ବନ୍ଧୁଗଣ ମିହିରଦାସ ହେଉଛନ୍ତି ଓଲିଉଡ଼ ଜଗତର ଏମିତି ଏକ କଳାକାର ଯାହାକୁ ଦର୍ଶକମାନେ ଖାଲି ନାୟକ ନୁହେଁ ଖଳନାୟକ ଭାବେ ମଧ୍ୟ ବେଶ ଭଲପାଇବା ଦେଇଛନ୍ତି | ମିହିରଦାସ ମୟୁରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ସେ କଟକ ରେ ରୁହନ୍ତି ଓ ତାଙ୍କ ସ୍ତ୍ରୀଙ୍କର ନାମ ହେଉଛି ସଙ୍ଗୀତା ଦାସ ଏହା ସହିତ ଆପଣମାନେ ତାଙ୍କ ପୁଅ ଅମ୍ଲାନ ଦାସ ଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ |
ମିହିରଦାସ ଙ୍କର ସ୍ତ୍ରୀ ସଙ୍ଗୀତ ବହୁତ ଭଲ ଗୀତ ଗାଆନ୍ତି ଏହା ସହିତ ସେ ହେଉଛନ୍ତି ଜଣେ ସିଙ୍ଗର ଓ ଫିଲ୍ମ ଆର୍ଟିଷ୍ଟ ମଧ୍ୟ ମିହିରଦାସ 1980 ମସିହାରେ ଓଡ଼ିଆ ଫିଲ୍ମ ଜଗତରେ ପାଦ ରଖିଥିଲେ ଏବଂ 2020 ରେ ତାଙ୍କର 40 ବର୍ଷ ପୁରଣ ହୋଇଗଲା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏବଂ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ ଯେ ମିହିରଦାସ ଙ୍କର ଚଳଚିତ୍ରରେ ସେହି ଆଗ୍ରହ ଓ ପୁରୁଣା ଉତ୍କଣ୍ଠା ଭରି ରହିଛି |
ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ଅଭିମନ୍ୟୁ ଚଳଚିତ୍ରରେ ମିହିର ଦାସ ଙ୍କର ଖଳନାୟକ ରୋଲ ଟି ପୁରା ଓଡିଶା ବାସୀଙ୍କୁ ପସନ୍ଦ ଆସିଥିଲା ତାଙ୍କର ସେ କାକା ଡାଇଲଗ ଓ କାକା ରୋଳଟି ବର୍ତମାନ ସମୟରେ ସାରା ଓଡ଼ିଶାରେ ଟ୍ରେଂଡିଙ୍ଗ ରେ ଚାଲିଛି ଏବଂ ଟିକ୍ ଟକ ରେ ମଧ୍ୟ କାକା କମେଡି ନାମରେ ବେଶ ଭାଇରଲ ହେଉଛି ଏବଂ ମିହିରଦାସଙ୍କର ବର୍ତମାନ ର ବୟସ ହେଉଛି 54 ବର୍ଷ ବୟସ |
ତାଙ୍କର ପୁଅ ଅମ୍ଲାନ ଦାସ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପ୍ରଥମ ପ୍ରଥମ ଏଣ୍ଟ୍ରି ସମୟରେ ବେଶ ଭଲ ନାମ କମାଇଥିଲେ କିନ୍ତୁ ପରବର୍ତୀ ସମୟରେ ସେ ଦର୍ଶକମାନଙ୍କୁ ବହୁତସାରା ଫ୍ଲପ ସିନେମା ପ୍ରଦାନ କରି ନିଜର ନାମ କୁ ହରାଇ ଦେଇଥିଲେ ମିହିରଦାସ ବର୍ତମାନ ସମୟରେ ଗୋଟେ ଫିଲ୍ମ କରିବାପାଇଁ ପାଖା ପାଖି 5 ରୁ 7 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି | ମିହିରଦାସ ଙ୍କର କଟକ ରେ ଗୋଟେ ଭଲ ଅଲିଶାନ ଘର ରହିଛି ଏବଂ ଏହା ସହ ତାଙ୍କ ପାଖରେ ଗୋଟେ ଅଡ଼ି କାର ରହିଛି ଓ ମିହିରଦାସ ଙ୍କର ସମୁଦାୟ ସମ୍ପତି ର ମୂଲ୍ୟ 25 କୋଟି ରୁ 30 କୋଟି ଭିତରେ ରହିଛି |
ଓଡ଼ିଆ ଅଭିନେତା Mihir Dasଙ୍କର Family ଓ LifeStyle, ଆଗରୁ ଦେଖି ନଥିବେ, ଦେଖନ୍ତୁ
