ମୃତ୍ୟୁ ପୂର୍ବରୁ କୁନି ପୁଅ ସହ କିପରି ଖେଳୁଥିଲେ Tapu Mishra, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଲିଉଡର ନମ୍ବର ୧ ପ୍ଲେବ୍ୟାକ୍ ସିଙ୍ଗର ତପୁ ମିଶ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତାଙ୍କ କଣ୍ଠରୁ ଆପଣମାନେ ବୋହୁତସାରା ଗୀତ ନିଶ୍ଚିତ ଭାବରେ ଶୁଣିଥିବେ। ଗତ କିଛି ଦିନ ପୂର୍ବେ କୋରୋନା ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ଗତ ୧୯ ତାରିଖ ଦିନ ରାତି ୧୧ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ତପୁ ମିଶ୍ରଙ୍କ ସ୍ଵାମୀ ତାଙ୍କୁ ବଞ୍ଚାଇବା ପାଇଁ ବୋହୁତ ଅଧିକ ଚେଷ୍ଟା କରିଥିଲେ।


ତପୁ ମିଶ୍ରଙ୍କ ପାଇଁ ପଇସା ସଂଗ୍ରହ କରିବା ଆଉ ତାଙ୍କୁ ଏୟାରଲିଫ୍ଟ ମାଧ୍ୟମରେ ଓଡ଼ିଶା ବାହାରକୁ ଉନ୍ନତମାନର ଚିକିତ୍ସା ପାଇଁ ନେବା ପାଇଁ ତାଙ୍କର ସ୍ଵାମୀ ବୋହୁତ ଚେଷ୍ଟା କରିଥିଲେ। ତପୁ ମିଶ୍ର ୨୦୧୮ ମସିହାରେ ଡିସେମ୍ବର ମାସରେ ବିବାହ କରିଥିଲେ। ତାଙ୍କ ସ୍ୱୀମୀଙ୍କ ନାମ ଦୀପକ୍ ପୂଜାରୀ। ଦୀପକ୍ ପୂଜାରୀ ଆଗରୁ ଜଣେ ଅଭିନେତା ଥିଲେ। ତପୁ ମିଶ୍ର ଏବଂ ଦୀପକ୍ ପୂଜାରୀ ପ୍ରେମ ବିବାହ କରିଥିଲେ।


ଏପର୍ଯ୍ୟନ୍ତ ତପୁ ମିଶ୍ରଙ୍କର କୌଣସି ପିଲା ହୋଇ ନାହାଁନ୍ତି। ବାହାଘରର ପ୍ରାୟ ଅଢେ଼ଇବର୍ଷ ବିତି ଯାଇଥିଲେ ମଧ୍ୟ ତପୁ ମିଶ୍ର ମା ହୋଇନଥିଲେ ହେଲେ ତପୁ ମିଶ୍ର ଛୋଟ ପିଲାମାନଙ୍କୁ ବୋହୁତ ଅଧିକ ଭଲ ପାଆନ୍ତି। ଛୋଟପିଲା ମାନଙ୍କ ସହିତ ସମୟ ବିତାଇବା ଓ ତାଙ୍କ ସହିତ ଖେଳିବାକୁ ତପୁ ମିଶ୍ରଙ୍କୁ ବୋହୁତ ଅଧିକ ଭଲ ଲାଗିଥାଏ।


ତପୁ ମିଶ୍ର ଓଲିଉଡର ବୋହୁତସାରା ଫିଲ୍ମରେ ନିଜର କଣ୍ଠ ଦାନ କରିଛନ୍ତି। ସେ ପ୍ରାୟ ୧୫୦ ରୁ ଅଧିକ ଫିଲ୍ମରେ ନିଜର କଣ୍ଠ ଦାନ କରିଛନ୍ତି। ଏହା ସହିତ ସେ ବୋହୁତସାରା ଆଲବମ୍ ଓ ବୋହୁତସାରା ଭଜନରେ ମଧ୍ୟ ନିଜର କଣ୍ଠ ଦାନ କରିଛନ୍ତି। ଓଲିଉଡ ଜଗତ ପାଇଁ ତପୁ ମିଶ୍ର ଗାଇଥିବା ଗୀତ ଗୁଡ଼ିକୁ କେହିବି ହେଲେ ଭୁଲି ପାରିବେ ନାହିଁ। ତପୁ ମିଶ୍ରଙ୍କ ମୃତ୍ୟୁ ଓଲିଉଡ ଜଗତ ପାଇଁ ଏକ ବୋହୁତ ବଡ଼ କ୍ଷତି ଅଟେ।