ମୃତ୍ୟୁ ପୁର୍ବରୁ ଶେଷ କଥା- Tapu Mishra ଙ୍କ ସ୍ୱାମୀ କହୁ କହୁ କାନ୍ଧି ପକାଇଲେ…

ନମସ୍କାର ବନ୍ଧୁଗଣ ତପୁ ମିଶ୍ରଙ୍କୁ କିଏବା ନ ଜାଣେ। ସବୁଠାରୁ ହିଟ୍ ଗୀତ ଦେଉଛନ୍ତି ସେ ଦୁଇଦାସନ୍ଦିରୁ ଏବଂ ଲୋକମାନଙ୍କ ହୃଦୟରେ ବେଶ୍ ଜାଗା ତୋଳିଛନ୍ତି ତପୁ ମିଶ୍ର। ତପୁ ମିଶ୍ରଙ୍କ ବିୟୋଗ ଏବେ ଓଲିଉଡ ଜଗତ ପାଇଁ ଦୁଃଖର ଛାୟା ଖେଳି ଯାଇଛି। ଏହି ଖବର ଯେତିକି ଦୁଃଖ ଓଲିଉଡ ଜଗତକୁ ଦେଇଛି ତାଠାରୁ ଅଧିକ ଦୁଃଖ ପରିବାର ଲୋକମାନଙ୍କୁ ଦେଇଛି। ପରିବାର ଭିତରୁ ଏବେ ସବୁଠାରୁ ଦୁଃଖରେ ଅଛନ୍ତି ତପୁ ମିଶ୍ରଙ୍କ ସ୍ଵାମୀ ଦୀପକ୍ ପୂଜାରୀ। ଦୀପକ୍ ପୂଜାରୀ ଜଣେ ଅଭିନେତା ଓ ସେ ୨୦୧୮ ମସିହାରେ ତପୁ ମିଶ୍ରଙ୍କୁ ପ୍ରେମ ବିବାହ କରିଥିଲେ।


ତପୁ ଏବଂ ଦୀପକ୍ ଙ୍କ ମଧ୍ୟରେ କମ୍ବିନେସନ୍ ଖୁବ୍ ଭଲ ଥିଲା। ଦୁଇଜଣ ଦୁଇଜଣଙ୍କୁ ବୋହୁତ ଭଲ ପାଉଥିଲେ ଏବଂ ଦୀର୍ଘ ଦିନଧରି ଦେଢ଼ ବର୍ଷର ସମ୍ପର୍କ ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୀପକ୍ ପୂଜାରୀ ଏବଂ ତପୁ ମିଶ୍ର। ଦୀପକ୍ ପୂଜାରୀ ତପୁ ମିଶ୍ରଙ୍କୁ ହରାଇ ନିଜ ଲାଇଫପାର୍ଟନର କୁ ହରାଇ ବୋହୁତ ଦୁଃଖରେ ଅଛନ୍ତି। ଅନେକ ଦିନ ହେବ ତପୁ ମିଶ୍ରଙ୍କ ଚିକିତ୍ସା ଏବଂ ତାଙ୍କ ମେଡ଼ିକାଲ୍ ଖର୍ଚ୍ଚରେ ବ୍ୟସ୍ତ ଥିବା ଦୀପକ୍ ପୂଜାରୀ ହଠାତ୍ ଭାବିନଥିଲେ କି କେବେ ତାଙ୍କ ଜୀବନସାଥି ତାଙ୍କୁ ଏକାକୀ କରି ତାଙ୍କ ହାତଛାଡି ଚାଲିଯିବେ ଏବଂ ଏହା ତାଙ୍କୁ ବୋହୁତ ଦୁଃଖ ପହଞ୍ଚାଇଛି।


ଦୀପକ୍ ଙ୍କ କହିବା ଅନୁସାରେ ସେ ଗତକାଲି ରାତି ୧୧ ଟାରେ ତାଙ୍କ ପାଖକୁ ଫୋନ୍ ଆସିଥିଲା କି ତପୁ ଆଉ ନାହାଁନ୍ତି। ଦୀପକ୍ ଙ୍କ କହିବା ଅନୁସାରେ ତପୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଧିରେ ଧିରେ ଭଲ ହୋଇ ଆସୁଥିଲା ଏବଂ ଡକ୍ଟରମାନେ ମଧ୍ୟ ପଜେଟିଭ ରେଷ୍ପସ୍ ଦେଉଥିଲେ କି ୪୦ ରୁ ୬୦ ପ୍ରତିଶତ ଅମ୍ଳଜାନ ରହୁଥିଲା ଯାହାକି ଆଗରୁ ମଧ୍ୟ ରହୁଥିଲା କିନ୍ତୁ ମୋର ଆଶା ଥିଲା କି ସେ ଭଲ ହୋଇଯିବେ ଏବଂ ସେ ଘରକୁ ଫେରି ଆସିବେ। ମତେ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ କି ଆମେ ପୁଣିଥରେ ଏକାଠି ଜୀବନଯାପନ କରିବା।


ସେ ହଠାତ୍ ଅଧା ବାଟରେ ମତେ ଛାଡ଼ି ଚାଲିଯିବେ ବୋଲି ମୁଁ କେବେ ଭାବି ନଥିଲି। ତପୁ ମିଶ୍ରଙ୍କ କଥା କହୁ କହୁ ଦୀପକ୍ କାନ୍ଦି ପକାଇଛନ୍ତି ମିଡ଼ିଆ ସାମ୍ନାରେ ଯାହାକି ଏକ ହୃଦୟ ବିଦାରକ ଘଟଣା। ଦୀର୍ଘ ୩ ବର୍ଷର ବିବାହ ପରେ ଦୀପକ୍ ଙ୍କ ହାତଛାଡି ଚାଲି ଯାଇଛନ୍ତି ତପୁ ମିଶ୍ର। ତପୁ ମିଶ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ ଏବଂ ଆଲବମ୍ ଜଗତରେ ଖୁବ୍ ପ୍ରସିଦ୍ଧ।


ସେ ଭଜନ ମଧ୍ୟ ଅନେକ ଗାଇଛନ୍ତି। ୬୮ ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରି ବେଶ୍ ପପୁଲାର ହୋଇ ସାରିଛନ୍ତି ତପୁ ମିଶ୍ର। ତପୁ ମିଶ୍ରଙ୍କୁ ହରାଇ ଯେତିକି ଦୁଃଖ ପ୍ରକାଶ କରିଛନ୍ତି ପରିବାର ଲୋକ ତାଠାରୁ ଅଧିକ ଦୁଃଖରେ ଅଛନ୍ତି ତପୁ ମିଶ୍ରଙ୍କ ସ୍ଵାମୀ ଦୀପକ୍ ପୂଜାରୀ। ତେବେ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବୁ ଯେ ତପୁ ମିଶ୍ରଙ୍କ ପରିବାରକୁ ସଦୃଢ଼ କରନ୍ତୁ ତାଙ୍କୁ ସାହସ ଦିଅନ୍ତୁ।