ଦର୍ଶକବନ୍ଧୁ ଏବେ ଏବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ତରଫରୁ ଆସିଲା ନୂଆ ତାଜା ଖବର | ଯାହାକି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଆଉ ଏହା ଧୀରେ ଧୀରେ ଘନୀଭୂତ ହେଉଛି | ଏହା ମଧ୍ୟ ବାତ୍ୟା ର ରୂପ ନେଇପାରେ| ଏହା ଛଡା ବନ୍ୟା ର ଭୟ ମଧ୍ୟ ରହିଛି କିଛି କିଛି ସ୍ଥାନରେ ମାଟିଘର ଭାଙ୍ଗିବାର ସମ୍ଭାବନା ରହିଛି | ଜଳବନ୍ଦୀ ର ଆଶଙ୍କା ମଧ୍ୟ ରହିଛି ବନ୍ୟା ପରିସ୍ଥିତି ଭୂସ୍ଖଳନ ଭଳି ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦିଆଯାଇଛି |
ଏହା ଛଡା ଆଜି ରାତିଠାରୁ 3 ଦିନ ପବନ ବହିବା ସହ ପ୍ରବଳ ବର୍ଷା ମଧ୍ୟ କିଛି କିଛି ଜିଲ୍ଲାରେ ହେବ | ଆଜିଠାରୁ ହିଁ ବର୍ଷା ଆରମ୍ଭ ହେଲା ଜାଣନ୍ତୁ କାରଣ ଆଜି ରାତିଠାରୁ ପ୍ରବଳ ବର୍ଷା ହେବ ତେବେ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା କରାଯାଇଛି କେଉଁ କେଉଁ ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ରହିଛି ଏବଂ କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଆସନ୍ତୁ ଜାଣିବା |
ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୄସ୍ଠ ଲଘୁଚାପ କ୍ଷେତ୍ର ପଶ୍ଚିମ ବଙ୍ଗ ଉପକୂଳ ଏବଂ ଓଡିଶା ମୁହାଁ ହୋଇଥିବା ସୂଚନା ମିଳିଛି | ଫଳରେ ଓଡିଶା ଉପରେ ଥିବା ଲଘୁଚାପ ଆଗାମୀ ଦୁଇ ତିନିଦିନ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି | ମୌସୁମୀ ଓ ଲଘୁଚାପ ପ୍ରଭାବ ରେ ସୋମବାର ସଖାଳ ପର୍ଯ୍ୟନ୍ତ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମେତ ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ ଭଳି 7 ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ |
ସେଇଭଳି ମାଲକାନଗିରି, ଅନୁଗୁଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରପଡ଼ା ରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି | ଆଜିପାଇଁ 19 ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ସାରା ରାଜ୍ୟରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ | 14 ଓ 15 ତାରିଖରେ ଅନେକ ବର୍ଷା ହୋଇପାରେ ସୂଚନା ଯୋଗ୍ୟ ଗତ କଲି ଟ୍ୱିନ ସିଟିରେ ରାତି ସୁଦ୍ଧା 37 ମିଲିମିଟର ବର୍ଷା ହୋଇଛି |
ମାଡ଼ି ଆସୁଛି ଆଉ ଏକ ବାତ୍ୟା, 15ଟି ଜିଲ୍ଲାକୁ ପ୍ରବଲ ବର୍ଷା 5 ଜିଲ୍ଲାକୁ କଡା ସର୍ତକ, Odisha Rain Update
