ନେତା ହବ ତ ଏମିତି ରାସ୍ତା ମଝିରେ କାର ରଖିଲେ କାଗଜ ଧରି ଛିଡା ହୋଇଥିବା ମହିଳାଙ୍କ ଠାରୁ ଅଭିଯୋଗ ଶୁଣିଲେ ଓ ତାପରେ ଚାଲିଗଲେ ନିଜ ବାଟରେ ଏ ଭିଡ଼ିଓ ଟି ପୁରା ଦେଖି ସାରିଲେ ଆପଣ ଭି କହିବେ ନେତା ହେବ ତ ଏମିତି ତାପରେ ଆପଣ ଯଦି ଚିନ୍ତା କରିବେ ଆମର ଯଦି ସବୁନେତା ଏପରି ହେଇଯାଆନ୍ତେ ତାହେଲେ ହୁଏତ ଲୋକଙ୍କ ସ୍ତିତି ବଦଳି ଯାଆନ୍ତା |
ଦର୍ଶକବନ୍ଧୁ ଏ ଦୃଶ୍ୟ ହେଉଛି ତାମିଲ ନାଡ଼ୁର ଆଉ ଏଅ ହେଉଛନ୍ତି ସେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ନିଜ ଅଭିଯୋଗ ଜଣାଇବା ଓ ଚଳିବାପାଇଁ ଅସମର୍ଥ ଥିବା ଏହି ମହିଳା ଜଣଙ୍କ ଜାଣିବାକୁ ପାଇଲେ କି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ତାଙ୍କ ଘରଦେଇ ଯିବାକୁ ଅଛନ୍ତି ତେଣୁ ମହିଳା ଜଣଙ୍କ ନିଷ୍ପତି ନେଲେ ନିଜ ଅଭିଯୋଗ ବିଷୟରେ କାଗଜରେ ଲେଖି ତାଙ୍କୁ ଧରି ସେ ରାସ୍ତାରେ ଛିଡା ହେବେ ଆଉ ଚେଷ୍ଟା କରିବେ ମୁଖ୍ୟମନ୍ତ୍ରୀ କୁ ଦେବାକୁ |
ସେଇଆ ହିଁ କଲେ ଶେଷରେ ସେଇ ସମୟ ଆସିଲା କଢ଼ା ସୁରକ୍ଷା ଭିତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡି ସେଇ ମହିଳାଙ୍କୁ ଦେଖି ଅଟକିଲେ ସେ ତାଙ୍କ ଡ୍ରାଇଭର ଙ୍କୁ ଗାଡି ରଖିବାକୁ କହିଲେ ଗାଡି ଅଟକିବା ପରେ କାଚ ଖୋଲି ସେ ମହିଳାଙ୍କ ସମସ୍ୟାକୁ ବୁଝିଲେ ତାଙ୍କ କଥା ଶୁଣିଲେ ଓ ଅଭିଯୋଗ କାଗଜ କୁ ରଖି ସେଥିରେ ଦସ୍ତଖତ କଲେ ଏହାପରେ ସେ ନିଜର ମନ୍ତ୍ୟପ ପଥରେ ଚାଲିଲେ ଏଇ ପୁରା ଘଟଣାକୁ ପାଖ ଛାତରେ ଛିଡା ହୋଇଥିବା କୋଣସି ବ୍ୟକ୍ତି ମୋବାଇଲ ରେ ସୁଟିଂ କରିବାପରେ ଏବେ ଏହା ଭାଇରଲ ହବାରେ ଲାଗିଛି ଭିଡିଓ କୁ ଦେଖି ସମସ୍ତେ କହୁଛନ୍ତି କି ମୁଖ୍ୟମନ୍ତ୍ରୀ ହେବ ତ ଏମିତି |