ମୋର ପୂଜା କରିପାରିବେ। ସେହିଦିନଠାରୁ ଘିଅ ଘଟ ପ ବନ୍ଧାହେବା କାରଣରୁ ମାଙ୍କ ପୀଠର ନାମ ହେଲା ଘଟଗାଁ।

ପୂର୍ବଭଳି ଆଜି ମଧ୍ୟ ଫଳ ଓ ଅନ୍ନର ପ୍ରସାଦ ମାଙ୍କ ନିକଟରେ ଭୋଗ ଲାଗୁଛି। ମାଙ୍କ ପ୍ରିୟ ଫଳ ଭାବେ ନଡ଼ିଆ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚୁଛି ରାଜ୍ୟ ତଥା ରାଜ୍ୟ ବାହାରୁ। ମା ତାରିଣୀଙ୍କ ଆଷାଢି ପର୍ବ ମଧ୍ୟ ଏକ ବଡ଼ ପର୍ବ ଭାବେ ପାଳିତ ହୋଇଥାଏ। ଆଷାଢ଼ ମାସର ଶେଷ ଗୁରୁବାର ଦିନ ଏହି ପର୍ବ ପାଳନ କରାଯାଏ। ୨୮ ଟି ଗ୍ରାମର ମୁଖିଆଙ୍କୁ ନିମନ୍ତ୍ରଣ କରାଯାଏ। ସେମାନେ ଆସି ରାତିରେ ମାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି ତାପରେ ଚାଷକାର୍ଯ୍ୟ ଆରମ୍ଭ କରାଯାଏ।

ଚଇତି ପର୍ବ ମା ତାରିଣୀଙ୍କ ପୀଠରେ ପ୍ରତି ବର୍ଷ ପାଳନ କରାଯାଏ। ଏହି ସମୟରେ ଷୋଡଶ ଉପହାର,ମଙ୍ଗଳ ଆରତୀ ଓ ବଡ ସଂହାର ପରେ ମା ତାରିଣୀଙ୍କର ସୁନାବେଶ ହୋଇଥାଏ।ଚଇତି ପର୍ବରେ ପ୍ରତିଦିନ ମାଙ୍କର ସୁନାବେଶ ହେବା ସହିତ ସକଳ ଆଉ ସନ୍ଧ୍ୟା ସମୟରେ ସ୍ଵତନ୍ତ୍ର ଭାବେ ମଙ୍ଗଳ ଆଳତୀ, ଭାଗଵତ୍ ପାଠ, ହୋମଯଜ୍ଞ ଆଉ ସତ୍ୟନାରାୟଣଙ୍କର ଆସ୍ଥାନ ପୂଜା ବିଦ୍ଧି କରାଯାଇଥାଏ।