ମୂର୍ଖ ଲୋକଙ୍କର ସବୁଠାରୁ ବଡ ‘ଦୁର୍ଗୁଣକୁ’ ଭଲ ଭାବେ ଜାଣି ରଖନ୍ତୁ, ନିଜେ Dr APJ Abdul Kalam ସାର କହିଛନ୍ତି ଏମିତି କଥା

ନମସ୍କାର ବନ୍ଧୁଗଣ ମଣିଷ ଜୀବନରେ ଭୁଲ୍ କରେ କିଛି ଭୁଲ୍ ର ସମାଧାନ ଅଛି ଆଉ କିଛି ଭୁଲ୍ ଏମିତି ସେ କରେ ଯାହାକୁ ସମାଧାନ କରୁ କରୁ ଯାହାକି ଠିକ୍ କରୁ କରୁ ତା ଜୀବନର ଅଧା ସମୟ ଚାଲିଯାଏ ଆଉ ଯେତେବେଳେ ସେ ପଛକୁ ଫେରି ଅନାଏ ତାକୁ କେବଳ ଅନୁତାପ କରିବା ପଡେ ମୋ ଜୀବନରେ କେତେ ବଡ଼ ଭୁଲ୍ କଲି ଆଉ ଏହି ଭୁଲ୍ ର ପରିଣାମ ଏତେ ଭୋଗିବାକୁ ପଡ଼ିବ ବୋଲି କେବେ ସ୍ବପ୍ନରେ ଭାବିନଥିଲି। ଆପଣ ଜୀବନରେ ଭୁଲ୍ ନକରନ୍ତୁ ଆପଣଙ୍କ ଜୀବନରେ ଏମିତି କୌଣସି ଅନୁତାପର ସମୟ ନ ଆସୁ ସେଥିପାଇଁ ଜୀବନର ଗୁଣ ତତ୍ତ୍ଵ ଜାଣି ରଖନ୍ତୁ ଏବଂ କାର୍ଯ୍ୟରେ ଲଗାନ୍ତୁ।

କୌଣସି ଗୋଟିଏ ଅଞ୍ଚଳରେ ଗୋଟିଏ ଛୋଟ ପୋଖରୀ ଥାଏ ସେହି ଛୋଟ ପୋଖରୀରେ ବିଭିନ୍ନ ପ୍ରକାରର ଜୀବ ଥାଆନ୍ତି ଆଉ ଅଧିକାଂଶ ପରିମାଣରେ କିଛି ବେଙ୍ଗ ଥାଆନ୍ତି। ବେଙ୍ଗମାନେ ବୋହୁତ ଆନନ୍ଦିତ ଥାଆନ୍ତି ବୋହୁତ ଖୁସିରେ ଥାଆନ୍ତି ସେଠି ପ୍ରଚୁର ଖାଦ୍ୟ ମିଳୁଥାଏ ଗୋଟିଏ ଜଳାଶୟ ସୁନ୍ଦର ପାଣି ଅଛି ଖେଳିଲେ ବୁଲିଲେ ଖାଦ୍ୟ ଗ୍ରହଣ କଲେ ବୋହୁତ ସୁନ୍ଦର ଅବସ୍ଥାରେ ଥାଆନ୍ତି। ଦିନେ ସେମାନଙ୍କ ମନରେ ଗୋଟିଏ ବିଚାର ଆସିଲା ଆମକୁ ଜୀବନଟା ଏଠି ଭାରି ବୋର୍ ଲାଗୁଛି ଜୀବନରେ କିଛି ମଜା ଲାଗୁନାହିଁ ଆମର କିଏ ଗୋଟିଏ ରଜା ରହିବ ଦରକାର ଯିଏ ଆମକୁ ଖୁସୀ କରେଇବ।

ସେମାନେ ସମସ୍ତେ ପ୍ରାର୍ଥନା କଲେ କହିଲେ ଆମକୁ ରଜା ଦରକାର ଆମ ଜୀବନଟା ଭାରି ଫିକା ଫିକା ଲାଗୁଛି। ମଣିଷ ଜୀବନରେ ବେଳେ ବେଳେ ଏଇଆ ହୁଏ ତାକୁ ଯେତେବେଳେ ସମସ୍ତ ଜିନିଷ ମିଳିଯାଏ ତାକୁ ତା ଜୀବନଟା ଫିକା ଲାଗେ ତାକୁ ସବୁବେଳେ ଉତ୍ତେଜନା ଦରକାର। ଏମାନଙ୍କ ଜୀବନରେ ମଧ୍ୟ ଉତ୍ତେଜନା ଆବଶ୍ୟକତା ଥିଲା ପ୍ରାର୍ଥନା କଲେ ଆମକୁ ଜେହୁ ଜଣେ ଏମିତି ଆସୁ ପହଞ୍ଚୁ ଯାହା ମଧ୍ୟମରେ ଆମେ ଆମ ଜୀବନକୁ ପ୍ରଫୁଲିତ କରିବୁ ଆନନ୍ଦିତ କରିବୁ।

କିଛି ଦିନ ପରେ ଦେଖିଲେ ପୋଖରୀରେ ଗୋଟିଏ ଛୋଟ କାଠ ଗଣ୍ଡି ଟିଏ ଭାସୁଛି କିଛି ଦିନ ଯାଏଁ ଭାସିଲା ସମସ୍ତେ ବୋହୁତ ଖୁସୀ ହେଲେ ସମସ୍ତେ ବୋହୁତ ଖୁସୀ ହେଲେ କାଠ ଗଣ୍ଡିଟିକୁ ଦେଖି ତାଙ୍କୁ ଲାଗିଲା ଆମକୁ ଭଗଵାନ ଗୋଟିଏ ରଜା ପଠେଇଛନ୍ତି ଆମକୁ ଖୁସୀ କରିବା ପାଇଁ ଗୋଟିଏ ରଜା ପଠେଇଛନ୍ତି କିନ୍ତୁ ୨ଦିନ ଚାଲିଗଲା ୪ଦିନ ଚାଲିଗଲା ଦେଖିଲେ ସେହି କାଠ ଗଣ୍ଡିଟି ଖାଲି ଭାସୁଛି ନା କିଛି କଥାବାର୍ତ୍ତା କରିଛି ନା ନାଚୁଛି ନା ଖେଳୁଛି ନ ହସୁଛି କିଛି ବି କରୁନାହିଁ। ସେମାନେ ସମସ୍ତେ ବିରକ୍ତି ହେଲେ ବିରକ୍ତି ହୋଇ ପୁନର୍ବାର ପ୍ରାର୍ଥନା କଲେ କହିଲେ ଆମ ଜୀବନରେ ଏଭଳି ରଜା ଦରକାର ନାହିଁ ଆଉ ଜଣେ କୌଣସି ରଜା ଦରକାର ଯିଏ ଆମଠୁ ଶକ୍ତିଶାଳୀ ହୋଇଥିବ ଆମର ମନୋରଞ୍ଜନ କରାଉଥିବ।

ତା କିଛି ଦିନ ପରେ ଦେଖିଲେ ଗୋଟିଏ ହଂସ ସେହି ଜଳାଶୟରେ ପହଁରୁଛି ଖେଳୁଛି। ସମସ୍ତେ ଆନନ୍ଦିତ ହେଲେ ଖୁସୀ ହେଲେ ଭାବିଲେ ଏ ବୋଧେ ଆମର ରଜା କିନ୍ତୁ ଦେଖିଲେ ହଂସଟି ତା କାର୍ଯ୍ୟରେ ଚାଲିଛି ତା କାମ କରୁଛି ଏମାନେ ମଧ୍ୟ ପୁଣି ବିରକ୍ତି ହେଲେ ଏବଂ ସମସ୍ତେ ମିଳିତ ହୋଇ ଡାକିଲେ ଈଶ୍ୱରଙ୍କୁ କହିଲେ ପ୍ରଭୁ ଇଏ କି ରଜା ଦେଉଛ ଆମକୁ କିଛି ଏମିତି ରଜା ଦିଅ ଯିଏ ଆମ ଜୀବନରେ ବୋହୁତ ଅଧିକ ଉତ୍ତେଜନା ଭରିବ।

ତା ପରଦିନ ଦେଖିଲେ ଆକାଶରେ ଗୋଟିଏ ବିରାଟ ଯିବ ଉଡ଼ିକି ଯାଉଛି ସମସ୍ତେ ବୋହୁତ ଖୁସି ହେଲେ କହିଲେ ଏଥର ଈଶ୍ୱର ଆମକୁ ଗୋଟିଏ ଠିକ୍ ରଜା ଦେଇଛନ୍ତି କାହାର ବଡ଼ ଥଣ୍ଟ ଅଛି ଡେଣା ଅଛି ଇଏ ଆମକୁ ନିଶ୍ଚିତ ଭାବରେ ଗାଇଡ୍ କରିବ ଇଏ ନିଶ୍ଚିତ ଆମର ପଥ ପ୍ରଦର୍ଶକ ବନିବ। ସମସ୍ତେ ଏକା ସାଙ୍ଗରେ ଚିତ୍କାର କଲେ ଖୁସିରେ ଡେଇଁଲେ ନାଚିଲେ ଆଉ ଉପରେ ଉଡ଼ି ଯାଉଥିଲା ଗୋଟିଏ ବିରାଟ ଛଞ୍ଚାଣ ସେ ଏହି ଦୃଶ୍ୟକୁ ଦେଖି ପାରିଲା ଦେଖିପାରି ବୋହୁତ ଖୁସୀ ହେଲା କହିଲା ଆରେ ଏଥି ଏତେ ଖାଦ୍ୟ ଅଛି ଏତେ ପରିମାଣରେ ବେଙ୍ଗ ଅଛନ୍ତି ମୁଁ ସବୁଆଡେ ଘୁରି ବୁଲୁଛି ମୁଁ ଏହି ଜାଗାରେ ରହି ଯାଉଛି ପ୍ରତ୍ୟେକ ଦିନ କିଛି କିଛି ବେଙ୍ଗ ଖାଇବି।

ଏହା ଭାବି ଛଞ୍ଚାଣଟି କୂଳରେ ଓହ୍ଲେଇ ପଡ଼ିଲା ସମସ୍ତେ ଆନନ୍ଦିତ ହେଲେ ନାଚିଲେ ଖୁସିହେଲେ କହିଲେ ବିରାଟ ରଜା ମିଳିଛି ମଜବୁତ୍ ରଜା ମିଳିଛି ଏହା ଆମକୁ ଖୁସୀ ଦେବ ଆମ ଜୀବନରେ ଶାନ୍ତି ଆଣିବ ପରିବର୍ତ୍ତନ ଆଣିବ ସେମାନେ ବୋହୁତ ଖୁସୀ ହେଲେ। ତାପର ଦିନ ଛଞ୍ଚାଣ କିଛି କିଛି ବେଙ୍ଗକୁ ଖାଇବାକୁ ଲାଗିଲା ଆଉ ଅଳ୍ପ ଦିନ ମଧ୍ୟରେ ସେ ସଂପୂର୍ଣ୍ଣ ଜଳାଶୟଟିକୁ ବେଙ୍ଗ ମୁକ୍ତ କରିଦେଲା ଆଉ ତାପରେ ଆନନ୍ଦରେ ଉଡ଼ି ଚାଲିଗଲା।

ଏହି ଅମୂଲ୍ୟ କାହାଣୀରୁ ଆମେ କଣ ଶିଖିଲେ ଏକ ବିରାଟ ଅମୂଲ୍ୟ ଶିକ୍ଷା ଯାହାକୁ ପ୍ରତ୍ୟେକ ସମାଜ ନିଜ ମନ ମସ୍ତିଷ୍କ ଭିତରେ ଛାପି ରଖିବା ଦରକାର। ସେହି ଅମୂଲ୍ୟ ଶିକ୍ଷାଟି ହେଉଛି ଅସନ୍ତୁଷ୍ଟି , ଅସନ୍ତୁଷ୍ଟି ଭରା ପ୍ରାର୍ଥନା କରିବା। ଆମେ ଜୀବନରେ ଯେଉଁ ଜିନିଷ ଦରକାର ତାକୁ ନଜାଣି ଅବ୍ୟର୍ଥ ଜିନିଷ ଅନାବଶ୍ୟକ ଜିନିଷ ମାଗିବା ଯାହାର ପରିମାଣ ଆମକୁ ଭୟଙ୍କର ଭାବରେ ସୁଝିବାକୁ ପଡେ। ଜଣେ ଯୁବକ ଜଣେ ଯୁବତୀ କଲେଜ୍ ରେ ପାଠ ପଢୁଛନ୍ତି ସ୍କୁଲ୍ ରେ ପାଠ ପଢୁଛନ୍ତି ତାଙ୍କର ପ୍ରାର୍ଥନା କଣ ହେବା ଉଚିତ୍ ଭଲ ଶିକ୍ଷା ଭଲ ଗୁରୁ ଯିଏ ତାଙ୍କ ଜୀବନକୁ ପରିବର୍ତ୍ତନ କରିପାରିବ କିନ୍ତୁ ସେମାନେ କଣ ମାଗନ୍ତି ତାଙ୍କ ଜୀବନରେ ଉତ୍ତେଜନା ଦରକାର ସେମାନେ ବୋର୍ ହୋଇଯାଆନ୍ତି କାରଣ ଭଲ ଜିନିଷ ଭଲ ଲାଗେନାହିଁ।

ସେମାନେ ପ୍ରାର୍ଥନା କରନ୍ତି ଆମ ଜୀବନରେ ଗାର୍ଲ୍ ଫ୍ରେଣ୍ଡ୍ ଆସୁ ବୟେ ଫ୍ରେଣ୍ଡ୍ ଆସୁ ଆକର୍ଷିତ ହୁଏ ଆଉ ଆକର୍ଷିତ ଯେତେବେଳେ ହୁଏ ତାର ପରିଣାମ କଣ ହୁଏ ଆପଣମାନେ ସମସ୍ତେ ଜାଣଛନ୍ତି କ୍ୟାରିୟର ନଷ୍ଟ, କିଛି ଦିନ ପରେ ସଂପୂର୍ଣ୍ଣ ଭାବରେ ପଥ ବିଚ୍ୟୁତି, ଗୋଟିଏ ସାଧାରଣ ଜୀବନ କାଟିବା, ପାରିବାରିକ ଅଶାନ୍ତି। ଏହି ବେଙ୍ଗ ମାନଙ୍କ ଜୀବନରେ ଠିକ୍ ଯେମିତି ହୋଇଥିଲା ସେମାନେ ପ୍ରାର୍ଥନା କରିଥିଲେ ଠିକ୍ ପ୍ରାର୍ଥନା କରିଥିଲେ ଈଶ୍ୱର ତାଙ୍କୁ ଠିକ୍ ଫଳ ଦେଇଥିଲେ କାଠଗଣ୍ଡି ଦେଇଥିଲେ କି ତୁମେ ତା ଉପରେ ବସି ଖେଳିବ ଦ୍ୱିତୀୟ ପ୍ରାର୍ଥନାରେ ମଧ୍ୟ ହଂସ ଦେଇଥିଲେ ତାକୁ ଦେଖି ତମେ ମାନେ ଖୁସୀ ହେଇ ପାରିଥାନ୍ତ ଖୁସିରେ ଜୀବନଯାପନ କରିପାରିଥାନ୍ତ। ସେଥିରେ ମଧ୍ୟ ତାଙ୍କୁ ସନ୍ତୁଷ୍ଟି ମିଳିଲା ନାହିଁ ତାଙ୍କୁ ସବୁବେଳେ ଉତ୍ତେଜନା ଆବଶ୍ୟକତା ଥିଲା କିନ୍ତୁ ଉତ୍ତେଜନାତା ଜୀବନରେ କାଳ ହୁଏ ଉତ୍ତେଜନା ଫଳରେ ପାଇଲେ ଛଞ୍ଚାଣ।

ଜୀବନରେ ଉତ୍ତେଜନା ଉପରେ ଆପଣଙ୍କ ଭାବନା ଉପରେ ଆୟତ ରଖନ୍ତୁ ନଚେତ୍ ଏହା ଆପଣଙ୍କ ଜୀବନକୁ ଏମିତି ଜାଗାକୁ ଟାଣି ନେବ ଯେଉଁଠାରେ ସଂପୂର୍ଣ୍ଣ ଭାବରେ ଅନ୍ଧାର। ଯେଉଁଠାରୁ ଫେରିବା ସମ୍ଭବ ହୋଇନଥାଏ। ଏମିତି ବୋହୁତ ଯୁବକ ଯୁବତୀ ଅଛନ୍ତି ଯେଉଁମାନେ ଜୀବନରେ ଏମିତି ଭୁଲ୍ କରିଥାନ୍ତି ଯେଉଁଠାରୁ ପ୍ରତ୍ୟାବର୍ତ୍ତନ କରିପାରି ନାହାଁନ୍ତି। ଜୀବନରେ ଠିକ୍ ଜିନିଷ ମାଗନ୍ତି ଯେଉଁ ସମୟରେ ଯାହା ମାଗିବା କଥା ସେହି ସବୁ ମାଗନ୍ତୁ। ଯୁବକ ଯୁବତୀ ସମୟରେ ଶିକ୍ଷା କ୍ୟାରିୟର ଗଠନ, ମଧ୍ୟ ବୟସରେ ସୁନ୍ଦର ଜୀବନଯାପନ କିନ୍ତୁ ଆମେ ଏହା କରୁ ନାହାଁନ୍ତି ଜୀବନର ଚରମ ଶିକ୍ଷା ଯାହା ଆମକୁ ଜାଣିବା ଦରକାର ଯାହା ଆମକୁ କରିବା ଦରକାର ସେଥିପାଇଁ ଆମେ ପ୍ରାର୍ଥନା କରୁନାହାଁନ୍ତି ଯେଉଁମାନେ ପ୍ରାର୍ଥନା କରୁଛନ୍ତି ସେମାନେ ସୁନ୍ଦର ଦିଗ୍ଦର୍ଶନ ପାଉଛନ୍ତି ଆଉ ଯେଉଁମାନେ ଭୁଲ୍ କରୁଛନ୍ତି ସେମାନେ ଜୀବନରେ ସବୁବେଳେ ଭୁଲ୍ ଜିନିଷ ମାଗନ୍ତି ମୂର୍ଖ ଲୋକର ଏହା ହେଉଛି ଏକ ବଡ଼ ଦୂର୍ଗୁଣ, ସବୁବେଳେ ସେ ଅସନ୍ତୁଷ୍ଟ ରହେ ଆଉ ଭୁଲ୍ ଜିନିଷକୁ ଆମନ୍ତ୍ରିତ କରେ ପ୍ରାର୍ଥନା କରେ।

ଗୋଟିଏ କଥା ମନେରଖନ୍ତୁ ଆପଣଙ୍କ ବିଚାର ଆପଣଙ୍କ ବାଣୀ ଆପଣଙ୍କ ଚିନ୍ତାଧାରା ଯେମିତି ଆପଣଙ୍କ ଜୀବନରେ ସେମିତି ଜିନିଷ ଆକର୍ଷଣ ହେବ। ଯେଉଁମାନେ ସଜନ ଯେଉଁମାନେ ଗୁଣି ସେମାନେ ସବୁବେଳେ ଜୀବନରେ ଠିକ୍ ପ୍ରାର୍ଥନା କରନ୍ତି। ଯଦି ଆମେ ଜୀବନରେ ଠିକ୍ ଜିନିଷକୁ ନବୁଝି ଭୁଲ୍ ଜିନିଷକୁ ପ୍ରାର୍ଥନା କରନ୍ତି ସେ ଜିନିଷ ଦିନେ ଆକର୍ଷିତ ହୋଇଥାଏ ଆଉ ସେହି ଆକର୍ଷଣ କବଳରୁ ବାହାରିବା ଅସମ୍ଭବ ଭଳି ଲାଗିଥାଏ। ତେଣୁ ପ୍ରତ୍ୟେକ ଯୁବକ ଯୁବତୀ ଏହାକୁ ଜାଣିବା ଦରକାର ଗୋଟିଏ ସୁନ୍ଦର ବ୍ୟକ୍ତିତ୍ଵ ହେବା ଦରକାର ଠିକ୍ ଜିନିଷ ମାଗିବା ଦରକାର ଜୀବନରେ ଉତ୍ତେଜନାରେ ପଡ଼ି କୌଣସି ଭୁଲ୍ ଜିନିଷକୁ ଆମନ୍ତ୍ରଣ କରିବା ଉଚିତ୍ ନୁହେଁ। ତେଣୁ ଏହି ଅମୂଲ୍ୟ ଶିକ୍ଷାଟିକୁ ଆପଣମାନେ ସମସ୍ତେ ନିଜ ଜୀବନରେ ଲଗାଇବେ ଜଣେ ସୁନ୍ଦର ବ୍ୟକ୍ତିତ୍ଵ ହେବେ।