ନୁଆ ନୁଆ ବାହା ହୋଇଥିବା ଓଡ଼ିଆ Hiroine ମାନେ ଶାଶୂଘରେ କିପରି ଅଛନ୍ତି, ଦେଖନ୍ତୁ

ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ଓଲିଉଡର ବୋହୁତସାରା ହିରୋଇନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆସନ୍ତୁ ଆଜି ଜାଣିବା କେଉଁ କେଉଁ ହିରୋଇନ୍ ମାନେ ଗତ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ନିଜ ଶାଶୁଘରେ କିଭଳି ଭାବରେ ଚଳୁଛନ୍ତି।

ଦିପ୍ତିରେଖା

ଦିପ୍ତିରେଖାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଗୀତ ଗୁଡିକ ମଧ୍ୟ ନିଶ୍ଚିତ ଶୁଣିଥିବେ । ଓଲିଉଡର ଜବରଦସ୍ତ ଗାୟିକା ଦିପ୍ତିରେଖା ଗତ ଦିନମାନଙ୍କରେ ବିବାହ କରିଥିଲେ। ଭୁବନେଶ୍ୱରର ଶିଳ୍ପପତି ସୌମ୍ୟ ରଞ୍ଜନଙ୍କୁ ବିବାହ କରିଥିଲେ। ଏବଂ ବର୍ତ୍ତମାନ ସେ ତାଙ୍କ ଶାଶୁଘରେ ବୋହୁତ ଖୁସିରେ ରହୁଛନ୍ତି।

ଜାଙ୍କଲିନ

ଆପଣମାନେ ଜାଣିଥିବେ ମେ ୨୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜାଙ୍କଲିନ୍। ସେ ଅରବିନ୍ଦଙ୍କୁ ବିବାହ କରିଛନ୍ତି। ୩ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବାପରେ ଶେଷରେ ସେ ଅର୍ବିନ୍ଦଙ୍କୁ ବିବାହ କରିଛନ୍ତି।

ଅର୍ଚ୍ଚିତା ସାହୁ

ଅର୍ଚ୍ଚିତାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୁଟିଂ ସେଟ୍ ରୁ ହିଁ ସବ୍ୟସାଚୀଙ୍କୁ ଭଲପାଇ ବିବାହ କରିଥିଲେ ଅର୍ଚ୍ଚିତା। ମାର୍ଚ୍ଚ ୧ ତାରିଖରେ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କର ବିବାହ ହୋଇଥିଲା।

ପ୍ରିୟଙ୍କା

ପ୍ରୀୟଙ୍କାକୁ ଆପଣମାନେ ବୋହୁତସାରା ଶିରିୟଲରେ ଅଭିନୟ କରୁଥିବାର ଦେଖିଥିବେ। ବିବାହ ପରେ ବର୍ତ୍ତମାନ ସେ ଓଲିଉଡ ଜଗତରୁ ଦୂରରେ ରହିଛନ୍ତି। ସେ ଭୁବନେଶ୍ୱରର ଜଣେ ଶିଳ୍ପପତିଙ୍କୁ ଗତ କିଛି ତଳେ ବିବାହ କରିଥିଲେ।

ଶୁଭସ୍ମିତା

ଆପଣମାନେ ଶୁଭସ୍ମିତାଙ୍କୁ ବୋହୁତ ସାରା ଶିରିୟଲ୍ ଓ ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ। ଗତ ଦିନମାନଙ୍କରେ ବିବାହ ପରେ ସେ ଓଲିଉଡ ଜଗତରୁ ଦୂରରେ ରହିଛନ୍ତି ଏବଂ ନିଜ ଶାଶୁଘରେ ଖୁସିରେ ଅଛନ୍ତି।

ଜାଜ୍ଞସିନୀ

କୁଆଁରୀ ବୋହୂ ଧାରାବାହିକରେ ଜାଜ୍ଞସିନୀଙ୍କର ଜବରଦସ୍ତ ଅଭିନୟ ଆପଣ ନିଶ୍ଚିତ ଦେଖିଥିବେ। ଏହି ଧାରାବାହିକରେ ଅଭିନୟ କରିଥିବା ସିବା ଚରିତ୍ରରେ ତାଙ୍କୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ କରିଥିଲେ ଜାଜ୍ଞସିନୀ।

ଭୈରବୀ

ତୁ ମୋ ଜୀବନସାଥି ଶିରିୟଲ୍ ରେ ଅଭିନୟ କରିଥିବା ଭୈରବୀ ସୁଟିଂ ସେଟ୍ ରେ ଭଲପାଇ ଥିଲେ ରାଜଙ୍କୁ। ଏବଂ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଭୈରବୀ। ସେ ତାଙ୍କ ଶାଶୁଘରେ ଖୁସିରେ ଅଛନ୍ତି।

ମାହି

ମାହି ଓ ଚନ୍ଦନଙ୍କ ଯୋଡିକୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗତ କିଛି ଦିନ ପୂର୍ବେ ସୁଟିଂ ସେଟ୍ ରୁ ହିଁ ଭଲପାଇ ମାହି ଓ ଚନ୍ଦନ ବିବାହ କରିଥିଲେ ଏବଂ ବର୍ତ୍ତମାନ ସମୟରେ ତାଙ୍କର ଗୋଟେ ଛୋଟ ଝିଅଟେ ଅଛି।