ମହିଳା ମୋନେ ଖାଲି ଦେହରେ ଭଲ ଲାଗନ୍ତି, ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦରେ ଯୋଗ ଗୁରୁ RamDev ବାବା…

ମହିଳାମାନେ ଖାଲି ଦେହରେ ଭଲ ଲାଗନ୍ତି ।ମୋ ଭଳି କିଛି ନାପିନ୍ଧିଲେ ବୋହୁତ ଭଲ ଲାଗନ୍ତି । ଏମିତି କହି ବିବାଦରେ ଯୋଗଗୁରୁ ରାମଦେବ ବାବା । ଯୋଗଗୁରୁ ବାବା ରାମଦେବଙ୍କ ମୁହଁରୁ ଏମିତି କଥା କେହି କେବେ ବିଶ୍ୱାସ କରିନଥିଲେ । ରାମଦେବଙ୍କ ପ୍ରତିକ୍ରିୟାକୁ ନେଇକି ଏବେ ଝଡ଼ ସୃଷ୍ଟି ହୋଇଛି । ବାବା ରାମଦେବ ମହାରାଷ୍ଟ୍ରର ପୁନେରେ ଏକ ଯୋଗ ଶିବିରରେ କହିଥିଲେ କି, ମହିଳାମାନେ ଶାଢ଼ୀ ଏବଂ ସାଲୁଆର ପିନ୍ଧିଲେ ସୁନ୍ଦର ଲାଗନ୍ତି।

ଏହା ସହ ମୋ ଭଳି କିଛି ନାପିନ୍ଧିଲେ ମଧ୍ୟ ବୋହୁତ ସୁନ୍ଦର ଲାଗନ୍ତି । ରାମଦେବ ବାବା ଯେତେବେଳେ ଏମିତି ବୟାନ ଦେଉଥିଲେ, ତାଙ୍କ ପାଖରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡବିଶଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ରାମଦେବ ବାବାଙ୍କର ଏଭଳି ପ୍ରତିକ୍ରିୟାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏଭଳି ପ୍ରତିକ୍ରିୟାକୁ ନେଇ ଦିଲ୍ଲୀ ମହିଳା ଆୟୋଗର ପ୍ରମୁଖ ସ୍ୱାତୀ ମଲିବଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ଭିଡ଼ିଓ ସେୟାର କରି କହିଛନ୍ତି କି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ଆଗରେ ରାମଦେବ ବାବାଙ୍କର ମହିଳାଙ୍କ ଉପରେ ଏଭଳି ଟିପଣୀ ବୋହୁତ ନିନ୍ଦନୀୟ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ରାମଦେବ ବାବା କହିଛନ୍ତି କି, ତୁମେମାନେ ବୋହୁତ ଭାଗ୍ୟବାନ କି,ତୁମେ ବୋହୁତ ସୁନ୍ଦର ଦିଶୁଛ । |

ଆଗରେ ବସିଥିବା ମହିଳାମାନଙ୍କୁ ଶାଢ଼ୀ ପିନ୍ଧିବାର ସୁଯୋଗ ମିଳିଛି । ପଛରେ ବସିଥିବା ମହିଳାମାନଙ୍କୁ ସୁଯୋଗ ମିଳିନାହିଁ । ଏହାପରେ ସେ କୋହୁଛନ୍ତି କି, ଆପଣମାନେ ଶାଢ଼ୀ ପିନ୍ଧି ବି ସୁନ୍ଦର ଲାଗନ୍ତି ଏବଂ ସାଲୁଆର ପିନ୍ଧିଲେ ମଧ୍ୟ ସୁନ୍ଦର ଲାଗନ୍ତି । ଆଉ ମୋ ଭଳି କିଛି ନପିନ୍ଧି ମଧ୍ୟ ସୁନ୍ଦର ଲାଗନ୍ତି ।

ଏବେ ଲୋକାଲଜ୍ୟା ପାଇଁ କେବଳ ଡ୍ରେସ ପିନ୍ଧୁଛନ୍ତି, ମୁଁ ତ ଆଠ ବର୍ଷ ହେଲା ପର୍ଯ୍ୟନ୍ତ ଫୁଙ୍ଗୁଳା ବୁଲୁଥିଲି । ଏବେ କିନ୍ତୁ ମହିଳାମାନେ ପଞ୍ଚ ଲେୟରର କପଡା ପିନ୍ଧୁଛନ୍ତି । ତେବେ ଏମିତି କିଛି ବୟାନ ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ବିଭିନ୍ନ ପ୍ରକାରର କମେଣ୍ଟମାନ ଆସିବାରେ ଲାଗିଛି ।