ନାନା ପାଟେକରଙ୍କ ବିଷୟରେ ଏହି ବଡ ରହସ୍ୟ କେହିବି କହି ନଥିବେ ଆପଣଙ୍କୁ, ନିଜ ରୋଜଗାରର ୯୫% ଟଙ୍କା ସହ କରିଥାନ୍ତି ଏହି କାମ

କିଛି ଦିନ ତଳେ ବଲିଉଡ ରେ #METOO କ୍ୟାମ ବେଶ ଜୋର ସୋରରେ ଚାଲି ଥିଲା | ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବି ବିଗତ ଦିନ ରେ ଅଭିନେତା ନାନା ପାଟେକର ନାମ ରେ ସେ-କ୍ସୱାଲ ହାରାସମେଣ୍ଟ ର ଆରୋପ ଆଣିଛନ୍ତି | ବର୍ତମାନ ଏହି ଆରୋପ ସଠିକ ବୋଲି ପ୍ରମାଣିତ ହେଇ ନାହିଁ | ଓକିଲ ଏହି ମାମଲା ରେ ତାଙ୍କୁ କିଛି ବି କହିବାକୁ ମନା କରିଛନ୍ତି | ତେବେ ଏହା ତ ସମୟ ଆସିଲେ ଜଣାପଡିବ କି ସତ୍ୟତା କଣ |

ଆମ ସମାଜ ରେ ଅନେକ ଲୋକେ ଏପରି ରହିଥାନ୍ତି , ଯେଉଁମାନେ ନିଜ ର ସମ୍ପତି ଦାନ ଦେଇ ପୁର୍ଣ୍ୟ ଅର୍ଜନ କରିବାକୁ ଚାହିଁଥାନ୍ତି | ତେବେ ନାନା ପାଟେକର ଙ୍କ ର ନାମ ବି ଏପରି କାମ ପାଁଇ ବେଶ ଚର୍ଚା ରେ ରହିଛି | ନାନା ପାଟେକର ନିଜ ଆୟ ଉପରେ ଲୋଭ କରନ୍ତି ନାହିଁ ଓ ସେ ଆବଶ୍ୟକ ଥିବା ଗରିବ ଲୋକ ଙ୍କୁ ଅନେକ ସମ୍ପତି ଦାନ କରିଛନ୍ତି |

ନାନା ପାଟେକର ଙ୍କ ସମ୍ପତି ସହ ଜଡିତ କିଛି କଥା

ବଲିଉଡ ର କଳାକାର ମାନେ ଏପରି ଅନେକ ସାମାଜିକ କାର୍ଯ୍ୟ ରେ ନିଜ କୁ ନିୟୋଜିତ କରିଥାନ୍ତି | କିନ୍ତୁ ନାନା ପାଟେକର ଏପରି ସାମାଜିକ କାର୍ଯ୍ୟ ରୁ ବି ନିଜ କୁ ପଛ ଘୁଞ୍ଚା ଦେଇନାହାନ୍ତି | ତେବେ ଆଜିକା ସମୟ ରେ ନାନା ପାଟେକର ଙ୍କ ର ପରିଚୟ ର କୌଣସି ଆବଶ୍ୟକତା ନାହିଁ | 2016 ରେ ସେ ଚାଷୀ ଆତ୍ମହତ୍ୟା କୁ ଧ୍ୟାନ ରେ ରଖି ଏକ ଫାଉଣ୍ଡେସନ କରିଥିଲେ ଓ ଗରିବ ଲୋକ ଙ୍କ ର ଏହା ଦ୍ୱାରା ସହାୟତା କରିଥିଲେ |

ଏହି ଫାଉଣ୍ଡେସନ ରେ ତାଙ୍କ ର ସବୁ ସମ୍ପତି ଲଗେଇଥିଲେ | ଏବଂ ସେ ଯେତେବି ରୋଜଗାର କରୁଥିଲେ ଏହା ର ଏକ ବଡ଼ ଭାଗ ସେ ଏହି ଫାଉଣ୍ଡେସନ କୁ ଦାନ କରିଦେଉଥିଲେ | ତେବେ ତାଙ୍କ ଉପରେ ଏପରି ଦୋଷାରୋପ ପ୍ରମାଣିତ ହେଲେ ବି ତାଙ୍କ ର ଏହି ଫାଉଣ୍ଡେସନ ବନ୍ଦ ହେବ ନାହିଁ | ବର୍ତମାନ ଏହି ଫାଉଣ୍ଡେସନ ସହ ଅନେକ ଲୋକେ ଜଡିତ ଅଛନ୍ତି | ନାନା ପାଟେକର ନିଜ କୁ ନିର୍ଦୋଷ ପ୍ରମାଣିତ କରିବାକୁ ଅନେକ ପ୍ରୟାସ ଜାରି ରଖିଛନ୍ତି |

ପଦ୍ମ ଶ୍ରୀ ପୁରସ୍କାର ପାଇଛନ୍ତି ନାନା ପାଟେକର

1 ଜାନୁୟାରୀ 1951 ରେ ମହାରାଷ୍ଟ୍ର ର ରାୟଗଡା ମୁରୁଡ଼ -ଜଂଜୀର ରେ ନାନା ପାଟେକର ଙ୍କ ର ଜନ୍ମ | ସମାଜ ରେ ଦରିଦ୍ରତା କଣ ସେ ଅଙ୍ଗେ ଲିଭାଇଛନ୍ତି | ସେ ତ୍ରିରଙ୍ଗା , କ୍ରାନ୍ତିବିର , ଯଶବନ୍ତ ଓ ବେଲକାମ ପରି ଅନେକ ଲୋକପ୍ରିୟ ଫିଲ୍ମ କରିଛନ୍ତି | ସେ ଅଧିକାଂଶ ଦେଶ ଭକ୍ତି ଫିଲ୍ମ ହିଁ କରିଥାନ୍ତି | ନାନା ପାଟେକର ଜଣେ ଲେଖକ ଓ ଫିଲ୍ମ ନିର୍ଦେଶକ ବି ଅଟନ୍ତି | ସେ ଭାରତ ସରକାର ଙ୍କ ଦ୍ୱାରା ପଦ୍ମ ଶ୍ରୀ , ରାଷ୍ଟ୍ରୀୟ ପୁରସ୍କାର ବି ପ୍ରାପ୍ତି କରିଛନ୍ତି | ଅନେକ ସାମାଜିକ କାର୍ଯ୍ୟ ରେ ବି ସେ ଆଗ କୁ ଆସିଥାନ୍ତି |