ବନ୍ଧୁଗଣ ଆପଣମାନେ ଆନିଷା ଶର୍ମା ଙ୍କୁ ତ ଭଲଭାବରେ ଜାଣିଥିବେ | ତାଙ୍କର ଜବରଦସ୍ତ ଅଭିନୟ ବହୁତ ସାରା ଫିଲ୍ମ ଓ ସିରିଏଲ ରେ ନିଶ୍ଚିତ ଭାବରେ ଦେଖଥିବେ | ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ | ତେବେ ସେ ତାଙ୍କ ଅଭିନୟ ଯାଦୁ ରେ ଦର୍ଶକମାନଙ୍କ ମନକୁ ବାନ୍ଧି ରଖିବାରେ ସଫଳ ମଧ୍ୟ ହୋଇପାରିଛନ୍ତି | ତାଙ୍କର ଅଭିନୟକୁ ଓଡିଶା ର ଦର୍ଶକମାନେ ପସନ୍ଦ କରିବା ସହ ତାଙ୍କୁ ବହୁତ ଭଲପାଇବା ମଧ୍ୟ ଦେଇଛନ୍ତି ଓଡିଶା ର ଦର୍ଶକମାନେ |
ଦର୍ଶକବନ୍ଧୁ ଆନିଷା ଶର୍ମା 5 ମେ ରେ ଓଡିଶା ର ସୋନପୁର ଠାରେ ଜନ୍ମ ଗ୍ରହଣ କରିଥିଲେ ଓ ଅନିଶା ଙ୍କ ପରିବାରରେ ତାଙ୍କର ବାପା ମା ଓ ତାଙ୍କର ଜଣେ ବଡ ଭଉଣୀ ମଧ୍ୟ ଅଛନ୍ତି | ଆପଣମାନେ ଜାଣିଥିବେ କି ଆନିଷା ଓ ସୁଭାଶିଷ ଦୁହେଁ ଦୁହିଁଙ୍କୁ ସୁଟିଂ ସେଟ ରୁ ହିଁ ଭଲପାଇ ବସିଥିଲେ | ସେ 2016 ମସିହାରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ |
ଆପଣମାନେ ଜାଣିଥିବେ କି ସୁଭାଶିଷ ଶର୍ମା ହେଉଛନ୍ତି ଓଲିଉଡ଼ ର ଜଣେ ଲୋକପ୍ରିୟ ଅଭିନେତା ତାଙ୍କର ଓଡିଶାରେ ବହୁତ ଫ୍ୟାନ ଫୋଲର୍ସ ମଧ୍ୟ ଅଛନ୍ତି | ଅନିଶା ଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କି ସେ ହୋଟେଲ ମ୍ୟାନେଜମେଣ୍ଟ କରିଛନ୍ତି | ଅନିଶା ପ୍ରଥମ ଥର ପାଇଁ ଓଡ଼ିଆ ଧାରାବାହିକ ଉତ୍ତରଦାୟୀ ଦ୍ୱାରା ସେ ଓଲିଉଡ଼ ରେ ପାଦ ରଖିଥିଲେ | ପରବର୍ତୀ ସମୟରେ ସେ ଅନେକ ଧାରାବାହିକ ଫିଲ୍ମ ଓ ଆଲବମ ରେ ଅଭିନୟ କରି ଦର୍ଶକମାନଙ୍କ ମନକୁ ଜିତିପାରିଥିଲେ ଆନିଷା ଶର୍ମା |
ଆପଣ ଜାଣିଥିବେ କି ଅଭିନେତ୍ରୀ ଉଷସୀ ମିଶ୍ର ଙ୍କ ସହାୟତାରେ ଓଲିଉଡ଼ ଜଗତରେ ପାଦ ଥାପିଥିଲେ ଆନିଷା ଶର୍ମା ଓ ପରବର୍ତୀ ସମୟରେ ତାଙ୍କ ଅଭିନୟ ଯାଦୁ ରେ ସେ ଦର୍ଶକ ମାନଙ୍କ ମନକୁ ଜିତିପାରିଥିଲେ ଆନିଷା ଶର୍ମା ତେବେ ବନ୍ଧୁଗଣ ଆପଣମାନଙ୍କୁ ଆନିଷା ଶର୍ମା ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |